Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହୁମାଛି ଆକ୍ରମଣ ଫଳରେ ଶବ ଛାଡ଼ି ଧାଇଁଲେ ପରିବାର ଲୋକେ

Odisha

ମହୁମାଛି ଆକ୍ରମଣ ଫଳରେ ଶବ ଛାଡ଼ି ଧାଇଁଲେ ପରିବାର ଲୋକେ

Jitendra Dash
Browse all articles by Jitendra Dash
·2 years ago·1 min read
ମହୁମାଛି ଆକ୍ରମଣ ଫଳରେ ଶବ ଛାଡ଼ି ଧାଇଁଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ଶବ ସତ୍କାର ପାଇଁ ଯାଇ ଥିଲେ ହଠାତ୍ ମାଡ଼ି ଆସିଲେ ମହୁମାଛି ପଲ । ଆଉ ଶବ ଛାଡ଼ ଦୌଡ଼ିଲେ ଲୋକେ । ଏହି ଘଟଣାରେ ୬ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜଳେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଳେଶ୍ଵର ବ୍ଲକ ଡେମୁରିଆ ଗ୍ରାମରେ ଅନନ୍ତ ଜେନା ନାମକ ୬୦ବର୍ଷୀୟ ବ୍ୟକ୍ତିଙ୍କ ଗତ ରାତିରେ ମୃତ ହୋଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରିବାର ଓ ସାହି ପଡ଼ିଶା ଏକଜୁଟ ହେବା ପରେ ଆଜି ସକାଳୁ ସତ୍କାର ପାଇଁ ବାହାରି ଥିଲେ । ଶ୍ମଶାନ ପହଞ୍ଚିବା ପରେ ସତ୍କାର ପାଇଁ ପ୍ରସ୍ତୁତି ହେଉ ହେଉ ହଠାତ୍ ମହୁ ମାଛି ଦଳ ମାଡ଼ି ଆସି ଆକ୍ରମଣ କରିଥିଲେ । ଫଳରେ ସତ୍କାର ପାଇଁ ଆସିଥିବା ଲୋକେ ଶବକୁ ଛାଡି ଦୌଡ଼ି ପଳାଇ ଆସିଥିଲେ । ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଆଣି ଭର୍ତ୍ତି କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Honey bee attack leaves 6 people in critical condition in Jaleswar | Argus News