Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରସିକିଆ ଠକ ; ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ରସିକିଆ ଠକ ; ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ

ଅର୍ଗସ ବ୍ୟୁରୋ : କ୍ରାଇମବ୍ରାଞ୍ଚ କବ୍ଜାରେ ରିସିକିଆ ପ୍ରେମିକ । ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ । ଅଭିଯୁକ୍ତ ଜଣକ ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥ । ମହିଳା ମାନଙ୍କୁ ଫସେଇବା ପାଇଁ ସୋସିଆଲ ମିଡ଼ିଆରେ ଖୋଲିଥିଲା ଫେକ ଆକାଉଣ୍ଟ । ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ ଠକେଇ କରୁଥିଲା । ମାଟ୍ରିମୋନିଆଲ ସାଇଡରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ । କେତେବେଳେ ନିଜକୁ ରେଲୱେ କର୍ମଚାରୀ , ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକସାଇଜ ଅଧିକାରୀ କହୁଥିଲେ ମଧ୍ୟ ବୟସ୍କା ମହିଳା ମାନଙ୍କୁ ଟାର୍ଗେଟ କରୁଥିଲା ବିରଞ୍ଚି । ଯେଉଁଥିରେ ଥିଲେ ଅବିବାହିତ, ଛାଡ଼ପତ୍ର, ବିଧବା ମହିଳା । ସେମାନଙ୍କୁ ମେଟ୍ରିମୋନିଆଲ ସାଇଡରେ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲା । ଏପରିକି ଯେଉ ମହିଳା ମାନଙ୍କର ପିଲା ଛୁଆ ଥିଲେ ସେମାନଙ୍କୁ ନିଜର କରିବାକୁ କହି ନିକଟତର ହେଉଥିଲା । ଯେଉଁମାନଙ୍କୁ ବିବାହ ପ୍ରସ୍ତାବ ଦେଉଥିଲା ସେମାନଙ୍କୁ ଚାକିରୀ ଦେବା ପାଇଁ ପ୍ରତିଶୃତି ଦେଉଥିଲା । ଅନେକ ମହିଳାଙ୍କୁ ମନ୍ଦିରରେ ବିବାହ କରିବା କରିଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର

ବିବାହ ପରେ ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରୁଥିଲା ଅଭିଯୁକ୍ତ ଆଉ କିଛି ମହିଳାଙ୍କୁ  ଭିଡିଓ କଲରେ ଅଶ୍ଳୀଳ କଥା ହୋଇ ସ୍କ୍ରିନ ସଟ ରଖି ବ୍ଲାକମେଲ କରୁଥିଲା । ସେମାନଙ୍କୁ ଟଙ୍କା, ସୁନା ଗହଣା ମାଗୁଥିଲା । ନଦେଲେ ସୋସିଆଲ ମଡ଼ିଆରେ ଭିଡ଼ିଓ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲା । 2022ରେ ଏନେଇ କଟକ ର ଜଣେ ମହିଳା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ପ୍ରଭାକର ଶ୍ରୀ ବାସ୍ତବ, ନିଜକୁ TTI କହି ବିବାହ ନାଁରେ ଠକିଥିଲା । ମହିଳାଙ୍କ ଠାରୁ 5ଲକ୍ଷ ଟଙ୍କା ଓ 32ଗ୍ରାମ ସୁନା ନେଇଥିଲା ଠକ । କେବଳ ଓଡିଶା ନୁହେଁ ରାସଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଷ, ହରିଆଣା ଓ ଦିଲ୍ଲୀ ରେ ତା ନାଁରେ ମାମଲା ଥିବା ତଦନ୍ତରୁ ଜଣା ପଡିଛି । ଅଭିଯୁକ୍ତ ଠାରୁ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ, ଭିଡ଼ିଓ, ଫେକ ଆଇଡିକାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
He cheated multiple women in the name of marriage | Argus News