Schools Closed / ବାତ୍ୟା ପରେ ପ୍ରବଳ ବର୍ଷା ସମ୍ଭାବନା; ୨୦ ଓ ୨୧ରେ ସବୁ ସ୍କୁଲ ଛୁଟି
·58 mins ago·2 min read

Key Points
ବାତ୍ୟା “ଅକୱାନ” ଯୋଗୁଁ ପ୍ରବଳ ବର୍ଷା
ପ୍ରତିକୂଳ ପାଗକୁ ଦେଖି ସ୍କୁଲ ଛୁଟି ଘୋଷଣା
ଏହି ଦୁଇଟି ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ବାତ୍ୟା ଆକଭାନ୍ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଏହା ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପରେ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ଦୁଇ ଦିନ ପାଇଁ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଆଦି ବନ୍ଦ ରହିବ ।
ପଢନ୍ତୁ ଏହି ଖବର: ଦୁର୍ବଳ ହେଲା ବାତ୍ୟା; ତଥାପି ଟଳିନି ବିପଦ, ପ୍ରେସମିଟ୍ରେ ସତର୍କ କରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ
ବାତ୍ୟା ଆକଭାନ୍ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ସହ ବାତ୍ୟା ଆକଭାନ୍ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି।ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା । ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା । ଏବେ ଏହା ଲଘୁଚାପରେ ପରିଣତ ହୋଇଛି । ଏଥିଲାଗି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ଗଜପତି, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
- ନୂଆପଡାରେ ଦୁଇଦିନ ସ୍କୁଲ ଛୁଟି
- ଭଦ୍ରକରେ କାଲି ଶିକ୍ଷାନୁଷ୍ଠାନ ବନ୍ଦ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories