Videos
|
Odisha

Hirakud Dam Gates Opened / ଖୋଲିଲା ହୀରାକୁଦର ୧୦ ଗେଟ୍‌, ମହାନଦୀରେ ଆହୁରି ବଢ଼ିବ ଜଳସ୍ତର !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଖୋଲିଲା ହୀରାକୁଦର ୧୦ ଗେଟ୍‌, ମହାନଦୀରେ ଆହୁରି ବଢ଼ିବ ଜଳସ୍ତର !
Hirakud Dam

Key Points

ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର
ହୀରାକୁଦ ଡ୍ୟାମର ଆଉ ୧୦ ଗେଟ୍‌ ଖୋଲିଲା
ଏବେ ଜଳଭଣ୍ଡାରର ୧୨ଟି ଗେଟ୍‌ ଦେଇ ପାଣି ନିଷ୍କାସନ
ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୧୦ଟି ଗେଟ୍‌ ଖୋଲିଛି । ହୀରାକୁଦ ଜଳଭଣ୍ତାରକୁ ଗତ ଦୁଇ ଦିନ ହେବ ଲଗାତାର ୩ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଉପରେ ଜଳ ପ୍ରବେଶ କରୁଛି । ଫଳରେ ଜଳସ୍ତର ଆଜି ସକାଳ ୬ଟା ସୁଦ୍ଧା ୬୨୩.୫୨ ଫୁଟ ରହିଥିଲା । ଉପର ମୁଣ୍ତରୁ ହୀରକୁଦ ଜଳ ଭଣ୍ଡାରକୁ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ମାତ୍ର ସେକେଣ୍ତ ପ୍ରତି ୬୫ ହଜାର ୫୪୩ କ୍ୟୁସେକ ଜଳ ନିଷ୍କାସନ ହେଉଥିଲା । ତେଣୁ ଇନ୍‌ ଫ୍ଲୋକୁ ଦୃଷ୍ଟିରେ ରଖି ଏବେ ୧୦ଟି ଗେଟ୍‌ ଖୋଲାଯାଇଛି । ଯାହାଫଳରେ ଏବେ ମୋଟ ୧୨ ଟି ଗେଟରେ ୨ ଲକ୍ଷରୁ ଅଧିକ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ଅଧିକ ପଢ଼ନ୍ତୁ: ସରକାରଙ୍କ ବଡ଼ ନିଷ୍ପତ୍ତି; ଆଜି ଓ ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ ଛୁଟି


ସେପଟେ ମହାନଦୀରେ ବନ୍ୟା ଜଳ ପ୍ରବାହ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଠଗଡ ଏବଂ କଟକ ମୁଣ୍ଡଳୀ ଅଞ୍ଚଳରେ ମହାନଦୀର ଜଳସ୍ତର କ୍ରମଶଃ କମିବାରେ ଲାଗିଛି । ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି । ଗତକାଲି ରାତି ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ ୮୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିଲା । କିନ୍ତୁ ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସି ବର୍ତ୍ତମାନ ଜଳ ପ୍ରବାହ କମି ୮ ଲକ୍ଷ ୭୩ ହଜାର କ୍ୟୁସେକକୁ ଖସିଥିବା ନେଇ ସୂଚନା ମିଳିଛି । ମୋଟାମୋଟି ଭାବେ ମହାନଦୀର ଜଳସ୍ତର ଏବେ ହ୍ରାସ ପାଇବାରେ ଲାଗିଛି ।

ସେପଟେ ବନ୍ୟାସ୍ଥିତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା ହେଉଛି । ପ୍ରଭାବିତ ଅଂଚଳର ଜିଲ୍ଲାପାଳମାନେ ଭିସିରେ ଯୋଡି ହୋଇଛନ୍ତି । ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, SRC, ପାଣିପାଗ ବିଜ୍ଞାନ, ଜଳସମ୍ପଦ ବିଭାଗର ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: