Videos
|
Odisha

ପାଳଲହଡାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Jitendra Dash
Browse all articles by Jitendra Dash
·2 years ago·1 min read
ପାଳଲହଡାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ଅନଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ଝାରବେଡା ରାଜୀବ ଭବନ ଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଲଲହଡା ନିର୍ବାଚନ ମଣ୍ଡଳୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାନ୍ତି, ବରିଷ୍ଠ ନେତା ଲିଙ୍ଗରାଜ ଦାସ, ଝାରବେଡା ଗ୍ରାମପଂଚାୟତର ସମାଜ ସେବୀ କମଳ ଲୋଚନ ବେହେରା ଓ ବହୁ ବିଜେପି କର୍ମୀ ଯୋଗଦେଇ ଶୁଭ ଆରମ୍ଭ କରିଥିଲେ ।

ପରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଅଧକ୍ଷ ଶ୍ରୀମତୀ ମୃଦଳା ଠାକୁର ପ୍ରଧାନ ଯୋଗ ଦେଇଥିଲେ । ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ଆସିଥିବା ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ଏବଂ ତାଙ୍କ ଗହଣରେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଅବିବାହିତ କରିଥିଲେ । ଏହି ଶିବିରରେ ୮ଜଣ ବିଭିନ୍ନ ବିଭାଗର ଡାକ୍ତର ଟିମ୍ ସହ ନର୍ସ ଓ ଫାର୍ମାସିଷ୍ଟ ରହି ରୋଗୀଙ୍କୁ ପରୀକ୍ଷା ନିରିକ୍ଷା କରି ମାଗଣାରେ ସମସ୍ତ ଔଷଧ ଦିଆଯାଉଛି । 

ଆଖ ପାଖ  ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଗଲାଣି । ୨୦୦୦ ଲୋକଙ୍କୁ ଏହି ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଯୋଜନା ରହିଛି । ଶିବିରରେ ଝରାବେଡା ଯୁବକ ସଙ୍ଘ ଓ ଗ୍ରାମର ସଭାପତି ଆଦି ସାହାଯ୍ୟ ସହଯୋଗ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରବର୍ତ୍ତୀ ସମୟରେ ପାଳଲହଡା ଖୁଲୁଡ଼ି ଠାରେ ଥିବା ଗିରିଶ୍ୱର ଶୈବ ପୀଠରେ ବାବା ଗିରିଶ୍ୱରଙ୍କୁ ଦର୍ଶନ କରିଥିଲେ । ପରେ ସେଠାରେ ଥିବା ଜଳପ୍ରପାତ ଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । ଏହାର ଉର୍ନତି ପାଇଁ ମନ୍ଦିର ପୂଜକଙ୍କ ସହ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀଙ୍କ ଜରିଆରେ କିଛି ଅନୁଦାନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ।