|
logo
Live

Argus News - ବିଜେଡି ସରକାରରେ ମା’କୁ ସମ୍ମାନର ନାରା କେବଳ ଏକ ସ୍ଲୋଗାନ

Odisha

ବିଜେଡି ସରକାରରେ ମା’କୁ ସମ୍ମାନର ନାରା କେବଳ ଏକ ସ୍ଲୋଗାନ

Jitendra Dash
Browse all articles by Jitendra Dash
·2 years ago·3 min read
ବିଜେଡି ସରକାରରେ ମା’କୁ ସମ୍ମାନର ନାରା କେବଳ ଏକ ସ୍ଲୋଗାନ

ଅର୍ଗସ ବ୍ୟୁରୋ : ଦୀର୍ଘ ୨୩ବର୍ଷ ଧରି ଓଡ଼ିଶାରେ ବିଜୁ ଜନତା ଦଳ ଶାସନ କରୁଥିଲେ ମଧ୍ୟ ମହିଳାମାନେ ଏଠାରେ ସମ୍ପୂର୍ଣ୍ଣ ଅସୁରକ୍ଷିତ । ଏନେଇ ଭାରତୀୟ ଜନତା ପାର୍ଟି ବାରମ୍ବାର ଅଭିଯୋଗ କରିଆସିଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି ।  ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ପ୍ରତି ଅଢ଼େଇ ଘଂଟାରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଉଛି । ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିିତି ସମ୍ପୂର୍ଣ୍ଣ ଭୂଷୁଡି ଯାଇଛି । କେନ୍ଦ୍ରାପଡା ଗରଦପୁର ବ୍ଲକ କୋରୁଆର ଏଲ.ଏନ୍‌. କଲେଜର ଜଣେ ଛାତ୍ରୀଙ୍କୁ ନିଶା ଦେଇ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଛି । ଯାହା ଓଡ଼ିଶାବାସୀଙ୍କୁ ଚକିତ ଓ ବ୍ୟଥିତ କରିଛି । ଏନେଇ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ସରଜମିନ୍ ତଦନ୍ତ ପାଇଁ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଗତ ଅକ୍ଟୋବର ୩୦ତାରିଖ ଦିନ ଘଟଣାସ୍ଥଳ ଗସ୍ତ କରିଥିଲେ ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା. ବିଶ୍ୱାଳ କହିଛନ୍ତି ଯେ, କଲେଜରେ ଆଂଟି ହାରସ୍‌ମେଂଟ୍ ସେଲ୍ ନାହିଁ । ୧୭ ତାରିଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏନେଇ କଲେଜ୍ କର୍ତୁପକ୍ଷ କିଛି ପଦକ୍ଷେପ କାହିଁକି ନେଇନାହାଁନ୍ତି । ଏହି ନାବାଳିକା ଦୁଷ୍କର୍ମ ଛାତ୍ରୀ ଭଳି ଅନ୍ୟ ଛାତ୍ରୀଙ୍କୁ ଖରାପ କାର୍ଯ୍ୟାରେ ଲିପ୍ତ ରଖାଯାଉନି ତ? କଲେଜରେ କାହିଁକି ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହୋଇନାହିଁ । ୟୁଜିସି ଗ୍ରାଂଟ୍‌ରେ ଆସୁଥିବା ୨୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ୨ବର୍ଷ ହେଲା ନିର୍ମାଣ ହୋଇସାରିଛି । କିନ୍ତୁ ଛାତ୍ରୀମାନଙ୍କୁ ସେଠାରେ ସୁରକ୍ଷିତ ଭାବେ ରଖିବାର ବ୍ୟବସ୍ଥା କାହିଁକି କରାଯାଉନାହିଁ । ପୂର୍ବରୁ ଯାଇଥିବା ସ୍ଥାନୀୟ ବିଜେପି ପ୍ରତିନିଧି ଦଳ କଲେଜ ପରିସରରୁ ଅନେକ ପରିମାଣରେ ମଦ ବୋତଲ ପାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତଥ୍ୟ ଅନୁସାରେ ନିର୍ଭୟା ଫଣ୍ଡ୍‌ରେ ରାଜ୍ୟ ସରକାରଙ୍କ ପାଖକୁ ପାଖାପାଖି ୧୦୦କୋଟି ଟଙ୍କା ଓଡିଶାକୁ ଆସିଛି । କିନ୍ତୁ ରାଜ୍ୟ ସରକାର କେବଳ ୧୯କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ବର୍ଷକୁ ୨୩ପ୍ରତିଶତ ମହିଳା ମାନଙ୍କ ପ୍ରତି ଦୁଷ୍କର୍ମ ଓ ନିର୍ଯ୍ୟାତନା ବଢିବାରେ ଲାଗିଛି । କେନ୍ଦ୍ରରୁ ଆସୁଥିବା ନିର୍ଭୟା ଫଣ୍ଡ୍ ପଇସାକୁ ରାଜ୍ୟ ସରକାର କାହିଁକି ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଉପଯୋଗ କରୁନାହାଁନ୍ତି । ମହିଳାଙ୍କ ସମ୍ବନ୍ଧୀୟ ହେଉଥିବା ଅପରାଧ ଗୁଡିକରେ କାହିଁକି ଦଣ୍ଡବିଧାନ ଅତି ନଗଣ୍ୟ । ମହିଳା ବିରୋଧୀ ମାମଲାରେ ସଂପୃକ୍ତ ନେତାମାନଙ୍କ ଉପରେ ୨୩ ବର୍ଷରେ ବିଜେଡି ସରକାର କ’ଣ କ’ଣ କାର୍ଯ୍ୟାନୁଷ୍ଠାନ ନେଇପାରୁଛି କ’ଣ କାର୍ଯ୍ୟାନୁଷ୍ଠାନ ହେଇଛି ତାର ଉତର ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ।

ଓଡ଼ିଶାରେ ଦୁଷ୍କର୍ମ ମାମଲାକୁ ପୋଲିସ ରଖୁନାହିଁ । କାରଣ ଦୁଷ୍କର୍ମ ପଛରେ ଅଭିଯୁକ୍ତ ସବୁବେଳେ ବିଜୁ ଜନତା ଦଳର ଥିବା କାରଣରୁ ପୋଲିସ ଡରୁଛି । ଏହି ଗଣଦୁଷ୍କର୍ମ କରିଥିବା ସୂର୍ଯ୍ୟକାନ୍ତ ସାହୁ ଓ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ଖାଲି ସେତିକି ନୁହେଁ ଏହି ଗଣଦୁଷ୍କର୍ମ ପଛରେ ଆହୁରି ଅନେକଙ୍କ ସଂପୃକ୍ତି ଅଛି । ବିଜୁ ଜନତା ଦଳର ନେତାଙ୍କ ସହ ସୂର୍ଯ୍ୟକାନ୍ତଙ୍କ କ’ଣ ସମ୍ପର୍କ ତାହା ବିଜେଡି ସ୍ପଷ୍ଟ କରିବା ଉଚିତ୍ ନହେଲେ ଓଡିଶାରେ ନୀରିହ ଝିଅମାନେ ବଳିପଡିଯିବେ । ସର୍ବଦା ବିଜେଡି କୁହେ “ବିଜୁ ଜନତା ଦଳ ମହିଳାଙ୍କ ବଳ” ବାସ୍ତବିକ ଏହା ମହିଳାଙ୍କ ବଳ ନହୋଇ ମହିଳାଙ୍କ ପାଇଁ କାଳ ହୋଇଛି । ଶାସକ ଦଳ ଯଦି ଶୋଷକ ଦଳ ହେବ ତେବେ ଓଡ଼ିଶାର ମହିଳା ନ୍ୟାୟ ପାଇଁ କାହାକୁ କହିବେ? ଏହି ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ଦୁଇଜଣ ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଘନିଷ୍ଠ ସହଯୋଗୀ ମାନେ ସଂପୃକ୍ତ । କିନ୍ତୁ ପରିତାପର ବିଷୟ ଯେ ଯେତେବେଳେ କୌଣସି ମହିଳାଙ୍କ ଅପରାଧ ଜନିତ ଖବର ସାମ୍ନାକୁ ଆସେ ସେତେବେଳେ କାହିଁକି ବିଜେଡି ନେତା ମନ୍ତ୍ରୀମାନଙ୍କର ନାମ ସେଥିରେ ଯୋଡି ହୋଇଥାଏ । ବିଜେଡି ସରକାରର ମା’ କୁ ସମ୍ମାନର ନାରା କ’ଣ କେବଳ ସ୍ଲୋଗାନରେ ସୀମିତ ହୋଇଯାଇଛି କି ବୋଲି ଡା. ବିଶ୍ୱାଳ ପ୍ରଶ୍ନ କହିଛନ୍ତି ।

ଯଥାଶୀଘ୍ର ରାଜ୍ୟ ସରକାର ଛାତ୍ରୀଙ୍କ ଗଣଦୁଷ୍କର୍ମର ତୁରନ୍ତ ସ୍ପଷ୍ଟୀକରଣ ଦେବା ସହ ଏହି ମାମଲାରେ ଯଦି କୌଣସି ସଠିକ୍ ପଦକ୍ଷେପ ନନେବେ ତେବେ ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ସହିତ ଆବଶ୍ୟକ ପଡିଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଡା. ବିଶ୍ୱାଳ କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଡ. ରଞ୍ଜିତା ସେଠୀ ଓ ରଶ୍ମୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର, ରାଜ୍ୟ ସମ୍ପାଦିକା କାନନବାଳା ଦାସ, ଆଇଟି ସଂଯୋଜିକା ରାଜଲକ୍ଷ୍ମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Sponsored
ବିଜେଡି ସରକାରରେ ମା’କୁ ସମ୍ମାନର ନାରା କେବଳ ଏକ ସ୍ଲୋଗାନ | Argus News