|
logo
Live

Argus News - ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି, କଂଗ୍ରେସ କର୍ମୀଙ୍କ ସମେତ ଏକାଧିକ ବୁଦ୍ଧିଜୀବୀ

Odisha

ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି, କଂଗ୍ରେସ କର୍ମୀଙ୍କ ସମେତ ଏକାଧିକ ବୁଦ୍ଧିଜୀବୀ

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି, କଂଗ୍ରେସ କର୍ମୀଙ୍କ ସମେତ ଏକାଧିକ ବୁଦ୍ଧିଜୀବୀ

ଅର୍ଗସ ବ୍ୟୁରୋ : ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି, କଂଗ୍ରେସ କର୍ମୀଙ୍କ ସମେତ ଏକାଧିକ ବୁଦ୍ଧିଜୀବୀ । ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଏକାନ୍ତ ସହଯୋଗୀ ହିମାଂଶୁ ବିଜେପିରେ ମିଶିଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ନେତା ହିମାଂଶୁ ଶେଖର ସାହୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ହିମାଂଶୁ ଏକାଧିକ ସରପଞ୍ଚ, ପୂର୍ବତନ ସରପଞ୍ଚ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଏନଏସି ଅଧ୍ୟକ୍ଷ ଶତାଧିକ ସମର୍ଥକଙ୍କ ସହ ଦଳରେ ମିଶିଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଳାର ହିନ୍ଦୋଳ, କାମାକ୍ଷାନଗର ଏବଂ ବରଗଡ ଜିଲ୍ଲାର କିଛି ବିଜେଡି କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ସାରଥୀ ଜେନା, ପୂର୍ବତନ ରସୁଲପୁର ବ୍ଲକ ଅଧ୍ୟକ୍ଷ ପ୍ରକାଶ କୁମାର ସାମଲ, ପୂର୍ବତନ ସରପଂଚ ରବିନ୍ଦ୍ର ଦାସ, ସଂଗ୍ରାମ କେଶରୀ ଜେନା, ବିଷ୍ଣୁଚରଣ ବାରିକ, କୁଳମଣି ପଣ୍ଡା, ପୂର୍ବତନ ସମିତି ସଭ୍ୟ ମାଗୁଣି ବେହେରା, ଧରିତ୍ରୀ ସାମଲ, ବୈରାଗୀ ମଲ୍ଲିକଙ୍କ ସମେତ ଅନୁକର ପ୍ରଧାନ, ମନୋରଂଜନ ବେହେରା, ଶରତ ଚନ୍ଦ୍ର ଧଳ, ନିରଂଜନ ମଲ୍ଲିକ, ପ୍ରମୋଦ ସାହୁ, ବିକ୍ରମ ସାହୁ, ନିଗମ ଲେଙ୍କା, ନକୁଳ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଚରଣ ଦେହୁରୀ, ସୁବାଷ ମଲ୍ଲିକ, କ୍ଷୀରୋଦ ସାହୁ, ଦଳଗୋବିନ୍ଦ ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀ ବିଶ୍ୱରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ । ତାଙ୍କ ସହ ସନ୍ତୋଷ କୁମାର ନାୟକ, ଅଶୋକ କୁମାର ବିଶ୍ୱାଳ, ଚିଂଟୁ ଖୁଂଟିଆ, ପ୍ରଭାକର ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।
ଓଡିଶା ହାଇକୋର୍ଟର ଓକିଲ ଶ୍ରୀମତୀ ଚିନୁ ରାଣୀ ପଣ୍ଡା ଓ ଶ୍ରୀମତୀ ଜିନୁ ରାଣୀ; ମାର୍ଶଲ ଆର୍ଟ, ତାଇକୋଣ୍ଡ, କରାଟେ ଏବଂ କିକ୍ ବକ୍ସିଂ ଆନ୍ତର୍ଜାତୀୟ ଓ ଜାତୀୟସ୍ତରର ସୁନାମଧନ୍ୟ ଖେଳାଳୀ ଡ. ଅର୍ଚ୍ଚନା କାନୁନଗୋ, ସମାଜସେବୀ ତଥା ବିଶିଷ୍ଟ ଗୀତିକାର ଏବଂ ଲେଖକ ଶ୍ରୀମତୀ ନିହାରୀକା ପଟ୍ଟନାୟକ; ବରଗଡର ସୁନାମଧନ୍ୟ ଚିକିତ୍ସକ ଡ. ରାମକୃଷ୍ଣ ପୁରୋହିତ ଏବଂ ଜଟଣୀବାସିନ୍ଦା ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଶ୍ରୀ ଅଯୋଧ୍ୟା ଶତପଥୀ ମଧ୍ୟ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଭାରତୀୟ ଜନତା ପାର୍ଟିର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବାର ସମସ୍ତ ନୂତନ ସଦସ୍ୟ କହିଛନ୍ତି ।
ନୂତନ ସଦସ୍ୟମାନେ ୮୯୮୦୮୦୮୦୮୦ ନମ୍ବରରେ ଡାଏଲ କରି ବିଜେପିର ସଦସ୍ୟ ହୋଇଥିଲେ । ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ କେ.ଭି.ସିଂହଦେଓ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଂଜଳୀ ବେହେରା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ବିଭୂତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । 

Sponsored
ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି, କଂଗ୍ରେସ କର୍ମୀଙ୍କ ସମେତ ଏକାଧିକ ବୁଦ୍ଧିଜୀବୀ | Argus News