Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ଏବଂ କଂଗ୍ରେସ ଛାଡି ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

Odisha

ବିଜେଡି ଏବଂ କଂଗ୍ରେସ ଛାଡି ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

Jitendra Dash
Browse all articles by Jitendra Dash
·2 years ago·3 min read
ବିଜେଡି ଏବଂ କଂଗ୍ରେସ ଛାଡି ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି । ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଚକ୍ରଧର ପାଇକ, ରାଜେଶ କୁମାର ପାଇକ, ଶରତ ଚନ୍ଦ୍ର ରଣହୁଣ୍ଡଳ, ତ୍ରିନାଥ ଗୋତ, ବିଦ୍ୟାଧର ପାଇକ, ସୁବାସ ପାଇକ, ଗଣେଶ ବିଶୋୟୀ, କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ପଟ୍ଟାମୁଣ୍ଡାଇ କଲେଜର ଛାତ୍ର ସଂସଦର ସଭାପତି ତଥା ଜେଏନୟୁର ଛାତ୍ର, ବିଜେଡିର ମୁଖପାତ୍ର ପ୍ରଶାନ୍ତ କୁମାର ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ବିଶିଷ୍ଟ ସମାଜସେବୀ ନାରାୟଣ ସେନାପତି, ଗୌରାଙ୍ଗ ଜେନା, ସଞ୍ଜୀବ ଜେନା; କୋରାପୁଟ ଜିଲ୍ଲା ପଟାଙ୍ଗୀର ଚୈତନ୍ୟ ନନ୍ଦିବଳୀ, ସିମିଲଗୁଡାର ବିଜୟ ହିଲୋ; ଖଲ୍ଲିକୋଟର ବିଜେଡି ନେତା ମନରଞ୍ଜନ ବେହେରା, ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ନିରଞ୍ଜନ ବେହେରା, ବି ଶ୍ରୀନିବାସ ପାତ୍ର, ସମାଜସେବୀ ସୁବାଶିନୀ ନାୟକ, ଦିଲୀପ କୁମାର ନାୟକ, ପଦ୍ମାଚରଣ ନାୟକ, ମନୋଜ କୁମାର ବେହେରା, କେ.ପ୍ରସାଦ ରାଓ, ଆଲୋକ ପରଦେଶୀ, ସୁକାନ୍ତ ଘଡେଇ, ସୁରେନ୍ଦ୍ର ପାତ୍ର ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଦିଗପହଣ୍ଡିର ନେତା ଯୋଗି ଦେବଦତ, ପୂର୍ବତନ ସରପଂଚ ବନମାଳି ଜେନା, ସନ୍ତୋଷ ପାତ୍ର, ସୀମାଚଂଳ ଗୌଡ, ସୁଦର୍ଶନ ନାୟକ, ଅରୁଣ ଗୌଡ, କେଦାର ଗୌଡ, ଶାରଦା ବିଶୋଇ, ଧୋବା ବେହେରା, ସନ୍ତୋଷ ପ୍ରଧାନ, ମଧୁ ଦଳାଇ, ଚନ୍ଦ୍ରମଣି ପାତ୍ର ପ୍ରମୁଖ ଆନୁଷ୍ଠିତଭାବେ ବିଜେପିରେ ସାମିଲ ହୋଇଛନ୍ତି । ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସକ ଶ୍ରୀ ଜଗଦିଶ୍ ମହାନ୍ତି, ଅବସରପ୍ରାପ୍ତ ଯୁଗ୍ମ ରାଜ୍ୟ ନିର୍ବାଚନ କମିଶନର ଆଜାଦ୍ ପାଣିଗ୍ରାହୀ, ବିଶିଷ୍ଟ ସିନେ ଅଭିନେତ୍ରୀ ଶ୍ୱେତା ଆଚାର୍ଯ୍ୟ ବିଜେପିରେ ଯୋଗଦାନ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହାଇକୋର୍ଟର ବରିଷ୍ଠ ଆଇନଜୀବି କାଳିପ୍ରସନ୍ନ ମିଶ୍ର, ସମରେନ୍ଦ୍ର ବାହାଦୁର, ଅମିତାଭ ମହାନ୍ତି, ମାନସ କୁମାର ସ୍ୱାଇଁ, ପ୍ରରଜିତ୍ କୁମାର ପ୍ରଧାନ, ବିଭୂତି ଭୂଷଣ ବେହେରା, ଜୟନ୍ତ କୁମାର ଖଣ୍ଡାୟତରାୟ, ଆର୍ଦାଶ୍ରୀ ମିଶ୍ର, ଶ୍ରୀଧର ରଥ, ବିପିନି ବିହାରୀ ନାୟକ, ହରିହର ଜେନା, ପ୍ରମୋଦ କୁମାର ସେଠୀ, ବ୍ରଜକିଶୋର ସାହୁ, ହିମାଂଶୁ ଶେଖର ସୁବିଧି, ପ୍ରମୋଦ କୁମାର ସେଠୀ ପ୍ରମୁଖ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ମହେଶ ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ମହିଳାମୋର୍ଚ୍ଚ ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ,ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ସାହୁ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ଜିଲ୍ଲା ସଭାପତି ବାବୁ ସିଂ, କୋରାପୁଟ ଜିଲ୍ଲା ସୁମନ୍ତ କୁମାର ପ୍ରଧାନ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଜେନା, କାହ୍ନୁ ପତି, ଜଗନ୍ନାଥ ପ୍ରଧାନ, ଭାରତୀ ବେହେରାଙ୍କ ପ୍ରମୁଖ ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

Argus Whatsapp Channel Mobile Top
Sponsored
Hundreds of leaders and workers left BJD and Congress and joined BJP | Argus News