ସିଲଭର ସହର କଟକରେ ଯୋଡି ହୋଇଛି ନୂତନ ଅଧ୍ୟାୟ

ଅର୍ଗସ ବ୍ୟୁରୋ : ସିଲଭର ସହର କଟକରେ ଯୋ଼ଡି ହୋଇଛି ନୂତନ ଅଧ୍ୟାୟ । କଟକ କାଠଗଡା ସାହି ମଦନ ମୋହନ ଜିଉ ପୂଜା କମିଟି ଶୋଭା ପାଇବ ସୁନାର ବିମାନ ଦୋଳ । ଓଡିଶାରେ ପ୍ରଥମ ଥର ପାଇଁ ସୁନାର ଦୋଳ ବିମାନକୁ ଆଜି ଉଦଘାଟନ କରାଯାଇଛି । ଆସନ୍ତା ୨୫ ତାରିଖରେ ଦୋଳ ପୂର୍ଣ୍ଣିମା ଥିବାବେଳେ ଆଜିଠାରୁ ବିଭିନ୍ନ ସାହି ପରିକ୍ରମା କରି ଠାକୁରଙ୍କୁ ବସାଇ ଭୋଗ ଖୁଆଇବା ପାଇଁ ଲକ୍ଷ୍ୟ ରଖିଛି କମିଟି ।
ଦୁଇ କୋଟି ଟଙ୍କା ବ୍ୟୟରେ ଅଢ଼େଇ କେଜିର ସୁନା ବ୍ୟବହାର କରାଯାଇ ଏହି ବିମାନ ନିର୍ମାଣ ହୋଇଛି । ୨୦୧୭ରେ ମଦନ ମୋହନ ଜୀଉ କମିଟି ସମ୍ପୂର୍ଣ୍ଣ ଚାନ୍ଦିର ଦୋଳ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ସୁନା ର ବିମାନ କରି ପୁଣି ଚର୍ଚ୍ଚାକୁ ଆସିଛି । ଗତ ଡିସେମ୍ବର ମାସରେ କାମ ଆରମ୍ଭ କରିଥିଲେ କାରିଗର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଏବେ ତାହା ୮୦ ଭାଗ କାମ ସରିଛି, ଆସନ୍ତା ବର୍ଷକୁ ପୁରା ବିମାନକୁ ସୁନାରେ କରିବା ପାଇଁ ଲକ୍ଷ ରଖିଛନ୍ତି କମିଟିର କର୍ମକର୍ତ୍ତା । କଠାଗଡା ସାହି ମଦନ ମୋହନ ଜିଉଙ୍କ ସୁନାର ଦୋଳ ବିମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ଆଶା ରଖିଛନ୍ତି କମିଟି ସଦସ୍ୟ।