Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ

Jitendra Dash
Browse all articles by Jitendra Dash
·2 years ago·2 min read
ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ

ଅର୍ଗସ ବ୍ୟୁରୋ : ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ । ୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀ ଜେଲ୍ ଯିବେ । କଷ୍ଟ ଅର୍ଜିତ ଟଙ୍କା ହରାଇଥିବା ଲୋକଙ୍କୁ ଟଙ୍କା ଫେରାଯିବ ବୋଲି କହିଛନ୍ତି ଅମିତ ଶାହ । ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଫେରସ୍ତ ଯିବ । ସେ ଆହୁରି ମଧ୍ୟ କହିଛନ୍ତି ଚିଟଫଣ୍ଡ ହେଉଛି ବିଜେଡି ପ୍ରାୟୋଜିତ । ଏଥିରେ ଅନେକ ଚିଟଫଣ୍ଡ କମ୍ପାନିକୁ ଅଗ୍ରାଧିକାର ଦେଇ ତଦନ୍ତର ସମ୍ମୁଖୀନ ହୋଇଛନ୍ତି ଏକାଧିକ ବିଜେଡି ନେତା । 

ଏଥିରେ ଅଧିକ ହଇରାଣ ହୋଇଛନ୍ତି ଗରିବ ଲୋକେ । ଲୋକମାନେ ଚିଟଫଣ୍ଡରେ ଯେଉଁ କଷ୍ଟ ଅର୍ଜିତ ଟଙ୍କା ହରାଇଛନ୍ତି ତାହା ଲୋକମାନଙ୍କୁ ଫେରାଇ ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ । ଏହି ଟଙ୍କା ସିଧା ସିଧା ଲୋକଙ୍କ ଆକାଉଣ୍ଟକୁ ଯିବ । ଏତେଦିନ ଯାଏଁ କାହିଁକି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାରେ ବିଫଳ ରାଜ୍ୟ ସରକାର । କୁଆଡେ ଗଲା ୩୦୦ କୋଟିର କର୍ପସ ଫଣ୍ଡ । ୧୨ ଶହ କମ୍ପାନୀ ଓଡିଶାର ସାଧାରଣ ଲୋକଙ୍କ ପାଖରୁ ବିଭିନ୍ନ ମିଛ ସ୍କିମ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଲୁଟ କରିଥିଲେ । ଠକ କମ୍ପାନୀ ମାନଙ୍କର ସମ୍ପତ୍ତି ନିଲାମ କରି ଟଙ୍କା ରଖିଛନ୍ତି ରାଜ୍ୟ ସରକାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତଦନ୍ତ କମିଶନ ଗଠନ, ଅଧିକାରୀ, କର୍ମଚାରୀଙ୍କ ଭତ୍ତା, କାର୍ଯ୍ୟାଳୟର ଆନୁସଙ୍ଗିକ ଖର୍ଚ୍ଚ  ପାଇଁ ରାଜ୍ୟ ରାଜକୋଷରୁ ସ୍ବାହା ହୋଇଛି ୬ କୋଟି ୧୯ ଲକ୍ଷ ୭୨ ହଜାର ଟଙ୍କା । ତଦନ୍ତ କମିଶନ କୁଆଡେ ଗଲା । ତଦନ୍ତ କମିଶନର ରିପୋର୍ଟ ଉଇ ଖାଇଗଲା କି ଏହା ଏବେ ବଡ ପ୍ରଶ୍ନ ହୋଇ ଛିଡାହୋଇଛି ବୋଲି ସେ କହିଛନ୍ତି । ଠକ କମ୍ପାନୀ ମାନେ ଗରିବ ଜମାକାରୀଙ୍କ ପାଖରୁ ପାଖାପାଖି ୩୦ ହଜାର କୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା ।  ଏବେ ଅମିତ ଶାହା କହିଛନ୍ତି ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ଦୋଷୀ ଜେଲେ ଯିବେ । 

Sponsored
HM Shri Amit Shah addresses public meeting in Sambalpur, Odisha | Argus News