Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାଣନ୍ତୁ ଆଜିର ରାଶିଫଳ : କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା

Odisha

ଜାଣନ୍ତୁ ଆଜିର ରାଶିଫଳ : କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା

Jitendra Dash
Browse all articles by Jitendra Dash
·2 years ago·4 min read
ଜାଣନ୍ତୁ ଆଜିର ରାଶିଫଳ : କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା

ଅର୍ଗସ ବ୍ୟୁରୋ : ୦୧.ବୁଧବାର, ଜାଣନ୍ତୁ ଆଜିର ରାଶିଫଳ । କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା

ମେଷ-
ପତୀ ପତ୍ନୀଙ୍କ  ସମ୍ପର୍କରେ ଉନ୍ନତି ଆସିବ। ସରକାରି କ୍ଷେତ୍ରରୁ ମଧ୍ୟ କିଛି ଆର୍ଥିକ ସହୟତା  ମିଳିପାରେ । ଶିକ୍ଷାର୍ଥୀ ମାନେ ଶିକ୍ଷକଙ୍କର ପରାମର୍ଶ ମାନି ଅଗ୍ରସର ହେବେ । ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ । ନିଦ୍ଧିଷ୍ଟ କାର‌୍ୟ୍ୟରେ  କୃତକାର‌୍ୟ୍ୟ ହେବେ । ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ-
ବ୍ୟବସାୟରେ ଧନଲାଭର ନୂଆ ଉତ୍ସ ତଲାସ କରିବେ । କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସି୍ଥରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ ।
ଶୁଭ ରଙ୍ଗ-ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ତୁମ ଖାଦ୍ୟରୁ ଅଧେ ଗାଈ କୁ ଖାଇବାକୁ ଦିଅନ୍ତୁ

ମିଥୁନ-
ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ଧୈର‌୍ୟ୍ୟ ଓ ସହନଶୀଳତା ସମ୍ବଳ କରି ଲକ୍ଷ୍ୟ ସାଧନ ଦିଗରେ  ଆଗେଇ ଚାଲିବେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ସମ୍ପତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କର୍କଟ-
କର୍ମକ୍ଷେତ୍ରରେ ସନ୍ଦେହଜନକ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ 
 । ବିଦ୍ୟାର୍ଥି ମାନେ ପରୀକ୍ଷାରେ କୃତକାର‌୍ୟ୍ୟ ହେବେ । ରାଜନିତିରେ ବିଶେଷ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର‌୍ୟ୍ୟରୁ ପ୍ରଂଶସିତ ହେବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା-୨
ପ୍ରତିକାର- ଶିବଙ୍କ ସହସ୍ରନାମ ପାଠ କରନ୍ତୁ

ସିଂହ-
ଭାଇ ଭଉଣୀଙ୍କର ସମ୍ପର୍କରେ ଉନ୍ନତି ଆଣିବେ । ସଞ୍ଚିତ ଅର୍ଥ ଖର୍ଚ୍ଚ ହେବାର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ପରିକ୍ଷାରେ ଶ୍ରେୟ ହାସଲ କରିବେ । ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି । ଧର୍ମ ଓ ସାଂସୃତିକ କାର‌୍ୟ୍ୟରେ ଅଗ୍ରଣି ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ  
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –  ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

କନ୍ୟା-
ଆପଣଙ୍କ ଧ୍ୟାନ ଧର୍ମ କାର‌୍ୟ୍ୟରେ ଲାଗି ରହିବ । କାର‌୍ୟ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର‌୍ୟ୍ୟ କ୍ଷେତ୍ରରେ ପରିବର୍ତନ ହେବ । ମହିଳାମାନେ ପରିବାର ସହିତ ହସ ଖୁସିରେ ରହିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ପୂଜା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁଳା-
ପୂର୍ବ ସମୟ ଠାରୁ ସ୍ୱାସ୍ଥ୍ୟ ସମସ୍ୟା ଅନେକାଂଶରେ କମ୍ ରହିବ କିନ୍ତୁ ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରି ପାରନ୍ତି ।  ଅଧାରୁ ଛାଡିଦେଇଥିବା ବ୍ୟବସାୟକୁ ପୁନର୍ବାର ଆରମ୍ଭ କରିବେ 
 । ଧୀରେ ଧୀରେ ଧନ ସଂଗ୍ରହରେ ବୃଦ୍ଧି ଘଟିବ ।  ଛାତ୍ରମାନେ ଶିକ୍ଷା ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇବେ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

ବିଛା-
ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ଜମି କିଣିବା ଲାଗି ସୁନ୍ଦର ଯୋଗ ଅଛି । ସକରାତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର- ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ-
କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ । କାରବାରରେ ବକୟ ଅର୍ଥ ପାଇବେ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବେ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି । ଭାତୃ ସଂପର୍କରେ ଉନ୍ନତି ଘଟିବ
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ସକାଳୁ ସୂର‌୍ୟ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ

ମକର-
ପାରିପାରିକ ଜୀବନ ସୁଖମୟ ହୋଇପାରେ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ । ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ଛାତ୍ରଛାତ୍ରୀ ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବେ । ମହିଳା ମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହେବ । ଅଦାଲତରୁ ସୁଫଳ ମିଳିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-
ସମସ୍ତ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । କର୍ମ କ୍ଷେତ୍ରରେ ନିଜ ମନ ଅନୁଯାୟୀ କର୍ମ କରିବାର ସ୍ୱାଧିନତା ପାଇବେ ଅନ୍ୟ ରାଜ୍ୟକୁ ବ୍ୟପାର କରିବାକୁ ଯାଇ ପାରନ୍ତି । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ

ଅଧିକ ପଢନ୍ତୁ ରାଶିଫଳ ଖବର

ମୀନ-
ପିଲାମାନଙ୍କ ସହିତ ଜଡିତ କିଛି କଥାରେ ସଫଳତା ଆଣିବ । ବିଦେଶୀ ବାଣିଜ୍ୟ ସହିତ ଆପଣଙ୍କର ସଂଯୋଗ ରହିବ  । କାରବାରରେ  ସଫଳତା ପାଇବେ । ଭୂ-ସମ୍ପକୁ ନେଇ ସମସ୍ୟା ଉପୁଜିପାରେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ । ନୂତନ ଯାନ ପାଇବାର ସୁଯୋଗ ଅଛି, ଖର୍ଚ୍ଚ ହ୍ରାସ ହେବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା-୩
ପ୍ରତିକାର- ବିଷ୍ଣୁଙ୍କ ପୂଜା , ପାଠ କରନ୍ତୁ

Sponsored
Astrological prediction for May 1, 2024: Find out answers to your deepest burning questions related to love, health, money, career in this daily horoscope for Aries, Taurus, Gemini, Cancer, Leo, Virgo, Libra, Scorpio, Sagittarius, Capricorn, Aquarius and | Argus News