Videos
|
Odisha

ମହାବୀର ପୀଠରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମହାବୀର ପୀଠରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଯାଜପୁର : ଯାଜପୁର କପାସିସ୍ଥିତ ମହାବୀର ପୀଠରେ ବାନର ସେନା ଦଳ ପକ୍ଷରୁ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାମାଭିଷକୋତ୍ସବ, ବିଶ୍ଵ ଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ କୀର୍ତ୍ତନ ଆଦି ଆୟୋଜନ କରାଯାଇଛି। ଏଠାରେ ଦୀର୍ଘ ୫୨ବର୍ଷ ହେବ ନିରବଚ୍ଛିନ୍ନ ଭାବେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପୂଜା ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଗ୍ରାମବାସୀଙ୍କ ଉଦ୍ୟମରେ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ସେବାୟତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ଵାବଧାନରେ ସକାଳୁ କଳସ ଶୋଭାଯାତ୍ରା ସରିବା ପରେ ସୂର୍ଯ୍ୟ ପୂଜା, ଅଙ୍କୁରାରୋପଣ ଆଦି ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ହଜାର ହଜାର ଗ୍ରାମବାସୀ ମାନେ ଘଣ୍ଟାଘଣ୍ଟା କୀର୍ତ୍ତନ ଶୋଭାଯାତ୍ରା ରେ ଏକ ସୁସଜ୍ଜିତ ବିମାନ ମାଧ୍ୟମରେ ରାମ ଓ ସୀତାଙ୍କ ବିଗ୍ରହକୁ ସଜାଇ ଗ୍ରାମ ପରିକ୍ରମା କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ଏଥିରେ ମନ୍ଦିର କମିଟିର ସଭାପତି ନବ କିଶୋର ସାହୁ, ସମ୍ପାଦକ ଅରୁଣ କୁମାର ସାମଲଙ୍କ ନେତୃତ୍ଵ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ। ମନ୍ଦିର ପ୍ରତିଷ୍ଠା ନେଇ ସମଗ୍ର ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଛି। ଏହି କାର୍ଯ୍ୟକ୍ରମ ବିଷ୍ଣୁ ଚରଣ ବାରିକ, କୈଳାସ ଚନ୍ଦ୍ର ସାହୁ, ବ୍ରହ୍ମାନନ୍ଦ ବାରିକ, ଧନେଶ୍ଵର ସାହୁ ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Inauguration ceremony of Shri Ram Temple at Mahavir Peetha | Argus News