Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ଧାର ରାତିରେ ୧୦ କିମି ଖଟିଆରେ ବୁହାହେଲେ ରୋଗୀ

Jitendra Dash
Browse all articles by Jitendra Dash
·2 years ago·1 min read
ଅନ୍ଧାର ରାତିରେ ୧୦ କିମି ଖଟିଆରେ ବୁହାହେଲେ ରୋଗୀ

ଅର୍ଗସ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ବିକାଶର ବାସ୍ତବ ଚିତ୍ର । ରାସ୍ତା ଅବସ୍ଥା ଭଲ ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଅନ୍ଧାର ରାତିରେ 10 କିମି ଖଟିଆରେ ବୁହାହେଲେ ରୋଗୀ । ଚାରିଆଡେ କିଟ୍ କିଟ୍ ଅନ୍ଧାର । ଆଖିକୁ ଭଲସେ ଦେଖାଯାଉନି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଭଳି ପରିସ୍ଥିତିରେ ଟର୍ଚ୍ଚ ଆଲୁଅ ମାରି ଖଟିଆରେ ମହିଳାଙ୍କୁ ବୋହି ନେଉଛନ୍ତି ଗ୍ରାମବାସୀ । ଇଏ ଚିତ୍ର ଆସିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବଦାପୁଟ ପଞ୍ଚାୟତ କଦଳୀପଦର ଗାଁରୁ । ଗାଁର ମହିଳା ବତି ଖିଲଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ବି ଗାଡି ଆସି ବୋଦାପୁଟରେ ଅଟକି ରହିଥିଲା । କାହିଁକି ନା ଦୀର୍ଘ ବର୍ଷ ପରେ ବି କଳଦୀପଦର ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଶେଷରେ ଗ୍ରାମବାସୀ ଅସୁସ୍ଥ ମହିଳାଙ୍କୁ ଖଟିଆରେ ବୋହି ଗାଡି ନିକଟକୁ ନେଇଥିଲେ । ସେଠାରୁ ମହିଳାଙ୍କୁ ବୈପାରୀଗୁଡା ମେଡିକାଲ୍ ନିଆଯାଇଥିଲା ।

Sponsored
In the dark night, 10 km in bed, the patient was buried | Argus News