Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ

Odisha

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ

Jitendra Dash
Browse all articles by Jitendra Dash
·2 years ago·4 min read
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଓଡ଼ିଶାରେ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇ ବିଜେପି ସରକାର ଗଢ଼ିବାର ସଂକଳ୍ପ ନେଇଛି । ଓଡିଶାରେ ନିଶ୍ଚିତ ଭାବେ ଡବଲ୍ ଇଂଜିନ ସରକାର ଗଠନ କରିବ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ଦୀପକ ବିଶ୍ୱାଳ, ସତ୍ୟରଞ୍ଜନ ନାୟକ, କିଶୋର ଚନ୍ଦ୍ର ସାହୁ, ସୁଶାନ୍ତ ବରାଡ, ବଟକୃଷ୍ଣ ବରାଡ, ପ୍ରଦୀପ ସାହୁ, ଅନନ୍ତ ସାହୁ, ଗଗନ ବିଶ୍ୱାଳ, ସୁନୀଲ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପରିଡା, ନିରଞ୍ଜନ ବିଶ୍ୱାଳ, ବିକ୍ରମ ସାହୁ, ସତୀଶ ଶର୍ମା, ରମାକାନ୍ତ ପଟ୍ଟନାୟକ, ପୁଲିନ ବରାଳ, ବ୍ରଜବନ୍ଦୂ ସେନାପତି ପ୍ରମୁଖଙ୍କ ସମେତ ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । 

ଭାରତୀୟ ଜନତାପାର୍ଟି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ । ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ଭାବେ ନିଜକୁ ସ୍ଥାପିତ କରିବାକୁ ଯାଉଛି । ଲୋକମାନଙ୍କ ପାଇଁ କାମ କରିବା ମୋର ପ୍ରଥମ ଲକ୍ଷ୍ୟ । ତେଣୁ ମୁଁ ଲୋକଙ୍କ ପାଇଁ କାମ କରିବା ଓ ଲୋକଙ୍କ ପାଖରେ ପହଁଚିବା ପାଇଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲି । ରାଜ୍ୟରେ ଯେଉଁ ସରକାର ଚାଲିଛି ଏ ସରକାର ବିଦା ହେବା ଦରକାର । ଏ ସରକାର ପ୍ରତ୍ୟେକ ଦିନ ଗଣତନ୍ତ୍ରର ମୂଲ୍ୟବୋଧକୁ ହତ୍ୟା କରୁଛି । ଏହି ୨୫ବର୍ଷର ବିଜେଡି ସରକାରରେ ଶିଉଳି ଲାଗିଗଲାଣି, ଏହାକୁ ସଫା କରିବା ଦରକାର ନଚେତ୍ ପାଣି ବି ବିଷାକ୍ତ ହୋଇପଡିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶରେ ଅନୁପ୍ରାଣିତ ହେବା ସହ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାଙ୍ଗଠନିକ କାର୍ଯ୍ୟ ଓ ବିଜେପି ସରକାର ଓଡ଼ିଶା ପ୍ରତି ଦେଉଥିବା ପ୍ରାଧାନ୍ୟ ପାଇଁ ବିଜେପି ଯୋଗ ଦେଇଛି । ଓଡିଶାରେ ଯେଉଁ ଭ୍ରଷ୍ଟାଚାର, ଦୁର୍ନୀତି ସରକାର ଚାଲିଛି ତାହାକୁ ଯଥାଶୀଘ୍ର ବିଜେପି ଗାଦିଚ୍ୟୁତ କରିବ ବୋଲି ଶ୍ରୀ ଦାସ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ଏକାମ୍ର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ବିଶ୍ୱମୋହନ ମିଶ୍ର, ସୁନୀଲ ସାହୁ, ଦେବ ରାୟ, ପୂର୍ବତନ ସେନାଧିକାରୀ କର୍ଣ୍ଣେଲ ଅରୁଣ ରାଉତରାୟ, ରମାକାନ୍ତ ମିଶ୍ର, ଅମିତ ସିଂହ, ତୁଷାରକାନ୍ତ ଜେନା, ଅସିତ ପାଣିଗ୍ରାହୀ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଂଜନ ଗ୍ରାମପଂଚାୟତ ସମିତି ସଭ୍ୟ ଦିବାକର ପରିଡା, କଲ୍ୟାଣପୁର ଗ୍ରାମ ପଂଚାୟତ ସମିତି ସଭ୍ୟ ମୋନାଲିସା ସେନାପତି, ଝିଙ୍କରଡିହା ଯୁବ ନେତା ପିଂଟୁ, ଅବସରପ୍ରାପ୍ତ ଇଂଜିନିୟର ବସନ୍ତ କୁମାର ବେହେରା, ପାରାଦ୍ୱୀପ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ମୋହନ ମିଶ୍ର, ଦାଢା ଗ୍ରାମ ପଂଚାୟତ ସମଜସେବୀ ସଭାପତି ତନୁଜା ପ୍ରିୟଦର୍ଶିନୀ, ସମାଜସେବୀ ଅଜୟ କୁମାର ମହାନ୍ତି, ଅନାମ ନାୁକ, କୁନା ମହାନ୍ତି, ଦିବାକର ପରିଡା, ଅବସରପ୍ରାପ୍ତ ଅଫିସର ଉପେନ୍ଦ୍ର ଚାନ୍ଦ, ରମେଶ ଚନ୍ଦ୍ର କୁଣ୍ଡୁ, ପିକେ ପ୍ରଧାନ, ପ୍ରଭାତ ସ୍ୱାଇଁ, ସୁବାଷ ଚଉଧୁରୀ, ସଂଜୟ ରାଉତ, ବିପିନ ପାତ୍ର, ଜୟରାମ ସାମନ୍ତରାୟ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଦିପ କୁମାର ସାହୁଙ୍କ ସମେତ ବରିଷ୍ଠ ଆଇନଜିବୀ ଗୋପାଳ ପଟ୍ଟନାୟକ,ନଳିନୀ ନନ୍ଦନ ପଣ୍ଡା, ବିରେନ୍ଦ୍ର କୁମାର ବାରିକ, କଂଗ୍ରେସ ନେତା ସ୍ୱର୍ଣ୍ଣପ୍ରଭା ଦାସ, ସମାଜସେବୀ ଅଜୟ ମହାପାତ୍ର, ଅନୁସୟା ମହାନ୍ତି, ସଂଗୀତା ପ୍ରହରାଜ, ଲକ୍ଷ୍ମୀନାରାୟଣ ରାଉତ, ଅଭିଜିତ ତ୍ରିପାଠୀ, ବିଜେଡି ନେତା ଗୋବିନ୍ଦ ଭୋଇ, ସୁରେଶ ବେହେରା, ଅଭିମନ୍ୟୁ ଦଳାଇ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଜୟଦେବ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ସସ୍ମିତା ସାମନ୍ତରାୟ, ତୃପ୍ତିବାଲା ବସ୍ତିଆ, ଦୈତାରୀ ପ୍ରଧାନ, ଇସ୍ରାଇଲ ମହମ୍ମଦ, ଓ୍‌ôାର୍ଡ ମେମ୍ବର ଲୁଚି ସାହୁ, ସଂଯୁକ୍ତା ନାୟକ, କବିତା ନାୟକ, ବିଜେଡି ନେତା ନିର୍ମଲ ବିଶ୍ୱାଳ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭାପତି ମମତା ଦାସ, ସୁମିତ୍ରା ବେହେରା, ସେଲିନା ମୁଦୁଲି, ପୁଷ୍ପା ଦେଇ, ଅବସରପ୍ରାପ୍ତ ଶିକ୍ଷକ ରମେଶ ମୁଦୁଲି ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି ।

ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାମେଶ୍ୱର ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରମା ସାହୁ, ଓ୍‌ôାର୍ଡ ମେମ୍ବର ସଂଯୁକ୍ତା ସାହୁ, କୈାଶଲ୍ୟ ପ୍ରଧାନ, ବିଜେଡି ନେତା ନକୁଳ ବଳିୟାରସିଂହ, ପ୍ରଶାନ୍ତ ସିଂ, ତପନ ମହାପାତ୍ର, ସୁଶାନ୍ତ ମଧିଆଳି, ଲକ୍ଷ୍ମୀପ୍ରିୟା ବଳିୟାରସିଂହ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ବେଗୁନିଆ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ସୁଶାନ୍ତ ନାଥ, ରବିନ୍ଦ୍ର ପ୍ରଧାନ, ସୁଦର୍ଶନ ବରାଳ, ଗଗନ ବିହାରୀ ଶ୍ରୀଚନ୍ଦନ, ଦୟାନିଧି ଭୋଳ, ବିନୋଦ ଚନ୍ଦ୍ର ସ୍ୱାଇଁ, ଲକ୍ଷବଚ୍ଚ ରଣବିଜୁଳି, ସନ୍ତୋଷ ପଣ୍ଡା, ସୁଧାଂଶୁ ମୋହନ ସେଠୀ, ଭାଗିରଥୀ ଚଂପତି, ମାନସ ପଣ୍ଡା, ଦେବରାଜ ଜେନା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, କାଳୁ ଖଣ୍ଡାଇତରାୟ, ବିଶ୍ୱରଞ୍ଜନ ବଡଜେନା, ବସନ୍ତ ନାୟକ ପ୍ରମୁଖ ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

Sponsored
Hundreds of BJD and Congress workers of Bhubaneswar parliamentary constituency have joined the BJP | Argus News