Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Human Sagar Health Update / ଏବେ ବି ସଂକଟାପନ୍ନ ଅବସ୍ଥାରେ ହ୍ୟୁମାନ ସାଗର, ଆଗାମୀ କିଛି ଘଣ୍ଟା ବେଶ୍‌ ଗୁରୁତ୍ବପୂର୍ଣ୍ଣ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଏବେ ବି ସଂକଟାପନ୍ନ ଅବସ୍ଥାରେ ହ୍ୟୁମାନ ସାଗର, ଆଗାମୀ କିଛି ଘଣ୍ଟା ବେଶ୍‌ ଗୁରୁତ୍ବପୂର୍ଣ୍ଣ

Key Points

ଅଭିଜିତଙ୍କ ପରେ ହ୍ୟୁମାନ । ଓଡ଼ିଆ ସଙ୍ଗୀତ ଜଗତକୁ ଲାଗିଚି କଳା ନଜର । ଜଣଙ୍କ ପରେ ଜଣେ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି ସିଙ୍ଗର ।
ଅଭିଜିତଙ୍କ ପରେ ହ୍ୟୁମାନ । ଓଡ଼ିଆ ସଙ୍ଗୀତ ଜଗତକୁ ଲାଗିଛି କଳା ନଜର । ଜଣଙ୍କ ପରେ ଜଣେ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି କଣ୍ଠଶିଳ୍ପୀ । ଗତ କିଛି ମାସ ଧରି ଓଲିଉଡର ଲୋକପ୍ରୀୟ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଅସୁସ୍ଥ ଥିବା ବେଳେ ଏବେ ଫେମସ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ହ୍ୟୁମାନଙ୍କ ଚେତନା ଶକ୍ତିରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଛି । ୧୪ ତାରିଖରେ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ ହ୍ୟୁମାନ । ଏବେ ବି ସଂକଟାପନ୍ନ ରହିଛି ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା । ୪୮ ଘଣ୍ଟା ବିତିଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ବିଗିଡ଼ି ଚାଲିଛି । ଆଗାମୀ କିଛି ଘଣ୍ଟା ଯାଏ ତାଙ୍କୁ ଅବଜରଭେସନରେ ରଖାଯାଇଛି । ଯାହା ହ୍ୟୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଘନ କୁହୁଡ଼ି; ୬ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଲିଭର ସିରୋସିସ୍ ହେଉଛି ଏକ ଦୀର୍ଘକାଳୀନ ରୋଗ ଯେଉଁଥିରେ ଯକୃତର ସ୍ୱାଭାବିକ କୋଷଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଏ ଏବଂ ସେଗୁଡିକର ସ୍ଥାନରେ କ୍ଷତିଗ୍ରସ୍ତ ତନ୍ତୁ ସୃଷ୍ଟି ହୁଏ । ଏହି କ୍ଷତିଗ୍ରସ୍ତ ତନ୍ତୁକୁ 'ଫାଇବ୍ରୋସିସ୍' କୁହାଯାଏ।ଏହି କାରଣରୁ ଯକୃତ କଠିନ ହୋଇଯାଏ ଏବଂ ତା'ର ସ୍ୱାଭାବିକ କାର୍ଯ୍ୟ କରିବା କ୍ଷମତା କମିଯାଏ । ଯକୃତର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ଖାଦ୍ୟରୁ ପୁଷ୍ଟିକର ତତ୍ତ୍ୱ ପ୍ରକ୍ରିୟାକରଣ କରିବା ଏବଂ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରୁଥିବା ପ୍ରୋଟିନ୍ ତିଆରି କରିବା । ସିରୋସିସ୍ ହେଲେ ଏହି ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ। ରୋଗ ଆରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ଯକୃତର ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବା ପରେ ଏହାର ଲକ୍ଷଣ ଜଣାପଡ଼ିଥାଏ। ଅତ୍ୟଧିକ ମଦ୍ୟପାନ ଅନେକ ବର୍ଷ ଧରି ଅତ୍ୟଧିକ ମଦ୍ୟପାନ କରିବା ଲିଭର ସିରୋସିସର ଏକ ମୁଖ୍ୟ କାରଣ।

ହ୍ୟୁମାନ ଅସୁସ୍ଥ ହୋଇ ଗତ ୧୨ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ହ୍ୟୁମାନଙ୍କୁ ଶୁକ୍ରବାର ମଧ୍ୟାହ୍ନରେ କଟକରୁ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ୪୮ ଘଣ୍ଟା ବିତିଥିଲେ ମଧ୍ୟ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସି ନାହିଁ । ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ ଆକୁଳ ନିବେଦନ କରିଛନ୍ତି । ସେ କହିଛନ୍ତି, ମୋ ପୁଅ ଭେଣ୍ଟିଲେଟର୍‌ରେ ଅଛି । ଦୟାକରି ମୋ ପୁଅ ବାହାରକୁ ନେଇ ଚିକିତ୍ସା କରନ୍ତୁ ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି । ଫ୍ୟାନ୍ସ ତଥା ସେଲିବ୍ରିଟି ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Human Sagar in Critical Condition; Next Few Hours Crucial | Latest Health Update | Argus News