ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲା ହାଇଟେକ୍ ହସ୍ପିଟାଲ୍ ! : ବିଜେପି ମହିଳା ମୋର୍ଚ୍ଚା

ଅର୍ଗସ ବ୍ୟୁରୋ : ହାଇଟେକ୍ ହସ୍ପିଟାଲ୍ ବିସ୍ପୋରଣ ଘଟଣାରେ ବିଜେପି ମହିଳା ମୋର୍ଚ୍ଚା ପ୍ରେସମିଟ୍ । ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ଦଳ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବା ଘଟଣା ପାଇଁ ହାଇଟେକ ମେଡିକାଲକୁ ଦାୟୀ କରିଛି ବିଜେପି । ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଅଭିଯୋଗ କରିଛି ଦଳ ।
ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏବଂ ସେହିଭଳି ପରିସ୍ଥିତି ତିଆରି କରିବା ଲାଗି ହାଇଟେକ ମେଡିକାଲ ଉପରେ ମାମଲା କରିବା ପାଇଁ ଦାବି କଲା ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ କାହିଁକି ଚୁପ୍ ବସିଛି ଉତ୍ତର ଦେଉ । ହସ୍ପିଟାଲ ମାଲିକ ବିଜେଡ଼ି ଦଳର ବୋଲି ଆକ୍ସନ ହେଉନଥିବା ଅଭିଯୋଗ କରିଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ହାଇଟେକର ମେଡିକାଲ ଲାଇସେନସ ରଦ୍ଦ କରାଯାଉ ବୋଲି ଦାବି କରିଛି ଦଳ । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଯଦି ହାଇଟେକ ଭୁଲ ଖବର ଦେଇ ନଥିଲେ ଦିଲ୍ଲୀପ ସାମନ୍ତରାୟଙ୍କ ସ୍ତ୍ରୀ ଆତ୍ମହତ୍ୟା କରିନଥାନ୍ତେ । ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଅଭିଯୋଗ କରିଛି ବିଜେପି ।