Videos
|
Odisha

କାଲି ଆଲୋକର ପର୍ବ ଦୀପାବଳି, କେଉଁ ବାଣ ଫୁଟାଇବେ ଆପଣ ମାନେ

Jitendra Dash
Browse all articles by Jitendra Dash
·2 years ago·2 min read
କାଲି ଆଲୋକର ପର୍ବ ଦୀପାବଳି, କେଉଁ ବାଣ ଫୁଟାଇବେ ଆପଣ ମାନେ

ଅର୍ଗସ ବ୍ୟୁରୋ : କାଲି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ । ଦୀପାବଳିର କିଛି ଦିନ ପୂର୍ବରୁ ହିଁ ପ୍ରତ୍ୟକ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠେ ପ୍ରତ୍ୟକ ଘର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କିନ୍ତୁ ଆଜି ଗତ କାଲି ଦୀପାବଳି ପଡ଼ିପାରେ ଫିକା । ସୁପ୍ରିମକୋର୍ଟ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ କଟକଣା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଲୋକେ ଦୀପାବଳିରେ କେଉଁ ବାଣ ଫୁଟାଇବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । 

ସୁପ୍ରିମକୋର୍ଟ କହିଛନ୍ତି, ବାଣ ଦୋକାନରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ । ତେବେ ସବୁଜ ବାଣ କ’ଣ ? କେମିତି ଚିହ୍ନିବେ ସବୁଜ ବାଣ ? ଏହି ବାଣରେ ସବୁଜ ରଙ୍ଗ ଲୋଗୋ ଥାଏ । ସବୁଜ ବାଣ ଧୂଆଁ କିମ୍ବା ପାଉଁଶ ସୃଷ୍ଟି କରେ ନାହିଁ । ବାଣ ଫୁଟିଲେ ଏହାର ଶଦ୍ଦ ୧୧୦ରୁ ୧୨୫ ଡେସିମଲ ମଧ୍ୟରେ ସୀମିତ ଥାଏ । ଏହି ବାଣ ପରିବେଶକୁ କୌଣସି କ୍ଷତି ପହଞ୍ଚାଇନଥାଏ ଓ ପ୍ରଦୂଷଣ ରହିତ ହୋଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୋରିୟମ ସଲ୍ଟ ଓ ରାସାୟନିକ ସାମଗ୍ରୀ ବ୍ୟବହାରକାରୀ ବାଣ ଉପରେ ରୋକ୍ ଲାଗିଛି । କୋର୍ଟ କହିଛନ୍ତି, ୧୨୫ ଡେସିମଲରୁ ଅଧିକ ଶଦ୍ଦ ପ୍ରଦୂଷଣ ବାଣ ଫୁଟିବ ନାହିଁ । ଅଧିକ ଶବ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇପାରିବେ ନାହିଁ । ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାସାୟନିକ ସାମଗ୍ରୀ ଯୋଗୁଁ ଘାତକ ହେଉଛି ବାୟୁ ପ୍ରଦୂଷଣ । ତେଣୁ ଶଦ୍ଦ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।