Governor Praises Dharmendra Pradhan / ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ରାଜ୍ୟପାଳ

Key Points
ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଥିବାବେଳେ ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଓଡ଼ିଶା ଓ ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟରେ ଅନେକ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି ।
ଭୁବନେଶ୍ଵର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ସାମ୍ବାଦିକଙ୍କ ସହ ଆଲୋଚନା କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ।
ସେ କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଥିବାବେଳେ ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଓଡ଼ିଶା ଓ ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟରେ ଅନେକ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି । ବିଭିନ୍ନ ତୈଳ କମ୍ପାନୀଙ୍କ ସହଯୋଗରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୫ ଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛି । ଯାହାକି ରାଜ୍ୟର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ବେଶ ସହାୟକ ହେଉଛି ।"
ଏଥିସହ ପଢ଼ନ୍ତୁ: ଶୁଣାଣିକୁ ଆସିଲେନି କି ସହଯୋଗ କଲେନି ପୋଲିସ ବାବୁ, ଗିରଫ ନିର୍ଦ୍ଦେଶ ଦେଲେ OHRC
ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଅନେକ ଦିଗକୁ ନେଇ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି । ସୀମା ବିବାଦକୁ ନେଇ ରାଜ୍ୟପାଳ କହିଛନ୍ତି, "ଲୋକଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦେବା ଉଚିତ । ସୀମାବର୍ତ୍ତୀ ଲୋକେ ହୁଏତ ଦୁଇ ରାଜ୍ୟର ସମସ୍ତ ସୁବିଧା ପାଉଛନ୍ତି । କିନ୍ତୁ ଉଭୟ ରାଜ୍ୟ ଆପୋଷ ଆଲୋଚନା ମଧ୍ୟରେ ସୀମା ବିବାଦର ସମାଧାନ ହୋଇପାରେ ।"
ବିଶ୍ଵବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ପଦବୀ ଖାଲି ରହିଛି ତାହା ପୂରଣ କରିବା ପାଇଁ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ରାଜ୍ୟପାଳ । ମନ୍ତ୍ରୀ ପରିଷଦ ଖାଲି ପ୍ରସଙ୍ଗରେ ରାଜ୍ୟପାଳ କହିଛନ୍ତି, "ତାହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।" ରାଜ୍ୟରେ ବିଭିନ୍ନ ନିଗମ ବୋର୍ଡ ଓ କମିଶନରେ ଖାଲିଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ।
📱 Get Argus News App
✨
ରାଜ୍ୟରେ ପେଶା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ଏହା ଏବେ ଡ୍ରାଫ୍ଟରେ ରହିଛି । ଗ୍ରାମସଭା ହେଉଛି ସତ କିନ୍ତୁ କିଛି ପଞ୍ଚାୟତ ଗୁଡ଼ିକୁ ଆଲୋଚନାକୁ ନ ନେବାରୁ ବିରୋଧାଭାସ ଆସୁଛି । ଲୋକଙ୍କ ସହ ଆଲୋଚନା କରି ତା'ର ସମାଧାନ କରିବାକୁ ସରକାରଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଘରକୁ ସ୍ଵାମୀ ଆସିଥିବା ବେଳେ ହାଇଦ୍ରାବାଦରେ ମିଳିଲା ସ୍ତ୍ରୀର ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ନିଶାମୁକ୍ତ କ୍ୟାମ୍ପସ ଉପରେ ଗୁରୁତ୍ଵ ଦେବା ସହ ମହିଳା ହିଂସା ରୋକିବା କ୍ଷେତ୍ରରେ ସରକାର ଅଧିକ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି । ବାଲେଶ୍ଵର, ଗୋପାଳପୁର ଓ ପଶ୍ଚିମବଙ୍ଗରେ ଛାତ୍ରୀଙ୍କ ସହ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ । ସାମୁହିକ ଭାବେ ସରକାର, ପୋଲିସ ଓ ସମାଜ ଗୁରୁଦାୟିତ୍ଵ ସେଥିପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ରାଜ୍ୟରେ ଅପରାଧ ଦମନ କରିହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ରାଜ୍ୟପାଳ । ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
Related Topics
Explore more stories