୫ ଜଣଙ୍କୁ ଅଙ୍ଗଦାନ କରିଥିବାରୁ ମହିଳାଙ୍କୁ ଗାର୍ଡ ଅଫ ଅନର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ହାଟଡ଼ିହୀ ବ୍ଲକ୍ ସଢ଼ା ଗ୍ରାମର ସଞ୍ଜୁଲତାଙ୍କ ମୃତ୍ୟୁ ପରେ ଅନ୍ୟର ୫ ଜଣଙ୍କ ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ସହାୟତାରେ ତାଙ୍କର ଅଙ୍ଗଦାନ କରାଯାଇଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀର କୁ ଗାର୍ଡ ଅଫ ଅନର ଦିଆ ଯାଇଛି। ସଢା ଗାଁର ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସଞ୍ଜୁଲତା ଗୁରୁବାର ବାଥରୁମରେ ପଡିଯିବାରୁ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଧିକ ପଢନ୍ତୁ ଓଡିଶା ଖବର
ମୃତ୍ଯୁ ପରେ ପରିବାର ଲୋକେ ଅଙ୍ଗଦାନ ନିମନ୍ତେ ନିଷ୍ପତି ନେଇଥିଲେ। ଅଙ୍ଗଦାନ ଦ୍ବାରା ଆଉ କାହାର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ପରିବାର ଲୋକେ ଚିନ୍ତା କରିବା ପରେ ସଞ୍ଜୁଲତାଙ୍କ ଅଙ୍ଗଦାନ କରାଯାଇ ଅନ୍ୟ ୫ ଜଣଙ୍କ ଜୀବନ ବଞ୍ଚି ଯାଇଛି । ତେବେ ଏହା ଏକ ମହତ କାମ ଏବଂ ଏହାଦ୍ୱାରା ସମାଜ କୁ ଅଙ୍ଗଦାନ କରିବାର ବାର୍ତ୍ତା ଯିବ। ଗାଁ ମୁଣ୍ଡ ପଡିଆ ରେ ହଜାର ହଜାର ଗ୍ରାମବାସୀଙ୍କ ଗହଣ ରେ ଶୋଭାଯାତ୍ରା ରେ ଅଣାଯାଇ ପୋଲିସ ପ୍ରଶାସନ ସମେତ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ତାଙ୍କୁ ଗାର୍ଡ ଅଫ ଅନର ଦେଇଛନ୍ତି।

