Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ବାବୁ ଓଡ଼ିଶାର ବିକାଶ କଥା ଚିନ୍ତା ନକରି ଅଣଓଡ଼ିଆ ଠିକାଦାରମାନଙ୍କୁ ପୋଷୁଛନ୍ତି

Jitendra Dash
Browse all articles by Jitendra Dash
·2 years ago·3 min read
ନବୀନ ବାବୁ ଓଡ଼ିଶାର ବିକାଶ କଥା ଚିନ୍ତା ନକରି ଅଣଓଡ଼ିଆ ଠିକାଦାରମାନଙ୍କୁ ପୋଷୁଛନ୍ତି

ଅର୍ଗସ ବ୍ୟୁରୋ : ବିଜେଡି ବିଏସ୍‌କେୱାଇ କାର୍ଡକୁ ଅସ୍ତ୍ର କରି ଓଡ଼ିଶାବାସୀଙ୍କୁ ଭଣ୍ଡାଉଛି । ନିର୍ବାଚନ ସମୟରେ ବିଜେଡିର ମୁଖପାତ୍ରମାନେ ନବୀନ ବାବୁଙ୍କ ପାଇଁ ଓଡ଼ିଶାର ଲୋକେ ସ୍ୱାସ୍ଥ୍ୟସେବା ପାଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ବାସ୍ତବରେ ନବୀନ ବାବୁଙ୍କ ନିଷ୍କ୍ରିୟତା କାରଣରୁ ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ତଥା ଦେଶକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଦାଦନ ଶ୍ରମିକ ସମସ୍ୟା ଭଳି ରାଜ୍ୟରେ ହାଇଟେକ ଦାଦନ ଡାକ୍ତରଙ୍କ ସଂଖ୍ୟା ଓ ସମସ୍ୟା ବଢିଚାଲିଛି । ଓଡ଼ିଶାର ସରକାରୀ ହସ୍ପିଟାଲଗୁଡିକର ସଠିକ୍ ପରିଚାଳନା କରାଯାଉନାହିଁ । ଘରୋଇ ମେଡିକାଲକୁ ପୋଷିବା ପାଇଁ ନବୀନ ବାବୁ “ବିଏସ୍‌କେୱାଇ” କରିଛନ୍ତି । ଏଥିରେ ଓଡ଼ିଶାର ଜନତାଙ୍କ ଠାରୁ ଘରୋଇ ମେଡିକାଲ ଅଧିକ ଲାଭାନ୍ୱିତ ହେଉଛି ।  ଓଡ଼ିଶାରେ ସରକାରୀ ଡାକ୍ତରଖାନାରେ ଡାକ୍ତର, ପାରାମେଡିକାଲ ଷ୍ଟାପ୍‌, ଟେକନିସିଆନ ଅଭାବ ରହିଛି ଏବଂ ଏହି ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ରାଜ୍ୟରେ ୪୭ ହଜାର ଡାକ୍ତର ଆବଶ୍ୟକ ରହିଛି କିନ୍ତୁ ମାତ୍ର ୨୭ ହଜାର ଡାକ୍ତର ଅଛନ୍ତି । ରାଜ୍ୟର ୧୭,୩୮୫ ନର୍ସିଂ ଅଫିସର ପଦବୀ ଖାଲି, ୯୯୮ ଫାର୍ମାସିଷ୍ଟ ପଦବୀ ଖାଲି ରହିଛି । ସେହିପରି ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୪୧,୯୭୧ଜଣ ମେଲେରିଆ ପ୍ରଭାବିତ ଅଛନ୍ତି । ଯାହା ସର୍ବଭାରତୀୟ ସ୍ତରରେ ସର୍ବାଧିକ । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ପ୍ରତାପ କୁମାର ପାଣି କହିଛନ୍ତି ।

ଡା. ପାଣି କହିଛନ୍ତି ଯେ, ପ୍ରଚାର ସର୍ବସ୍ୱ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରହସନରେ ପରିଣତ ହୋଇଛି । ଘରୋଇ ଡାକ୍ତରଖାନା ଜରିଆରେ ବ୍ୟାପକ ଟଙ୍କା ହରିଲୁଟ୍ କରାଯାଉଛି । ବିଏସ୍‌କେୱାଇ କାର୍ଡରେ ‘ଚେକ୍ ଆଣ୍ଡ ବାଲାନ୍ସ’ କି ‘ଅଡିଟ’ କରାଯାଉନାହିଁ । ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ବିଶ୍ୱର ନମ୍ବର ୱାନ । ତାହାଲେ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଜିଲ୍ଲାସ୍ତରୀୟ ମେଡିକାଲରୁ ଗୁରୁତର ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱରକୁ ଏୟାରଲିପ୍ଟ କାହିଁକି କରାଯାଉଛି ଏହାର ଉତର ଦେବେ କି? 

ବିଜେଡି ମୁଖ୍ୟପାତ୍ରମାନେ କହୁଛନ୍ତି ନବୀନ ବାବୁ ଆସିବା ପୂର୍ବରୁ ଓଡ଼ିଶାରେ ୩ଟି ମେଡିକାଲ କଲେଜ ଥିଲା, ଗତ ୧୦ ବର୍ଷରେ ତାହା ୧୩ରେ ପହଂଚିଛି । କିନ୍ତୁ ମେଡିକାଲ କଲେଜ ସଂଖ୍ୟା ତାମିଲନାଡୁରେ ୭୪, କର୍ଣ୍ଣାଟକ ୭୦, ୟୁପିରେ ୬୯, ମହାରାଷ୍ଟ୍ର ୬୮, କେରଳରେ ୪୭କୁ ପହଂଚିଛି । ସବୁଠୁ ବଡ କଥା ହେଲା, ଆସାମ ରାଜ୍ୟରେ ସାଢ଼େ ୩କୋଟି ଜନତା କିନ୍ତୁ ସେଠାରେ ୧୩ଟି ମେଡିକାଲ କଲେଜ । ଓଡ଼ିଶାରେ ସାଢ଼େ ୪କୋଟି ଜନତା କିନ୍ତୁ ଏଠାରେ ମଧ୍ୟ ୧୩ଟି ମେଡିକାଲ କଲେଜ । ସବୁ ରାଜ୍ୟରେ ସ୍ୱାସ୍ଥ୍ୟବୀମା ବହୁ ମାତ୍ରାରେ ଲାଭ ଯୋଗାଉଥିବା ବେଳେ ଓଡ଼ିଶାରେ ବିଏସ୍‌କେୱାଇ ତାହା ତୁଳନାରେ କିଛି ନୁହଁ । ରାଜ୍ୟର ଅନେକ ପ୍ରମୁଖ ମେଡିକାଲରେ ସିଟି ସ୍କାନର ମଧ୍ୟ ବ୍ୟବସ୍ଥା ନାହିଁ । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ ନକରି ନବୀନ ବାବୁ ଓଡିଶାବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡା.ପାଣି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅନୁଗୁଳ ଜିଲ୍ଲାରୁ ରାଜସ୍ୱ ଅଧିକ ଆସୁଥିଲେ ମଧ୍ୟ ସେଠାରେ ପିଇବା ପାଣି ନାହିଁ, ସ୍ୱାସ୍ଥ୍ୟର ଅବସ୍ଥା ଦୟନୀୟ ସ୍ଥିତିରେ । ଓଡ଼ିଶା ଜିଲ୍ଲା ଖଣିଜ ପାଣ୍ଠିରେ ୧୭ହଜାର କୋଟି ଟଙ୍କା ଫଣ୍ଡ ଅଛି, କିନ୍ତୁ ନବୀନ ବାବୁ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି । ନବୀନ ବାବୁଙ୍କ ଶାସନରେ ଲୋକେ ପାଣି ପାଇଁ ବିକଳ ହେଉଛନ୍ତି । ଖରାପ ପାଣି ପାଇଁ ଲୋକେ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି । ଓଡ଼ିଶାରେ ୧୦ଲକ୍ଷ ଟଙ୍କା ନବୀନ ବାବୁ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଥିବା ବେଳେ ରାଜସ୍ଥାନ ସରକାର ୨୫ଲକ୍ଷ ଦେଉଛନ୍ତି । ଘରୋଇ ହସ୍ପିଟାଲକୁ ବଂଚେଇ ବାକୁ ବିଏସ୍‌କେୱାର ପାଇଁ କରିଛନ୍ତି ନବୀନ । ଓଡିଶାରେ ଟଙ୍କାର ଅଭାବ ନାହିଁ, କିନ୍ତୁ ସ୍ୱାସ୍ଥ୍ୟସେବା ପାଇପାରୁନାହାନ୍ତି ଓଡ଼ିଶାବାସୀ । ନବୀନ ବାବୁ ଟଙ୍କାକୁ ସଦ୍‌ବିନିଯୋଗ କରିବା ପରିବର୍ତେ ଅଣଓଡ଼ିଆ ଠିକାଦାରମାନଙ୍କୁ ପୋଷୁଛନ୍ତି । ସେହିପରି ବିଜେପି ସରକାରକୁ ଆସିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଯେତେ କର୍ମଚାରୀ ଓ କର୍ମୀ ଦୀର୍ଘଦିନ ଧରି କାମ କରୁଛନ୍ତି ସେମାନଙ୍କ ଚାକିରିକୁ ସ୍ଥାୟୀ କରିବ ବୋଲି ଡା. ପାଣି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।    
 

Sponsored
Healthcare is a disaster for state governments | Argus News