Videos
|
Odisha

Husband Wife Death / ଏକାସାଙ୍ଗରେ ଜଳିଲା ୨ ଜୁଇ; ସ୍ତ୍ରୀର ଅନ୍ତିମ ସଂସ୍କାର ବେଳେ ଚାଲିଗଲେ ସ୍ଵାମୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଏକାସାଙ୍ଗରେ ଜଳିଲା ୨ ଜୁଇ; ସ୍ତ୍ରୀର ଅନ୍ତିମ ସଂସ୍କାର ବେଳେ ଚାଲିଗଲେ ସ୍ଵାମୀ
Husband Wife Death

Key Points

ଏକାବେଳେ ଜଳିଲା ୨ ଜୁଇ
ଡକାଡକି ହୋଇ ଚାଲିଗଲେ ସ୍ଵାମୀସ୍ତ୍ରୀ
ସ୍ତ୍ରୀର ଅନ୍ତିମ ସଂସ୍କାର ବେଳେ ସ୍ଵାମୀ ମୃତ
ଜଗତସିଂହପୁର: ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ଵାମୀ-ସ୍ତ୍ରୀ । ଯେପରି ସେହି କ୍ଷଣ ପର୍ଯ୍ୟନ୍ତ ଦୁଇ ଜଣ ଆୟୁଷ ମାଗି ଆସିଥିଲେ । ପ୍ରଥମେ ସ୍ତ୍ରୀରଙ୍କ ହାତ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ସ୍ତ୍ରୀ । ଏହାପରେ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ହୋଇଥିଲା । ଏପଟେ କିନ୍ତୁ ଯେପରି ଏକାକୀ ହୋଇଯାଇଥିଲେ ସ୍ଵାମୀ । ସେପଟେ ପୁଅ ମୁଖାଗ୍ନି ଦେଉଥିବାବେଳେ ଏପଟେ ଚାଲିଗଲା ସ୍ଵାମୀଙ୍କ ଜୀବନ । ଗୋଟିଏ ଘରୁ ଏକାବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସମସ୍ତଙ୍କୁ ବେଶ ଦୁଃଖିତ କରିଛି ।

  • କଣ ପୂରା ଘଟଣା ?
ବାପାମାଆ ଦୁଇ ଜଣ ପଛକୁ ପଛ ଆରପାରିକୁ ଚାଲିଗଲା ପରେ ତାଙ୍କ ସନ୍ତାନମାନେ ବେଶ ଦୁଃଖିତ । ଏକାବେଳେ ମୁଣ୍ଡ ଉପରୁ ହଟିଯାଇଛି ବାପାମାଆ ଦୁଇ ଜଣଙ୍କ ହାତ । ଏହି ଘଟଣା ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଲର ପଞ୍ଚାୟତ ନାଗପୁରା ଗ୍ରାମର । ଶୁକ୍ରବାର ରାତିରେ ନାଗପୁରା ଗ୍ରାମର ସଂଯୁକ୍ତା ନାୟକ ନାମକ ଜଣେ ୬୫ ବର୍ଷୀୟ ମହିଳାଙ୍କ ହୃତଘାତରେ ମୃତ୍ୟୁ ଘଟିଥିଲା । ପାନ ଭାଙ୍ଗୁଥିବା ସମୟରେ ଛାତିରେ ଖୁବ ଜୋରରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

  • ଏମିତି ଚାଲିଗଲେ ସ୍ଵାମୀ
ଶନିବାର ଅପରାହ୍ନ ସମୟରେ ବନ୍ଧୁ ପଡୋଶୀ ମାନଙ୍କ ସହ ସଂଯୁକ୍ତାଙ୍କ ସ୍ୱାମୀ କୈଳାଶ ଚନ୍ଦ୍ର ନାୟକ ସ୍ତ୍ରୀଙ୍କ ଅନ୍ତିମ ସଂସାର କରିବାକୁ ଗାଁ ମଶାଣିକୁ ଯାଇଥିଲେ । ମଶାଣିରେ ପହଞ୍ଚିବା ପରେ କୈଳାସଙ୍କ ପୁଅ ମାଆଙ୍କୁ ମୁଖାଗ୍ନି ଦେଉଥିଲେ । ଏପଟେ କୈଳାଶ ଚନ୍ଦ୍ର ପାଖ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ ପାଣିରେ ବୁଡ଼ି ଯାଇଥିଲେ କୈଳାସ । ବହୁ ସମୟ ପର୍ଯ୍ୟନ୍ତ କୈଳାସ ନ ଆସିବା ପରେ ତାଙ୍କୁ ଖୋଜି ଖୋଜି ସେହି ପୋଖରୀ ନିକଟରେ ପହଞ୍ଚିଥିଲେ ପୁଅ । ସେତେବେଳକୁ ପ୍ରାୟ ସନ୍ଧ୍ୟା ହୋଇ ଆସୁଥିଲା । ବାପାଙ୍କୁ ସେଠାରେ ପଡ଼ିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।

ପଢନ୍ତୁ ଏହି ଖବର: ୧୦ଦିନରେ ଗୋଟିଏ ପରିବାରର ୪ ଶିଶୁ ମୃତ; ଝରଣାରୁ ଗାଧୋଇ ଫେରିଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବାର ଲୋକଙ୍କ ପକ୍ଷରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ପୋଖରୁରୀ କୈଳାସଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ୪୮ ଘଣ୍ଟା ମଧ୍ୟରେ କୈଳାସ ଓ ତାଙ୍କ ପତ୍ନୀ ସଂଯୁକ୍ତାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସମସ୍ତେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
Tragedy in Tirtol: Husband Dies While Performing Wife’s Last Rites | Argus News