Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଢେଙ୍କାନାଳରେ ବିଜେପିର ମେଗା ମିଶ୍ରଣ ପର୍ବ

Odisha

ଢେଙ୍କାନାଳରେ ବିଜେପିର ମେଗା ମିଶ୍ରଣ ପର୍ବ

Jitendra Dash
Browse all articles by Jitendra Dash
·2 years ago·1 min read
ଢେଙ୍କାନାଳରେ ବିଜେପିର ମେଗା ମିଶ୍ରଣ ପର୍ବ

ଅର୍ଗସ ବ୍ୟୁରୋ : ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂଦେଓ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ନେତା ରଣବୀର ସିଂହ, ହିନ୍ଦୋଳ ଏନଏସିର ପୂର୍ବତନ ଅଧ୍ୟକ୍ଷା ରୀନା ବେହେରା, ପାଲଲହଡା ନିର୍ବାଚନ ମଣ୍ଡଳୀର ବୁରୁକୁନାର ସରପଞ୍ଚ ଗୋପବନ୍ଧୁ ବେହେରାଙ୍କ ସମେତ  ଅନେକ ସାମାଜିକ ନେତୃତ୍ବ ତଥା ଜନପ୍ରତିନିଧି ପଦ୍ମ ଧରିଛନ୍ତି । 

ମୋଦିଙ୍କୁ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବା ଲକ୍ଷ୍ୟରେ ବିଜେପିରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ  ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବି ଅନୁଷ୍ଠିତ ହୋଇଛି ମିଶ୍ରଣ ପର୍ବ ।  ବିଜେପିରେ ମିଶିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ଆଜି ହିଁ ସେ ବିଜେଡିରୁ ଇସ୍ତଫା  ଦେଇଥିଲେ । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଥିବା ଅଜୟ ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ। ବ୍ୟୋମକେଶଙ୍କୁ ପୁଣି ବିଜେଡି ଟିକେଟକୁ ସେ ବିରୋଧ କରୁଥିଲେ । ଗୋଟିଏ ପଟେ ବିଜେଡି ନେତୃତ୍ବଙ୍କ ପ୍ରତି ଦଳୀୟ ନେତାଙ୍କ ଅସନ୍ତୋଷ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇଛି ଶଙ୍ଖ ଛାଡ଼ି ପଦ୍ମ ଧରୁଛନ୍ତି ଶାସକ ଦଳର ବହୁ ନେତା ଓ କର୍ମୀ ।
 

Sponsored
Harsvardhan Singhdeo, former state secretary of BJD, joined BJP | Argus News