Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦକ୍ଷିଣ ଓଡ଼ିଶାରେ ବିଜେଡି ପାଇଁ ବଢ଼ିଲା ଚ୍ୟାଲେଞ୍ଜ

Odisha

ଦକ୍ଷିଣ ଓଡ଼ିଶାରେ ବିଜେଡି ପାଇଁ ବଢ଼ିଲା ଚ୍ୟାଲେଞ୍ଜ

Jitendra Dash
Browse all articles by Jitendra Dash
·2 years ago·2 min read
ଦକ୍ଷିଣ ଓଡ଼ିଶାରେ ବିଜେଡି ପାଇଁ ବଢ଼ିଲା ଚ୍ୟାଲେଞ୍ଜ

ଅର୍ଗସ ବ୍ୟୁରୋ : ୨୪ ଲଢ଼େଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ରାଜନୀତିରେ ବଡ଼ ହଲଚଲ । ସବୁ ଚର୍ଚ୍ଚା ଭିତରେ ବିଜେପିରେ ଯୋଗ ଦେଲେ ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମ ରାଜନୀତିର ଧୂରୀଣ, ଲଗାତାର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କଲେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତି । ବିଜେପିରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କଲେ ପ୍ରଦୀପ । ସିଧା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଳି ଉଠାଇ ବର୍ଷିଲେ । କହିଲେ ବିଜେପିର ବିଜୟ ମିଶନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହୋଇ ଭୁବନେଶ୍ଵରରେ ପହଞ୍ଚିବ । 

ପ୍ରଦୀପ କହିଛନ୍ତି, ଓଡ଼ିଶାର ବିଜେଡି ସରକାର ଅନ୍ଧ, ମୁଖ, ବଧିର ପାଲଟିଛି । ୨୦୧୪ରୁ ବିଜେପି ପାଖରେ ଅଘୋଷିତ ଆତ୍ମସମର୍ପଣ କରି ଆସିଛି ବିଜେଡି । ଜାଣି ଜାଣି ବିଜେପି ସହ ସଂପର୍କ ଥିବା ବାର୍ତ୍ତା ତିଆରି କରୁଛି । ଓଡ଼ିଶାରେ ଅଫିସର ଶାସନକୁ ଟାର୍ଗେଟ କରି ପ୍ରଦୀପ କହିଲେ, ସଚିବାଳୟ ମନ୍ତ୍ରାଳୟ ହେବ । ଓଡିଶାରେ କମଳରୁ କମଳା ହେବ । କଲେଜ ନିର୍ବାଚନ ବନ୍ଦ, ଦାଦନ ସମସ୍ୟା, ଅର୍ଥନୈତିକ ପ୍ରଗତି ଓ ଲୋକ ସେବା ଭବନକୁ ସାମ୍ବାଦିକଙ୍କୁ ମନା ନେଇ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ ।

ପ୍ରଦୀପ ବିଜେପିରେ ମିଶିବା ପରେ ଆରମ୍ଭ ହୋଇଯାଇଛି ଅଙ୍କ କଷା । ଗଞ୍ଜାମ ତ‌ଥା ଦକ୍ଷିଣ ଓଡିଶା ରାଜନୀତି ଉପରେ କଣ ପଡ଼ିବ ପ୍ରଭାବ । ଏ ଚର୍ଚ୍ଚା ଏଥିପାଇଁ କାରଣ, ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ଵରେ ଥିଲେ ପ୍ରଦୀପ ପାଣିଗ୍ରାହୀ । ଏମିତି କି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ତାଙ୍କ ଆସନ ହିଞ୍ଜିଳି ସମେତ ଜିଲ୍ଲାରେ ଦଳର ଟିଟ୍ ବିଟ୍ ସବୁ ବୁଝୁଥିଲେ ପ୍ରଦୀପ । ଟିକେଟ ଦେବାଠୁ ଆରମ୍ଭ କରି ନିର୍ବାଚନ ପରିଚାଳନା, ଫଣ୍ଡ ମ୍ୟାନେଜମେଣ୍ଟ, ସବୁ କିଛି ଥିଲା ପ୍ରଦୀପଙ୍କ ଅଧୀନରେ । କିଛି ଦିନ ତଳେ କେବଳ ପ୍ରଦୀପ ବିଜେପି ଯୋଗ ଦେବା ଚର୍ଜାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଆଟାକ କରିଥିଲେ ବିଜେଡି ନେତା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହା ସହ ଗଞ୍ଜାମରେ ୫ଟି ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ଦିନ ପ୍ରଦୀପ ପାଣିଗ୍ରାହୀଙ୍କ ଉପରକୁ ଆକ୍ରମଣ ସହ ବିରୋଧ କରିଥିଲେ ବିଜେଡି କର୍ମୀ । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ପ୍ରଦୀପଙ୍କୁ ବିଜେଡିର ଭୟ । ଅନ୍ୟ ପଟେ ଦୁର୍ବଳ ହେବାରେ ଲାଗିଛି ବିଜେଡିର ଗଞ୍ଜାମ ଗଡ଼, ଦଳରେ ଜୋର ଧରିଛି ଗୋଷ୍ଠୀ କନ୍ଦଳ । ଛତ୍ରପୁର, ଦିଗପହଣ୍ଡି, ଆସ୍କାରେ ତ ଅନ୍ତଃକନ୍ଦଳ ସୀମାପାର । ଏସବୁକୁ ମ୍ୟାନେଜ କରିବାକୁ ସୂର୍ଯ୍ୟ ପାତ୍ରଙ୍କ ଦେହାନ୍ତ ପରେ ଦଳ ପାଖରେ ସେମିତି ବରିଷ୍ଠ ନେତା ବି ନାହାନ୍ତି। ଅନ୍ୟ ପଟେ ଗୋପାଳପୁରରେ ପ୍ରଦୀପଙ୍କ ସହ ଫାଇଟ ପାଇଁ ବିକ୍ରମ ପଣ୍ଡାକୁ ପ୍ରସ୍ତୁତ କରୁଛି ବିଜେଡି । ଗୋପାଳପୁର ସଂଗଠନ ଦାୟିତ୍ଵ ଏବେ ବିକ୍ରମ ବୁଝୁଛନ୍ତି । ତେବେ ବିଜେପିରେ ପ୍ରଦୀପ ସାମିଲ ହେବା କୌଣସି ପ୍ରଭାବ ପକାଇବନି ବୋଲି କହିଛନ୍ତି ବିଜେଡି ନେତା ।

Sponsored
Gopalpur MLA Pradeep Panigrahi Joins BJP | Argus News