Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାତିକୁ ମାରି ଲହୁଲୁହାଣ କରିଦେଲା ଅଜା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନାତିକୁ ମାରି ଲହୁଲୁହାଣ କରିଦେଲା ଅଜା

ବାଲେଶ୍ବର : ନୃସଂଶତାର ସବୁ ସିନା ଟପିଗଲା ଅଜା । ମଣିଷ ସତରେ କଣ ଏତେ ନିଷ୍ଠୁର ହେଇ ପାରେ। ଏ ଘଟଣା  ଆପଣଙ୍କ ମନକୁ ଆନ୍ଦୋଳିତ କରିବ ।  କିଭଳି ଛୋଟ ପିଲାକୁ ତା ସମ୍ପର୍କିୟ ଅଜା ମୁହଁରେ ଏବଂ ଆଖିରେ ମାଡ଼ ଦେବା ସହିତ ଦୁଇ ଦିନ ହେବ ଘର ଭିତରେ ବନ୍ଦ କରି ରଖିଥିଲେ।  ନିଷ୍ପାପ କୋମଳମୋତି ଶିଶୁଟି କଣ ଏମିତିକା ଭୁଲ କରିଛି ଯେ ତାକୁ ଏତେ ଅମାନସିକତା ର ସହ ମାଡ ମାରିଛନ୍ତି। ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ ର କୈର୍ଦ୍ଦା ଗ୍ରାମର ଗୈରାଙ୍ଗ ଘୋଡ଼ାଇଙ୍କ ଭଣଜାର ସ୍ତ୍ରୀ ଏକ ବର୍ଷ ତଳେ ଛୋଟ ପିଲାଟିକୁ ଛାଡି କୁଆଡେ଼ ପଳାଇ ଯାଇଥିଲା । ଅଜା, ଆଇ ପାଖରେ ଦୁଇ ବର୍ଷ ର ନାତି ରହୁଆସୁ ଥିଲା । ଗତକାଲି ରାତିରେ ଛୋଟ ପିଲାଟି ବିଛଣାରେ ଝାଡା କରିଥିବାରୁ ଅଜା ରାଗ ରେ କୁନି ନାତି କୁ  ନିର୍ଧୁମ ମାଡ଼ ମାରିଥିଲେ । ଏବଂ ଦୁଇ ଦିନ ଧରି ଏକ ବନ୍ଦ କୋଠରୀ ରେ ରଖିଥିଲେ । ପିଲାଟି ଗୁରୁତର ହେବାରୁ ଗ୍ରାମବାସୀ ଏବଂ ସମ୍ପର୍କୀୟ ଆଈ କମର୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।

ଅଧିକ ପଢନ୍ତୁ : ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା

ପ୍ରାଥମିକ ଚିକିତ୍ସା ପରେ କୋମଳ ମତି ଶିଶୁକୁ ଗୁରୁତର ଭାବେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳେ କମର୍ଦା ପୋଲିସ ପହଂଚି ତଦନ୍ତ କରିବା ସହିତ ଶିଶୁବିଭାଗ ମଙ୍ଗଳ ଅଧିକାରୀ ଙ୍କୁ ଖବର ଦେଇଥିଲେ l ଅଭିଯୁକ୍ତ ଅଜାକୁ ପୋଲିସ ଅଟକ ରଖି ପଚାର ଉଚାର କରିଛି l ଅଭିଯୁକ୍ତ ଅଜାକୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l ଏଭଳି ମର୍ମସ୍ପର୍ଶୀ ଘଟଣା ସମଗ୍ର ଭୋଗରାଇ ଅଞ୍ଚଳରେ ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରିଛି l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Grandfather beat his grandson and left him bleeding | Argus News