Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ ପାଇଁ ୧୭ରେ ଛୁଟି ଘୋଷଣା

Odisha

'ସୁଭଦ୍ରା' ଯୋଜନାର ଶୁଭାରମ୍ଭ ପାଇଁ ୧୭ରେ ଛୁଟି ଘୋଷଣା

Swayangprajna Mishra
Browse all articles by Swayangprajna Mishra
·1 year ago
'ସୁଭଦ୍ରା' ଯୋଜନାର ଶୁଭାରମ୍ଭ ପାଇଁ ୧୭ରେ ଛୁଟି ଘୋଷଣା

ଭୁବନେଶ୍ବର : ୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ । ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ।

ଅଧିକ ପଢନ୍ତୁ : ସୁଭଦ୍ରା ଯୋଜନାରେ ୨୧ ବର୍ଷ ବୟସ ପରେ ଆବେଦନ କରି ହେବ

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Holiday declared on 17th in Bhubaneswar for the launch of 'Subhadra' scheme | Argus News