Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶା ପୋଲିସ ଉପରୁ ତୁଟୁଛି ଭରସା

Odisha

ଓଡ଼ିଶା ପୋଲିସ ଉପରୁ ତୁଟୁଛି ଭରସା

Jitendra Dash
Browse all articles by Jitendra Dash
·2 years ago·2 min read
ଓଡ଼ିଶା ପୋଲିସ ଉପରୁ ତୁଟୁଛି ଭରସା

ଅର୍ଗସ ବ୍ୟୁରୋ : ଅଭିଯୋଗ ଶୁଣୁନି ପୋଲିସ । ନ୍ୟାୟ ଦେଉ ନାହାଁନ୍ତି ସରକାର । ଯିଏ ମୁହଁ ଖୋଲୁଛି ତା ନାଁରେ ମିଛ ମାମଲା ରୁଜୁ ହେଉଛି । ଏଭଳି କିଛି ଅଭିଯୋଗ ନେଇ ଆଜି ପୁଣି ଥରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ନ୍ୟାୟ ପାଇଁ ଲଢ଼େଇ ପରିବାର । ବାରମ୍ବାର ଚେଷ୍ଠା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ବିଫଳ ହେବାରୁ ଆଇନ ବିଭାଗର ସଚିବଙ୍କୁ ଭେଟିଛନ୍ତି  ନ୍ୟାୟ ପାଇ ନଥିବା ପରିବାର । ହତ୍ୟା, ଅପହରଣ ଭଳି ୨୭ ମାମଲାରେ ପୋଲିସ ତଦନ୍ତ ଆଉ ଆଗକୁ ବଢୁନାହାନ୍ତି । ଯେଉଁଥିପାଇଁ ସିବିଆଇ ତଦନ୍ତ ଦାବି ସହ ପୋଲିସ ଗିରଫ କରିଥିବା ଦିଲ୍ଲୀପ ସାହୁଙ୍କୁ ଶୀଘ୍ର ଜେଲରୁ ଖଲାସ କରିବାକୁ ଦାବି କରିଛି ସଂଗଠନ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଞ୍ଛାରପୁରର କୁନି ଝିଅ ପିହୁ କୁ କିଏ ଗାଁ ଦାଣ୍ଡରୁ ଉଠେଇ ନେଲା । ଘଟଣାକୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପିହୁର ପତ୍ତା ଲଗାଇବାରେ ପୋଲିସ ଫେଲ ମାରିଛି । ଥାନା ଠୁ ନେଇ ମନ୍ତ୍ରୀଙ୍କ ବାସ ଭବନ ଯାଏ ଧାଇଁ ଧାଇଁ ନୟାନ୍ତ ପିହୁର ମା ମୋନାଲିସ ନାୟକ  । ସେହିପରି ୨୦୧୬ରେ ପଙ୍କପାଳ ଉଲ୍ଲାସ ଜେନା ହତ୍ୟା ମାମଲାକୁ ବିତିଲାଣି ୭ ବର୍ଷ । ସବୁପ୍ରମାଣ ଥାଇ ବି ହତ୍ୟାକାରୀଙ୍କୁ ଧରିପାରୁନି ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ତାଙ୍କ ପୁଅ ତଥା ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ଚାପରେ କ୍ରାଇମବ୍ରାଞ୍ଚ ଆକସନ୍ ନେଉନଥିବା ନେଇ ହୋଇଛି ସାଂଘାତିକ ଅଭିଯୋଗ । କୁଜଙ୍ଗ ଅଂଚଳର ଅମୃତ ଦାସଙ୍କ ହତ୍ୟାକାଣ୍ଡକୁ ବି ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ତଦନ୍ତର ଫାଇଲ ବନ୍ଦ ହୋଇଯାଇଛି । ରାଜନୈତିକ ଚାପ ହେଉ ବା ଆନ୍ତରିକତା ର ଅଭାବ ପରୀ ହତ୍ୟାକାଣ୍ଡ, ମାନବ ପ୍ରେମୀ ଆଦିତ୍ୟ ଦାସ  ଆତ୍ମହତ୍ୟା ଭଳି ମାମଲାରେ ପୋଲିସ ତଦନ୍ତ ଉପରେ ପରିବାର ଲୋକଙ୍କ ଭରଷା ନାହିଁ । ସବୁବେଳେ ଆଇନ ତା ବାଟରେ ଯିବା କଥା କହୁଥିବା ସରକାରର ଶାସନରେ ଆଇନ ହୋଇଛି ବାଟବଣା । 
 

Sponsored
Hope is breaking from Odisha Police | Argus News