Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ

ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ। ଆଜି ଦିନ ୨ଟା ସୁଦ୍ଧା ଦଶହରା ପାଇଁ କଟକ ସହରରେ ଲାଗିଥିବା ବାଉଁଶ ଗେଟ, ଲାଇଟ ଗେଟ ତୁରନ୍ତ କାଢିବା ପାଇଁ ନିର୍ଦ୍ଦେଶ। ନ କାଢ଼ିଲେ ସ୍ଥାନୀୟ ଥାନା ଆଇଆଇସି, ସିଏମସି ଏନଫୋର୍ସମେଣ୍ଟ ଟିମ ପହଞ୍ଚି ଉଚ୍ଛେଦ କରିବେ ବାଉଁଶ ଗେଟ ଓ ଲାଇଟ ଗେଟ ବୋଲି କୋର୍ଟଙ୍କୁ କହିଛନ୍ତି କଟକ ଡିସିପି, ଜିଲ୍ଲାପାଳ ଓ ସିଏମସି କମିଶନର। ସହରରେ ଜଳବନ୍ଦୀ ହେବାକୁ ଥିବା ସ୍ଥାନକୁ ବିଶେଷ ଧ୍ୟାନ ଦେବା ସହ ତ୍ବରିତ ପଦକ୍ଷେପ ନେବା ପାଇଁ ସିଏମସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

ଅଧିକ ପଢନ୍ତୁ : 'ସମସ୍ତ ବିଧାୟକ ଓ ବିଧାୟିକା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରୁହନ୍ତୁ'

ଘର ଛାତ ଉପରେ ଲାଗିଥିବା ହୋର୍ଡିଂ କାଢିବା ସହ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ତୁରନ୍ତ କାଟିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆଡଭୋକେଟ କମିଟିଙ୍କ ବିଶେଷ ଅନୁରୋଧ କ୍ରମେ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଟକ ଡିସିପି, ଜିଲ୍ଲାପାଳ ଓ ସିଏମସି କମିଶନର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hearing in the High Court on possible Dana cyclone | Argus News