ଏହାକୁ ମିଶାଇ ଝାଡ଼ାବାନ୍ତିରେ ମୁତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି
·2 years ago·1 min read

ଅର୍ଗସ ବ୍ୟୁରୋ : ହୀରାକୁଦରେ ଝାଡ଼ାବାନ୍ତି ନେଲା ଆଉ ଜଣଙ୍କ ଜୀବନ । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ନ୍ୟୁ ମାର୍କେଟ ପଡାର ଯମୁନା ବେହେରା । ଏହାକୁ ମିଶାଇ ଝାଡ଼ାବାନ୍ତିରେ ମୁତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ ପାର୍ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ବରରୁ ମେଡିକାଲ୍ ଟିମ୍ ଯାଇ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି । ଦୂଷିତ ପାଣି ପିଇ ୭ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଥିବାବେଳେ ସ୍ଥିତିରେ ସୁଧାର ନାହିଁ । PHD ପାଣିରେ ଚୁଟି, ପଙ୍କ ବାହାରୁଥିବା ଅଭିଯୋଗ କରିଛନ୍ତି ହାରାକୁଦବାସୀ । ରାଜ୍ୟବାସୀଙ୍କୁ ମରଣ ମୁହଁକୁ ଠେଲୁଛନ୍ତି ବିଜେଡି ସରକାର । ସୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ୍ ମାରିଛନ୍ତି । କେବଳ ପ୍ରଚାରରେ ସୀମିତ କି ରାଜ୍ୟ ସରକାରଙ୍କ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: