Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଭୀଷଣ ବର୍ଷା ସମ୍ଭାବନା

Smruti Parija
Browse all articles by Smruti Parija
·2 years ago·1 min read
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଭୀଷଣ ବର୍ଷା ସମ୍ଭାବନା

ଭୁବନେଶ୍ୱର: 5 ଦିନ ଯାଏଁ ପ୍ରବଳ ଛେଚିବ । ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଭୀଷଣ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୨୮ ରେ ରାଜ୍ୟର କିଛି  ଅଂଚଳରେ  ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।  

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ; ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି

୨୯ ତାରିଖରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ବର୍ଷା  ସହ ଗୋଟିଏ ଦୁଇଟି  ସ୍ଥାନରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ମୌସୁମୀ  ସାରା ରାଜ୍ୟକୁ  ଛୁଇଁଥିଲେ ମଧ୍ୟ ଏବେବି ୨୫ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ଜୁନ ୧ରୁ ମଙ୍ଗଳବାର ଯାଏ ରାଜ୍ୟରେ ୧୬୩.୮ ମିମି ସ୍ବାଭାବିକ ବର୍ଷା ହେବାକୁ  ଥିବା ବେଳେ  ୯୪.୬  ମିମି ବର୍ଷା ରେକର୍ଡ ହୋଇଛି  । ଯାହା ସ୍ବାଭାବିକ ଠାରୁ ୪୨ .୦୦  ପ୍ରତିଶତ କମ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
heavy-rainfall-in-next-5-days-of-odihsa | Argus News