Videos
|
Odisha

ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଆକଳନ

Smruti Parija
Browse all articles by Smruti Parija
·2 years ago·1 min read
ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଆକଳନ

ଅର୍ଗସ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନେଇ ପ୍ରେସମିଟ୍ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳତବର୍ଷ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ । ଚଳିତବର୍ଷ ୧୦୬ ପ୍ରତିଶତ ବର୍ଷା ହୋଇପାରେ । ସମଗ୍ର ଭାରତ ବର୍ଷରେ ଜୁନରୁ ସେପ୍ଟେମ୍ବର ମାସରେ ୮୭ ପ୍ରତିଶତ ବର୍ଷା ହୋଇଥାଏ । ଚଳିତ ବର୍ଷ ଏହାଠୁ ପ୍ଲସ +୫ , -୫ ମାଇନସ ପ୍ରତିଶତ ବର୍ଷା  ହେବ । ସ୍ୱାଭାବିକ ଠାରୁ ଟିକେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।  

ଆଗାମୀ 5 ଦିନ ନିସ୍ତାର ନାହିଁ, 4 ରୁ 5 ଡିଗ୍ରୀ ବଢିବ ତାପମାତ୍ରା

ଓଡିଶା ସମେତ ପୂର୍ବ ଭାରତରେ ସଧାରଣ ଠୁ ଅଳ୍ପ ବର୍ଷା ହୋଇପାରେ । ୯୦ ରୁ ୯୬ ପ୍ରତିଶତ ବର୍ଷା ହେବ । ଚଳିତ ବର୍ଷ ଏଲିନୋର ପ୍ରଭାବ ହ୍ରାସ ପାଇବ । ତେଣୁ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ମେ ମାସ ମଧ୍ୟ ଭାଗରେ ମୌସୁମୀ କେରଳ ଛୁଇଁ ପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

IMD predicts 2024 southwest monsoon rainfall to be above normal | Argus News