Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି କପିଳାସ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି କପିଳାସ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ଅର୍ଗସ ବ୍ୟୁରୋ : ଦିନିକିଆ ଢ଼େଙ୍କାନାଳ ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ମହାମହିମ ପ୍ରଥମେ ସକାଳ ସାଢେ଼ ଦଶଟା ସମୟରେ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ମନ୍ଦିର ପ୍ରାଙ୍ଗଣରେ ବୁଲିବା ସହ ସେବାୟତଙ୍କ ଆଲୋଚନା କରିଥିଲେ । ପରେ ଦେଓଗାଁ ସ୍ଥିତ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ କୁନି କୁନି ପିଲାଙ୍କ ସହ ସମୟ ବିତାଇବା ସହ ଚକୋଲେଟ୍ ବାଣ୍ଟିଥିଲେ ମହାମହିମ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅଙ୍ଗନୱାଡି ସେଣ୍ଟରକୁ ବୁଲି ଦେଖିବା ସହ ସେଠାରେ ଥିବା ଅଭିଭାବକ ଓ କିଛି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଅଙ୍ଗନୱାର୍ଡି ବୁଲି ସାରିବା ପରେ ଦେଓଗାଁ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ଶିକ୍ଷକ ଓ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୁଲି ସାରିବା ପରେ ପିଲାମାନଙ୍କ ସହ ମିଶି ଫଟୋ ଉଠାଇଥିଲେ । ଏହାପରେ ବିଶ୍ଵନାଥ ପୂର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ସେଠାରେ କ୍ଲାସ ରୁମରେ ଛାତ୍ରଛାତ୍ରୀଙ୍କ ବେଶ କିଛି ସମୟ ଭାବ ବିନିମୟ କରିଥିଲେ । ପାଠପଢା, ଖେଳ କିଭଳି ଚାଲିଛି ସେନେଇ ପିଲାଙ୍କ ଠାରୁ ପଚାରି ବୁଝିଛନ୍ତି ମହାମହିମ ।

Sponsored
Governor on a 3-day visit to Dhenkanal and Angul | Argus News