Human Sagar Death Case / ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ବିବାଦ, ମହିଳା ଥାନାରେ ମ୍ୟାନେଜରଙ୍କ ବିରୋଧରେ ଅଭିଯୋଗ
·9 months ago·2 min read

Key Points
ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ବିବାଦ
ମହିଳା ଥାନାରେ ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ ଅଭିଯୋଗ
ମ୍ୟାନେଜର ଦିନେଶ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା । ବଢିଲା ମ୍ୟାନେଜର ଦିନେଶ ବେହେରାଙ୍କ ପାଇଁ ଅଢୁଆ । ଦିନେଶଙ୍କ ନାଁରେ ପୁଣି ଥାନାରେ ଏତଲା ଦାୟର କରାଯାଇଛି । କଟକ ମହିଳା ଥାନାରେ ଷ୍ଟେଟ ହ୍ୟୁମାନ୍ ରାଇଟ୍ସ କାଉନସିଲ ପକ୍ଷରୁ ଏହି ଏତଲା ଦିଆଯାଇଛି । ହ୍ୟୁମାନଙ୍କ ମାଆଙ୍କୁ ଦିନେଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ଏହି ଏତଲା ଦିଆଯାଇଛି ।
ସୂଚନା ଅନୁସାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କୁ ଦିନେଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଷ୍ଟେଟ ହ୍ୟୁମାନ୍ ରାଇଟ୍ସ କାଉନସିଲ ସଦସ୍ୟ ।
ତେବେ ଏହା ପୂର୍ବରୁ ମଧ୍ୟ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ବଲାଙ୍ଗୀର ଟାଉନ ଥାନାରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରା ନାମରେ FIR ହୋଇଛି । କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି । ଏହା ସହ ହ୍ୟୁମାନ ସାଗରଙ୍କ ମା'ଙ୍କୁ ଦୁର୍ବ୍ୟବହାର ନେଇ ମଧ୍ୟ ମାମଲା ହୋଇଛି । ଦେହ ଖରାପ ସତ୍ତ୍ବେ ହ୍ୟୁମାନଙ୍କ ବିଭିନ୍ନ ଷ୍ଟେଜ ଶୋ' କରାଉଥିଲେ । ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି ।
ସୂଚନା ଅନୁସାରେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ଏକାଧିକ ଜଣଙ୍କୁ ଦାୟୀ କରିଥିଲେ ତାଙ୍କ ମାଆ । ଏମିତିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ' କରାଯାଉଥିଲା ବୋଲି କହିଥିଲେ। ସେହିପରି ହ୍ୟୁମାନଙ୍କ ମାଆ ଆହୁରି କହିଥିଲେ, ହ୍ୟୁମାନଙ୍କୁ ଧୋକା ଦିଆ ଯାଇଛି । ମୋ ପୁଅକୁ ମାରି ଦିଆଯାଇଛି । ୨ରୁ ୩ ମାସ ହେଲା ପୁଅ ଆସୁନଥିଲା, ସେ ମାନସିକ ଅବସାଦ (ଡିପ୍ରେସନ୍)ରେ ଥିଲା ।"

ଅଧିକ ପଢ଼ନ୍ତୁ: 'କେବଳ ସୁଭଦ୍ରା ପାଇଁ ୧୩ କୋଟି ୮ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର'
ତେବେ ଏହା ପୂର୍ବରୁ ମଧ୍ୟ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ବଲାଙ୍ଗୀର ଟାଉନ ଥାନାରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରା ନାମରେ FIR ହୋଇଛି । କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି । ଏହା ସହ ହ୍ୟୁମାନ ସାଗରଙ୍କ ମା'ଙ୍କୁ ଦୁର୍ବ୍ୟବହାର ନେଇ ମଧ୍ୟ ମାମଲା ହୋଇଛି । ଦେହ ଖରାପ ସତ୍ତ୍ବେ ହ୍ୟୁମାନଙ୍କ ବିଭିନ୍ନ ଷ୍ଟେଜ ଶୋ' କରାଉଥିଲେ । ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି ।
ସୂଚନା ଅନୁସାରେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ଏକାଧିକ ଜଣଙ୍କୁ ଦାୟୀ କରିଥିଲେ ତାଙ୍କ ମାଆ । ଏମିତିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ' କରାଯାଉଥିଲା ବୋଲି କହିଥିଲେ। ସେହିପରି ହ୍ୟୁମାନଙ୍କ ମାଆ ଆହୁରି କହିଥିଲେ, ହ୍ୟୁମାନଙ୍କୁ ଧୋକା ଦିଆ ଯାଇଛି । ମୋ ପୁଅକୁ ମାରି ଦିଆଯାଇଛି । ୨ରୁ ୩ ମାସ ହେଲା ପୁଅ ଆସୁନଥିଲା, ସେ ମାନସିକ ଅବସାଦ (ଡିପ୍ରେସନ୍)ରେ ଥିଲା ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହ୍ୟୁମାନଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବା ଓ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଓ ଷ୍ଟେଜ୍ ଶୋ' ଆୟୋଜକଙ୍କୁ ଦାୟୀ କରିଛନ୍ତି ତାଙ୍କ ମାଆ । ଏସବୁ ପାଇଁ ପପୁ, ପ୍ରଶାନ୍ତ ଓ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଖୋଲାଖୋଲି ଭାବେ ଦୋଷ ଦେଇଥିଲେ ହ୍ୟୁମାନଙ୍କ ମାଆ ।
ଅନ୍ୟପଟେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର । ଡାକ୍ତର କର କହିଛନ୍ତି, "ମାସେରୁ ଅଧିକ ସମୟ ଧରି ହ୍ୟୁମାନଙ୍କ ଅବସ୍ଥା ଷ୍ଟେବୁଲ୍ ନଥିଲା । ସେ ମଦ ପିଉଥିଲେ । ୨୦୨୪ରୁ ସେ ଅସୁସ୍ଥ ଥିବାବେଳେ ଅବସ୍ଥା ଷ୍ଟେବୁଲ୍ ଥିଲା । ମାସେ ଭିତରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅବନତି ହେବା ସହ ଜ୍ଵର ହେବା ସହ ଧଇଁସଇଁ ହେଉଥିଲେ ।" କେବଳ ସେତିକି ନୁହେଁ, ନିମୋନିଆ, ହାର୍ଟ ଫେଲ୍ୟୁଅର, ଲିଭର ଖରାପ ଆଦି ପାଇଁ ହ୍ୟୁମାନଙ୍କ ମୃତ୍ୟୁ ହୋଇଛି ।
ଡାକ୍ତର ସଞ୍ଜୀବ କର କହିଛନ୍ତି, "ମାସେ ହେଲା ସେ ଅଧିକ ଅସୁସ୍ଥ ଥିଲେ । ବିଶ୍ରାମ ଆବଶ୍ୟକତା ଥିଲା । କିନ୍ତୁ ସେ ବିଶ୍ରାମ ନେଉ ନଥିଲେ । ଷ୍ଟେଜ୍ ଶୋ' କରିବା ଲାଗି ମଧ୍ୟ ବାରଣ କରିଥିଲି । ସେ ଅତ୍ୟଧିକ ମଦ ପିଉଥିବାରୁ ସଙ୍ଗୀତକୁ ନେଇ ଅଥୟ ଥିଲେ । ପରାମର୍ଶ ଦେବା ସତ୍ତ୍ଵେ ସେ ଶୁଣୁନଥିଲେ ।"

Related Topics
Explore more stories