ବିଜେପିରେ ସାମିଲ ହେଲେ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତୃବୃନ୍ଦ

ଅର୍ଗସ ବ୍ୟୁରୋ : ଅକୁଂଠ ସମର୍ଥନ ଯୋଗାଇବା ପରେ ମଧ୍ୟ ଗଂଜାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ପ୍ରତାରଣାର ଶିକାର ହୋଇଛନ୍ତି । ଜୀବନ ଜୀବିକା ପାଇଁ ବାହାର ରାଜ୍ୟକୁ ବାଧ୍ୟ ହୋଇ ଦାଦନ ଖଟିବା ପାଇଁ ଯାଉଛନ୍ତି । କୈାଣସି ପ୍ରକାରର ବିକାଶ ହେଉ ନାହିଁ, ବରଂ ଅସାଧୁ କର୍ମଚାରୀ, ଠିକାଦାର ଏବଂ ବିଜେଡି ନେତାମାନେ ଯୋଜନା ପାଇଁ ଆସୁଥିବା ଟଙ୍କାକୁ ମିଳିମିଶି ହଡପ୍ କରୁଛନ୍ତି । ପରିସ୍ଥିତି ଅସମ୍ଭାଳ ହେବାରୁ ଆମେ ସମସ୍ତେ ବିଜେଡି ଛାଡି ବିଜେପିରେ ଯୋଗ ଦେଉଛୁ ବୋଲି ଆସ୍କା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀମାନେ କହିଛନ୍ତି ।
ଆସ୍କା ଲୋକସଭା ଅନ୍ତର୍ଗତ ପୁରୁଷତୋମପୁରର ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବରିଷ୍ଠ ବିଜେଡି ନେତ୍ରୀ ମିନତୀ ପ୍ରଧାନ, ଭୂତସାରସିଂହି ପଂଚାୟତର ପୂର୍ବତନ ସରପଂଚ ଦୀପକ ପାତ୍ର, ବିଜେଡି ବ୍ଲକ ଉପସଭାପତି ଅରୁଣ ପ୍ରଧାନ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ପାତ୍ର, ରବିନ୍ଦ୍ର ସ୍ୱାଇଁ, ସିମାଚଂଳ ସେଠୀ, ଦୁର୍ଯ୍ୟୋଧନ ସାମଲ, ଗୋବର୍ଦ୍ଧନ ସେଠୀ, ଯୁଧିଷ୍ଠିର ସ୍ୱାଇଁ, ନାୟବ ସରପଂଚ ରଙ୍କନିଧି ଜେନା, ସନ୍ୟାସୀ ଗୌଡ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଓଡିଶାରେ ଏଥର ବିଜେପି ସରକାର । ମୋଦି ଗ୍ୟାରେଂଟି ପ୍ରତି ଓଡିଶାବାସୀ ଆସ୍ଥା ପ୍ରକଟ କରିବା ସହିତ ଓଡିଶାରେ ଏଥର ବିଜେପିର ଡବଲ ଇଂଜିନ ସରକାର ଗଠନ ପାଇଁ ମନ ସ୍ଥିର କରିଛନ୍ତି ବୋଲି ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଆସ୍କା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶୀନି ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।