|
logo
Live

Argus News - ଓଡ଼ିଶାରେ ବି ଧୁମଧାମର ପାଳନ ହୋଇଛି ୭୫ତମ ସାଧାରଣତନ୍ତ୍ର ଦିବସ

Odisha

ଓଡ଼ିଶାରେ ବି ଧୁମଧାମର ପାଳନ ହୋଇଛି ୭୫ତମ ସାଧାରଣତନ୍ତ୍ର ଦିବସ

Jitendra Dash
Browse all articles by Jitendra Dash
·2 years ago·2 min read
ଓଡ଼ିଶାରେ ବି ଧୁମଧାମର ପାଳନ ହୋଇଛି ୭୫ତମ ସାଧାରଣତନ୍ତ୍ର ଦିବସ

ଅର୍ଗସ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରର ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବୀର ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଥର ପରେଡରେ ୪୬ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ । ଡେୟାର୍ ଡେଭିଲ୍ସ ଟିମର ବାଇକ୍ ସୋ ମନ ମୋହିଥିବାବେଳେ କୁନି କୁନି ପିଲାଙ୍କ ଦ୍ବାରା ସ୍କେଟିଂ ଟିମ୍ ଚିତାକର୍ଷକ କଳା ପ୍ରଦର୍ଶନ କରିଥିଲେ । ସେହିପରି ଗଞ୍ଜାମର ଯୋଡି ଶଙ୍ଖ, ସମ୍ବଲପୁରୀ ଭଳି ୪ଟି ସାଂସ୍କୃତିକ ଦଳ କମାଲ୍ ଦେଖାଇଥିଲେ । 

ସେହିପରି କଟକ ବାରବାଟୀ ଷ୍ଟାଡିୟମରେ ପାଳନ ହେଲା ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେଡରେ ୫୦ ଟ୍ରୁପ୍ ସାମିଲ୍ ହୋଇଥିଲେ । ରାଜ୍ୟର କୋଣ ଅନୁକୋଣରେ ଧୁମଧାମରେ ପାଳନ ହୋଇଯାଛି ୭୫ତମ ସାଧାରଣତନ୍ତ୍ର ଦିବସ । ସ୍ବାଧୀନତା ସଂଗ୍ରାମରେ ପ୍ରାଣ ବଳି ଦେଇଥିବା ସେହି ବୀର ମାନଙ୍କୁ ମନେ ପକାଉଛି ଦେଶ । ସହରର ଗଳିକନ୍ଦି, ସରକାରୀ/ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ମେଡିକାଲ୍, ସ୍କୁଲ୍, କଲେଜରେ ଉଡିଲା ତ୍ରିରଙ୍ଗା । ସାଧାରଣତନ୍ତ୍ର ଦିବସରେ ବଲାଙ୍ଗିର ଟିଟିଲାଗଡରୁ ଆସିଛି ନିଆରା ଦୃଶ୍ୟ । ସଇଁନ୍ତଲା ବ୍ଲକ ଘୁନସର ଗାଁର ସାହୁପଡାଠାରୁ ମହାଲିଙ୍ଗ ପଡା କାଦୁଅ ପଚପଚ ରାସ୍ତା ସଫା କରି ଉଦାହରଣ ସାଜିଛନ୍ତି ଯୁବଗୋଷ୍ଠୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ମାଓ ପ୍ରବଣ ଅଞ୍ଚଳରେ ପାଳନ ହୋଇଯାଇଛି ସାଧାରଣତନ୍ତ୍ର ଦିବସ । କୋରାପୁଟ ଜିଲ୍ଲା କେରେମେଟି ସ୍କୁଲରେ ୭୫ତମ ସାଧାରଣତନ୍ତ୍ର ଦିବସକୁ ଅତି ଧୁମଧାମର ସହ ପାଳନ କରାଯାଇଛି । ସେହିପରି ମାଲକାନଗିରି ଜିଲ୍ଲା କାଲିମେଳାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନେ ରଘୁପତି ରାଘବ ରାଜାରାମ ଧୁନ୍ ଗାନ କରି ଗାଁ ପରିକ୍ରମା କରିଥିଲେ । ଦେଶଭକ୍ତିରେ ଝୁମିଲେ ଦୁର୍ଗମବାସୀ । ନବରଙ୍ଗପୁର ଜିଲ୍ଲା ଝରିଗାଁରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛତ୍ରୀ ନଗର ପରିକ୍ରମା ସହ ଦେଶାତ୍ମକ ବୋଧ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ । ସେହିପରି କୋରାପଟ ଜିଲ୍ଲା ପଟ୍ଟାଙ୍ଗି ଓ କୋଟିଆ ଅଞ୍ଚଳରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ୭୫ତମ ସାଧାରଣତନ୍ତ୍ର ଦିବସ । 

Sponsored
ଓଡ଼ିଶାରେ ବି ଧୁମଧାମର ପାଳନ ହୋଇଛି ୭୫ତମ ସାଧାରଣତନ୍ତ୍ର ଦିବସ | Argus News