Videos
|
Odisha

Unnecessary Antibiotic Use / ଆଉ ମନ ଇଚ୍ଛା ଆଣ୍ଟିବାୟୋଟିକ ଲେଖି ପାରିବେନି ଡାକ୍ତର; ଖୁବଶୀଘ୍ର ଲାଗିବ ଲଗାମ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଉ ମନ ଇଚ୍ଛା ଆଣ୍ଟିବାୟୋଟିକ ଲେଖି ପାରିବେନି ଡାକ୍ତର; ଖୁବଶୀଘ୍ର ଲାଗିବ ଲଗାମ
Antibiotic Use

Key Points

ଆଣ୍ଟିବାୟୋଟିକ ଉପରେ ଲଗାମ ପାଇଁ ଆସିବ ସ୍ୱତନ୍ତ୍ର ଆପ୍‌
ପ୍ରେସକ୍ରିପସନକୁ କରାଯିବ ଡିଜିଟାଲାଇଜେସନ
ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ଵର: ଜ୍ୱର ହେଉ କି ଥଣ୍ଡା..ଯେକୌଣସି ସାମାନ୍ୟ ରୋଗରେ ଏବେ ଦିଆଯାଉଛି ମାଳ ମାଳ ଆଣ୍ଟିବାୟୋଟିକ । ଡାକ୍ତର ଲେଖିଥିବା ପ୍ରେସକ୍ରିପସନରେ କେଉଁଟା ଆଣ୍ଟିବାୟୋଟିକ ଓ କେଉଁଟା ସାଧାରଣ ଔଷଧ ତାହାକୁ ନେଇ ରୋଗୀ ନିଜେ ବି ଦ୍ବନ୍ଦ୍ବରେ ରହୁଛି । ବହୁଳ ଆଣ୍ଟିବାୟୋଟିକ ଉପରେ ଲଗାମ ଲଗାଇବାକୁ ଏକ ସ୍ୱତନ୍ତ୍ର ଆପ୍‌ ଆଣୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ଡାକ୍ତର ଲେଖୁଥିବା ପ୍ରେସକ୍ରିପସନକୁ କରାଯିବ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ । ଏହାଦ୍ୱାରା ଡାକ୍ତର କେତୋଟି ଓ କେଉଁ ଆଣ୍ଟିବାୟୋଟିକ ଲେଖିଛନ୍ତି ତାହା ସ୍ପଷ୍ଟ ହେବ ।

  • ରୋଗୀ ପାଇଁ କ୍ଷତିକାରକ ଆଣ୍ଟିବାୟୋଟିକ୍
କୌଣସି ରୋଗ ପାଇଁ ଆଣ୍ଟିବାୟୋଟିକ ସେବନ କଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ସତ କିନ୍ତୁ ଶରୀର ସହ ଅଭ୍ୟସ୍ତ ହୋଇଯାଏ । ଫଳରେ ପରେ ଆଉ ସେହି ଆଣ୍ଟିବାୟୋଟିକ କାମ ନ କରିବା ଦ୍ୱାରା ରୋଗୀକୁ ଅଧିକ ଡୋଜର ଔଷଧ ସେବନ କରିବାକୁ ପଡେ । ପରିସ୍ଥିତି ଓ ପରିବେଶ ସହ କ୍ଷତିକାରକ ବ୍ୟାକ୍ଟେରିଆ ଗୁଡ଼ିକ ନିଜର ସ୍ବରୂପ ବଦଳାଉଛନ୍ତି । ହେଲେ ମାତ୍ରାଧିକ ଆଣ୍ଟିବାୟୋଟିକ ସେଵନ ଫଳରେ ମଣିଶ ଶରୀରରେ ଆଣ୍ଟି ମାଇକ୍ରୋବିୟାଲ ରେଜିଷ୍ଟାନ୍ସ ବଢ଼ିଯାଉଛି । ଆଉ ଗୁରୁତର ରୋଗ ବିରୋଧରେ ଆଣ୍ଟିବାୟୋଟିକ୍ ଫଳପ୍ରଦ ହେଉନାହିଁ ।

  • ଆସୁଛି ଆରୋଗ୍ୟ ସେତୁ 2.0 ଆପ୍
ରୋଗୀ ପାଇଁ ଆଣ୍ଟିବାୟୋଟିକ୍ ଅଧିକ କ୍ଷତିକାରକ ହୋଇଥିବା ବେଳେ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ ସେବନ ଏବେ ଯେପରି ଅତି ସାଧାରଣ କଥା ହୋଇଯାଇଛି । ତେଣେ ନୂଆ ଆପ୍‌ରେ ଡିଜିଟାଲ ପ୍ରେସକ୍ରିପସନ୍ ରହିଲେ ଡାକ୍ତର ଆଣ୍ଟିବାୟୋଟିକ୍ ଲେଖୁଛନ୍ତି କି ନାହିଁ ଜଣାପଡ଼ିବ । ଏହାଦ୍ଵାରା ରୋଗୀ ଅଧିକ ଲାଭବାନ ହେବେ ବୋଲି କହିଛନ୍ତି ଡାକ୍ତର । ଆରୋଗ୍ୟ ସେତୁ 2.0 ଆପ୍‌ ଜରିଆରେ ଡିଜିଲକର ବ୍ୟବସ୍ଥା ଆଣୁଛି ସ୍ୱାସ୍ଥ୍ୟ ବିଭାଗ । ଏବେ ଡିଜିଟାଲ ପ୍ରେସକ୍ରିପସନ ରୋଗୀଙ୍କୁ ଅଧିକ ସହାୟତା କରିବ । ଏଥିରେ ରୋଗୀଙ୍କ ସମସ୍ତ ପ୍ରେସକ୍ରିପସନ ରହିପାରିବ ।

ପଢନ୍ତୁ ଏହି ଖବର: ଗାଳି ନ ଦେଇ ଛୁଆଙ୍କ ଠାରୁ ଏମିତି ଛଡ଼ାନ୍ତୁ ମୋବାଇଲ୍...

  • ଦୁର୍ବଳ ହେଉଛି ଆଣ୍ଟିବାୟୋଟିକ୍
ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଆଣ୍ଟିବାୟୋଟିକ୍‌ର ବହୁଳ ବ୍ୟବହାର ଉପରେ ଚିନ୍ତାପ୍ରକଟ କରିଥିଲେ । ମାତ୍ରାଧିକ ବ୍ୟବହାର ଫଳରେ ଆଉ ଆଣ୍ଟିବାୟୋଟିକ୍ କାମ ଦେଉନି । ନିମୋନିଆ ଓ ମୂତ୍ରାଶୟ ଜନିତ ରୋଗ ବିରୋଧରେ ଫଳପ୍ରଦ ହେଉନି । ମାସିକ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବେଗ ପରେ ବଢ଼ିଥିଲା ଚର୍ଚ୍ଚା । ସ୍ବାସ୍ଥ୍ୟ ଵିଶେଷଜ୍ଞ ମଧ୍ୟ କହିଥିଲେ ଯେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଖାଇବା ଅନୁଚିତ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: