Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ଓ କଂଗ୍ରେସ ଦଳର ଶତାଧିକ କାର୍ଯ୍ୟକର୍ତା ବିଜେପିରେ ହେଲେ ସାମିଲ

Odisha

ବିଜେଡି ଓ କଂଗ୍ରେସ ଦଳର ଶତାଧିକ କାର୍ଯ୍ୟକର୍ତା ବିଜେପିରେ ହେଲେ ସାମିଲ

Jitendra Dash
Browse all articles by Jitendra Dash
·2 years ago·3 min read
ବିଜେଡି ଓ କଂଗ୍ରେସ ଦଳର ଶତାଧିକ କାର୍ଯ୍ୟକର୍ତା ବିଜେପିରେ ହେଲେ ସାମିଲ

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତାମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ଓ ସୁସଂଗଠକ ଏବଂ ଗତ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଶ୍ରୀ ରଘୁରାମ ମାଛ; ଜୟପୁର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ହିମାଂଶୁ ମହାପାତ୍ର ଆଜି ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ କୋରାପୁଟ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନାଗେଶ୍ୱର ପାଞ୍ଜିଆ ଓ ରମା କୁମାରୀ ସିଂହ; ସରପଂଚ ସବିତା ଡାମି ଓ କୈାଶଲ୍ୟା ଜାନୀ; ସମିତି ସଦସ୍ୟ ପ୍ରତିମା ଜାନୀଙ୍କ ସମେତ ନାରାୟଣ ନାୟକ, ଚନ୍ଦ୍ରଶେଖର ଖରା, ସୋମନାଥ ତୁରୁକ; ସମନାଥ ମାଝୀ, ପଡୁ ମୁଦୁଲୀ, ଧର୍ମ ପୂଜାରୀ, ହରି ଖେମୁଣ୍ଡୁ ପ୍ରମୁଖ ଶତାଧିକ ସମର୍ଥକ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ଡା.ଫକୀର ନାୟକ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ପ୍ରସନ୍ନ ମହନ୍ତ, ଅକ୍ଷୟ ସାହୁ, ହେମନ୍ତ ସାହୁ, ଗୋପବନ୍ଧୁ ବାଗ, ରାଧାକାନ୍ତ ମହନ୍ତ, ବିଜେଡି ନେତା ଆଦିକାନ୍ତ ବାଗ, ଟୁନୁ ସାହୁ, ସତ୍ୟାନନ୍ଦ ସାହୁ, କଂଗ୍ରେସ ନେତା ନିର।।ର ମହନ୍ତ, ଅବସରପ୍ରାପ୍ତ ସେନାଧିକାରୀ ବାଲିଆ ହାଁସଦା, ସମାଜସେବୀ ବଢିଆ ମୁଣ୍ଡା ପ୍ରମୁଖ ଶତାଧିକ ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
 
କଟକ ଜିଲ୍ଲା ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଆରଏସ୍‌) ଶ୍ରୀ ସମ୍ବିତ ତ୍ରିପାଠୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରାପଡା କନିକା ରାଜପରିବାରର ସଦସ୍ୟା ଶ୍ରୀମତୀ ଦୁର୍ଗାଦେବୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀରୁ ସୟଦ ମୁକ୍ତାର ଅଲ୍ଲୀଙ୍କ ନେତୃତ୍ୱରେ ହାଜି ଲିୟାତ୍ ଅଲ୍ଲୀ, ମୈାଲାନା ହାଜି ଅବଦୁଲ ରହେମାନ ଖାନ୍‌, ମୁକ୍ତାର ଖାନ, ତରକୁନ୍ଦ ବ୍ଲକ ପୂର୍ବତନ ନାଏବ ସରପଂଚ ଆଜାଦ୍ ବେଗମ୍‌, କଂଗ୍ରେସ ସଂଖ୍ୟାଲଘୁ ପ୍ରକୋଷ୍ଠର ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ୟସ୍ମିନ ଖାତୁନ, ଓ୍‌ôାର୍ଡ ମେମ୍ବର ଅଜୟ କୁମାର ପ୍ରଧାନ, ଯୁବ କଂଗ୍ରେସ ପୂର୍ବତନ ଜିଲ୍ଲା ସଭାପତି ସୈାମ୍ୟରଞ୍ଜନ ଖୁଂଟିଆ, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ସାମସୁନ ନିଶା ବିବି ପ୍ରମୁଖଙ୍କ ସମେତ କଂଗ୍ରେସ ଓ ବିଜେଡିର ଶତାଧିକ କାର୍ଯ୍ୟକର୍ତା ବିଜେପିରେ ଯୋଗଦାନ କରିଛନ୍ତି । ପୂର୍ବତନ ବ୍ୟାଂକ ପଦାଧିକାରୀ ତଥା ଆଇଟି ବିଶେଷଜ୍ଞ ଶ୍ରୀମତୀ ରାଜେଶ୍ୱରୀ ଦାସ ବିଜେପିରେ ସାମିଲ ହୋଇଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, କସ୍ତୁରୀ ମିଶ୍ର, କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ପୂର୍ବତନ ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ସୁକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ ବାଧକ ସାଜିଛି । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଓଡିଶାବାସୀଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି ବିଜେପି । ଶାସନକୁ ଆସିଲେ ରାଜ୍ୟରେ ଭୁଷୁଡି ପଡିଥିବା ରାଜନୈତିକ ବ୍ୟବସ୍ଥାର ପୁନଃସ୍ଥାପିତ କରାଯିବ । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ଓଡ଼ିଶାବାସୀ ୨୦୨୪ ନିର୍ବାଚନରେ ବିକଳ୍ପ ଚାହୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତିା

ଦେଶ ତଥା ରାଜ୍ୟର ସାମୁହିକ ବିକାଶ ପାଇଁ ପ୍ରକୃତ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ଗତ ୯ ବର୍ଷର ଶାସନ କାଳରେ ବହୁ ଗରୀବକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇଛି । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ନିଶ୍ଚିତ ହେବ ବୋଲି ନୂତନ ଭାବେ ସାମିଲ ହୋଇଥିବା ସମସ୍ତ ନେତୃବୃନ୍ଦ କହିଛନ୍ତି ।

Argus Whatsapp Channel Mobile Top
Sponsored
Hundreds of BJD and Congress workers joined the BJP | Argus News