Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ତ୍ରୀ ର ଗଳା ଉପରେ ଚଢି ହତ୍ୟା କଲା ସ୍ବାମୀ

Odisha

ସ୍ତ୍ରୀ ର ଗଳା ଉପରେ ଚଢି ହତ୍ୟା କଲା ସ୍ବାମୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ସ୍ତ୍ରୀ ର ଗଳା ଉପରେ ଚଢି ହତ୍ୟା କଲା ସ୍ବାମୀ

ନବରଙ୍ଗପୁର : ସ୍ତ୍ରୀ ର(ଗଳା) ଉପରେ ଚଢିଗଲା ରାକ୍ଷସ ସ୍ୱାମୀ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦୀର୍ଘଦିନ ଧରି ପାଟିତୁଣ୍ଡ ଲାଗିରହିଥିଲା।ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ତ୍ରୀର ତଣ୍ଟି ଉପରେ ଗୋଡ଼ ରଖି ଚଢିଯାଇଥିଲା ସ୍ୱାମୀ ଫଳରେ ସ୍ତ୍ରୀ ର ମୃତ୍ୟୁ ହୋଇଯାଇଅଥିବା ନେଇ ଝରୀଗାଁ ଥାନାରେ ଅଭିଯୋଗ କଲା ମୃତକ ର ଭାଇ।ଘଟଣାଟି ହେଉଛି ଝରୀଗାଁ ବ୍ଲକ ବେଲଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମର। ଅଭିଯୋଗ ପ୍ରକାରେ କୁସୁମୀ ଗ୍ରାମର ଦଶମୁ ହରିଜନ ତାଙ୍କ ପତ୍ନୀ ରଦମା ହରିଜନକୁ ବିନା କାରଣରେ ମଦ ପିଇ ଘରକୁ ଆସି ମାରପିଟ କରି ଘରୁ ବାହାର କରିଦେଉଥିଲା । ଯେଉଁଥିପାଇଁ ରଦମା ବେଳେ ବେଳେ ମା ଘରକୁ ଚାଲିଯାଏ।ସେଭଳି ଗତ 9 ତାରିଖ ଦିନ ରଦମା କୁ ନିସ୍ତୁକ ମାଡ଼ ମାରିଥିବା ବେଳେ ରଦମା ଅଣନିଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲା।ସାହିପାଡିଶା ଲୋକେ ରଦମାକୁ ଉଦ୍ଧାରକରୀ ତାଙ୍କ ଭାଇ ଏବଂ ମା ଙ୍କୁ ଖବର ଦେବାରୁ , ଖବର ପାଇ ମହଣ୍ଡିରୁ ରଦମା ର ମା ଏବଂ ଭାଇ ରଦମା କୁ 108ସହାୟତାରେ ନେଇ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା କରାଇଥିଲେ ରଦମା କୁ ସୁସ୍ଥ ହେବାପାଇଁ ତିନିଦିନ ସମୟ ଲାଗିଥିଲା।

ଅଧିକ ପଢନ୍ତୁ : ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା

ପାଖରେ ଏକ ବର୍ଷର କଅଁଳା ଛୁଆଟିଏ ରହିଥିବା ବେଳେ ମା ଘରେ ରହିଆସୁଥିଲା ରଦମା ତେବେ 26ତାରିଖ ରାତ୍ର ମଦପିଈ  ଦଶମୁ ହରିଜନ ମହଣ୍ଡି ଗ୍ରାମକୁ ଅସି ତାଙ୍କ ଘର ଆଗରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବାରୁ ତାକୁ ବୁଝାସୁଝା କରିବାରୁ ରାତି ସେଠାରେ ରହିଥିଲା ତେବେ ରଦମା ର ଭାଇ ଙ୍କ ଅଭଯୋଗ କ୍ରମେ ଦଶମୁ ଭୋର ଚାରିଟା ବେଳେ ଉଠି ରଦମା ର ତଣ୍ଟି ଉପରେ ଛିଡ଼ାହୋଇ ପଡିଥିଲା, ରଦମା ଛଟପଟ ହେବାର ଶୁଣି ପରିବାର ଲୋକେ ଉଠି ଦେଖିବା ବେଳକୁ ଚମ୍ପଟ ମାରିଥିଲା ଦଶମୁ ହେଲେ ତୁରନ୍ତ ରଦମା କୁ ଝରୀଗାଁ ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।
   ଏ ସମ୍ପର୍କରେ ମୃତକଙ୍କ ଭାଇ ଝରୀଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଝରୀଗାଁ ପୋଲିସ ସାଇଣ୍ଟିଫିକ ଟିମ ସହ ପହଂଚି ଘଟଣାର ଛାନଭିନ କରିଛନ୍ତି। ଦଶମୁ ଫେରାର ଥିବା ବେଳେ ଗତକାଲି ଠାରୁ ତା ମୋବାଇଲ ବନ୍ଦ ଥିବା ଜଣାପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Husband murder her wife | Argus News