ଓଡ଼ିଆ ଭଜନକୁ ତାତ୍ସଲ୍ୟ କରି ଗାଇଲେ ଦୁଇ କଣ୍ଠଶିଳ୍ପୀ
·2 years ago·1 min read

ଅର୍ଗସ ବ୍ୟୁରୋ : ଓଡ଼ିଆ ଭଜନକୁ ଉପହାସ । ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ । ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ପ୍ରସିଦ୍ଧ ଭଜନକୁ ତାତ୍ସଲ୍ୟ କଲେ ୨ ଜଣ ଗୀତିକାର । ଆସ ଆସ ମୋର ସରଗ ତାରା ଭଜନର ସ୍ବରକୁ କଦର୍ଥ କରି ଗାଇଲେ ହ୍ୟୁମାନ ସାଗର ଏବଂ ରୁକୁ ସୁନା । ଯାହାକୁ ନେଇ ଉଭୟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଭଜନ କଣ୍ଠରେ ଦ୍ବିଅର୍ଥ ବୋଧକ ଗୀତ ଗାଇ ବିବାଦରେ ରୁକୁ ସୁନା ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
ଜଣେ ଭଜନକୁ କଦର୍ଥ କରି ଗାଉଥିବା ବେଳେ ଆଉ ଜଣେ ତାର ମଜା ନେଉଥିବା ଭିଡିଓ ଦେଖିବାକୁ ମିଳିଛି । ପ୍ରସିଦ୍ଧ ଓଡ଼ିଆ ଭଜନ ବ୍ୟଙ୍ଗ କରି ଗାଉଛନ୍ତି ରୁକୁ ସୁନା । ରୁକୁ ସୁନାଙ୍କ ଗୀତ ଶୁଣି ହସୁଛନ୍ତି ହ୍ୟୁମାନ୍ । ତେବେ ରୁକୁ ସୁନା ଜଣେ ସମ୍ବଲପୁରୀ କଣ୍ଠଶିଳ୍ପୀ ହୋଇଥିବା ବେଳେ ହ୍ୟୁମାନ ସାଗର ଜଣେ ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ଅଟନ୍ତି । ଉଭୟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: