Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚ୍ୟାଲେଞ୍ଜରେ ତରବର ହୋଇ ଖାଇବାରୁ ତଣ୍ଟିରେ ଲାଗି ଗଲା ପ୍ରାଣ

Odisha

ଚ୍ୟାଲେଞ୍ଜରେ ତରବର ହୋଇ ଖାଇବାରୁ ତଣ୍ଟିରେ ଲାଗି ଗଲା ପ୍ରାଣ

Jitendra Dash
Browse all articles by Jitendra Dash
·2 years ago·1 min read
ଚ୍ୟାଲେଞ୍ଜରେ ତରବର ହୋଇ ଖାଇବାରୁ ତଣ୍ଟିରେ ଲାଗି ଗଲା ପ୍ରାଣ

ଅର୍ଗସ ବ୍ୟୁରୋ : ଗୁଲୁଗୁଲା ନେଲା ଜୀବନ, ଚ୍ୟାଲେଞ୍ଜ ହେଲା କାଳ । ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯିବାରୁ ଅଣନିଶ୍ୱାସୀ ହୋଇ ଚାଲିଗଲା ଜଣେ ବ୍ୟକ୍ତିଙ୍କର ଜୀବନ। ଏଭଳି ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସାମାନ୍ୟ ଗୁଲୁଗୁଲା ଯେ କେବେ କାହାର ଜୀବନ ନେଇପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଭଳିଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗାଁରେ l ମୃତକ ଜଣକ ହେଉଛନ୍ତି ଗ୍ରାମର ଶିରୀଶଚନ୍ଦ୍ର ମହାନାୟକ । ଘଟଣା ମୁତାବକ ଗତ ୫ ତାରିଖ ରବିବାର ଦିନ ଦାନ୍ତିଆମୁହାଁ ସପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ l ଏବଂ ତାଙ୍କର କିଛି ସାଙ୍ଗ ସାଥି ମାନଙ୍କ ସହ ଚ୍ୟାଲେଞ୍ଜରେ ଥରକେ ଚାରିଗୋଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଏକସଙ୍ଗେ ପାଟିରେ ପୁରାଇ ଖାଇବାକୁ ଚେଷ୍ଟା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଏକାଥରକେ ପାଟିରେ ଏତେ ଗୁଡ଼ାଏ ଖାଦ୍ୟ ପୁରାଇଦେବ କାରଣରୁ ଏହା ଶିରିଶଙ୍କ ତଣ୍ଟିରେ ଅଟକିଯାଇଥିଲା । ଫଳରେ ଅଣନିଶ୍ୱାସୀ ହୋଇ ହଠାତ୍ ପାଣି ମାଗିଥିଲେ ହେଲେ ପାଣି ତାଙ୍କ ତଣ୍ଟିରେ ପାର ନହୋଇ ନାକ ଦେଇ ବାହାରିଯାଇଥିଲା । ଏବଂ ସେ ଛଟପଟ ହୋଇ ତଳେ ପଡିଯାଇଥିଲେ । 

ଏନେଇ ଗତ ସୋମବାର ମୃତକଙ୍କ ପରିବାରଲୋକଙ୍କ ଏତଲାକ୍ରମେ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଲମ୍ବୋଦର ମହାନ୍ତ ୬୯ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି l ତେବେ ଶିରିଶଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଛି ପୁରା ପରିବାର। ଜୀବନ ବଞ୍ଚାଇବା ପାଇଁ ଖାଦ୍ୟର ନିତ୍ୟାନ୍ତ ଆବଶ୍ୟକତା ରହିଥିବା ବେଳେ, ସେହି ଖାଦ୍ୟ ଯେ ଜୀବନ ନେଇପାରେ ତାହା କିଏ କହି ପାରିବ ।
 

Raja Festival
Sponsored
In a hurry to challenge, the soul stuck to the trunk | Argus News