|
logo
Live
Argus News App
GET APP

Argus News - ସ୍କୁଲ୍‌କୁ କେଉଁଠୁ ଆସିଲା ପେଟ୍ରୋଲ୍ ? ଷ୍ଟଣ୍ଟ ଦେଖାଇବା ବେଳେ ନବମ ଶ୍ରେଣୀ ଛାତ୍ର ଜଳିଗଲେ

Odisha

Student Burned / ସ୍କୁଲ୍‌କୁ କେଉଁଠୁ ଆସିଲା ପେଟ୍ରୋଲ୍ ? ଷ୍ଟଣ୍ଟ ଦେଖାଇବା ବେଳେ ନବମ ଶ୍ରେଣୀ ଛାତ୍ର ଜଳିଗଲେ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ସ୍କୁଲ୍‌କୁ କେଉଁଠୁ ଆସିଲା ପେଟ୍ରୋଲ୍ ? ଷ୍ଟଣ୍ଟ ଦେଖାଇବା ବେଳେ ନବମ ଶ୍ରେଣୀ ଛାତ୍ର ଜଳିଗଲେ

Key Points

ମଧ୍ୟାହ୍ନ ଭୋଜନ ସମୟରେ ବଡ଼ ଅଘଟଣ । ଷ୍ଟଣ୍ଟ ଦେଖାଇବା ବେଳେ ପୋଡ଼ି ଯାଇଛନ୍ତି ନବମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମଗିରି ବ୍ଲକ ବାଲୁକେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ।

ବ୍ରହ୍ମଗିରି (ପୁରୀ): ଶ୍ରେଣୀଗୃହରେ ଷ୍ଟଣ୍ଟ, ପୋଡ଼ିଗଲେ ଛାତ୍ର । ମଧ୍ୟାହ୍ନ ଭୋଜନ ସମୟରେ ବଡ଼ ଅଘଟଣ । ଷ୍ଟଣ୍ଟ ଦେଖାଇବା ବେଳେ ପୋଡ଼ି ଯାଇଛନ୍ତି ନବମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମଗିରି ବ୍ଲକ ବାଲୁକେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ।


ମିଳିଥିବା ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନ ସମୟରେ ନବମ ଶ୍ରେଣୀର ୨ ଛାତ୍ର ବିଦ୍ୟାଳୟ ପରିସରରେ ଷ୍ଟଣ୍ଟ ଦେଖାଉଥିଲେ । ଏକ କୋଠରିରେ ରଖା ଯାଇଥିବା ପେଟ୍ରୋଲ୍ ବୋତଲ ଆଣି ଷ୍ଟଣ୍ଟ କରୁଥିଲେ । ଜଣେ ଛାତ୍ର ପେଟ୍ରୋଲ୍‌କୁ ପାଟିରେ ରଖିବା ବେଳେ ଅନ୍ୟ ଜଣେ ଦିଆସିଲ୍ ମାରିଥିଲେ ।


ଏଥିସହ ପଢ଼ନ୍ତୁ: ଘରକୁ ସ୍ଵାମୀ ଆସିଥିବା ବେଳେ ହାଇଦ୍ରାବାଦରେ ମିଳିଲା ସ୍ତ୍ରୀର ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ


ପେଟ୍ରୋଲ୍ ପାଟିରୁ ଫିଙ୍ଗିବା ବେଳେ ଛାତ୍ରଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ପାଟିରେ ପେଟ୍ରୋଲ୍ ରଖିଥିବା ଛାତ୍ର ଜଣଙ୍କ ସ୍କୁଲ୍ ପୋଷାକ ସମ୍ପୂର୍ଣ୍ଣ ଜଳି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରେ ପୁରୀ ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ଅନ୍ୟ ଛାତ୍ର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁରୀରୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯିବ ବୋଲି ତାଙ୍କ ବାପା କହିଛନ୍ତି । ତେବେ ଏତେବଡ଼ ଘଟଣା ଖୋଦ୍ ପ୍ରଧାନଶିକ୍ଷକଙ୍କ କୋଠରି ସମ୍ମୁଖରେ ଘଟିଥିବା ଜଣାପଡ଼ିଛି । ଏନେଇ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।



ବାଲୁକେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ରହିଥିବା ବେଳେ ଶତାଧିକ ପିଲା ପାଠ ପଢ଼ୁଛନ୍ତି । ନିଆଁ ଲାଗି ନବମ ଛାତ୍ରଙ୍କ ଛାତିର ଅଧିକାଂଶ ଭାଗ ପୋଡ଼ି ଯାଇଛି । ତେବେ ବିଦ୍ୟାଳୟ ପରିସରକୁ କେଉଁଠୁ ପେଟ୍ରୋଲ୍ ଆସିଲା ? କିଏ ଆଣି ରଖିଥିଲା ପେଟ୍ରୋଲ୍ ?


ଏଥିସହ ପଢ଼ନ୍ତୁ: ବିଜେଡି ନେତାଙ୍କ ବାଚଳାମି ! ଆଦିବାସୀ ବୃଦ୍ଧଙ୍କୁ ଚପଲରେ ପିଟି ବନ୍ଧାହେଲେ


ଯଦି ବିଦ୍ୟାଳୟର କୌଣସି କର୍ମଚାରୀ ପେଟ୍ରୋଲ୍ ଆଣିଥିଲେ ତାହେଲେ ସୁରକ୍ଷିତ ସ୍ଥାନରେ କାହିଁକି ରଖିଲେନି ? ଦୁଇ ଛାତ୍ର ଷ୍ଟଣ୍ଟ ଦେଖାଉଥିବା ବେଳେ କ'ଣ କରୁଥିଲେ ଶିକ୍ଷକ ଓ ଅନ୍ୟମାନେ ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଷ୍ଟଣ୍ଟ ପରେ ଜଣେ ନବମ ଛାତ୍ର ଜଳିଯିବାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଯେଉଁ ଶିକ୍ଷକଙ୍କ ଅବହେଳା ଓ ଦାୟିତ୍ଵହୀନତା ଯୋଗୁଁ ଏତେବଡ଼ ଘଟଣା ଘଟିଲା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । 

Related Topics

Explore more stories

Sponsored
Student Burned: ସ୍କୁଲ୍‌କୁ କେଉଁଠୁ ଆସିଲା ପେଟ୍ରୋଲ୍ ? ଷ୍ଟଣ୍ଟ ଦେଖାଇବା ବେଳେ ନବମ ଶ୍ରେଣୀ ଛାତ୍ର ଜଳିଗଲେ | Argus News