Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଛ ଦେଉଛି ସାପର ଭ୍ରମ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମାଛ ଦେଉଛି  ସାପର ଭ୍ରମ

ଅର୍ଗସ ବ୍ୟୁରୋ :  ଏକ ବିରଳ ପ୍ରଜାତିର ମାଛ ଚିହ୍ନଟ ହୋଇଛି । ହଁ ଆଜ୍ଞା ଏକଦମ୍ ସାପ ପରି ଦିଶୁଛି ଏହି ମାଛ , ହେଲେ ଏହା ସାପ ନୁହେଁ ବରଂ ଏହା ଏକ ବିରଳ ପ୍ରଜାତିର ମାଛ , ଆଉ ଏହି ମାଛ ଦେଉଛି ସାପର ଭ୍ରମ । ଯେ-କେହି ବ୍ୟକ୍ତି ଏହାକୁ ଦେଖିବ ତ' ସେ ସାପ ବୋଲି କହିବ । ହେଲେ ଏହା ସାପ ନୁହେଁ ବରଂ ମାଛ । କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲାର  ଟାଙ୍ଗୀ ନିକଟସ୍ଥ  ବଡ଼ପୋଖରୀଆ ଗ୍ରାମରେ ଥିବା ଏକ ଚାଷ ଜମିରେ ଦେଖିବାକୁ ମିଳିଥିବା ବେଳେ ଆଉ ଏବେ ସୋରଣ ଗ୍ରାମର ଏକ ଝରଣା ନିକଟରେ ଦେଖବାକୁ ମିଳିଛି ଏହି ବିରଳ ପ୍ରଜାତିର ମାଛ ।

ଅଧିକ ପଢନ୍ତୁ ଓଡିଶା ଖବର

ଏହି ମାଛ ର ନାଁ କ'ଣ , କେଉଁଠୁ ଆସିଲା ଏହି ମାଛ ତାହା ଏବେ କହିବା ମୁସ୍କିଲ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭିନ୍ନ ଭିନ୍ନ ପ୍ରଜାତିର ଜଳଚର ଜୀବ ମାନଙ୍କର ଉତ୍ପତ୍ତି ହେଉଥିବା ଲୋକମାନେ କଥାବାର୍ତ୍ତା ହେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Identification of a rare species of fish in khordha | Argus News