Census 2027 Questions / ଜନଗଣନା ୨୦୨୭: ଦେବାକୁ ପଡ଼ିବ ୪୦ ପ୍ରଶ୍ନର ଉତ୍ତର, ଜାତିଠାରୁ ରୋଜଗାର ପର୍ଯ୍ୟନ୍ତ ସବୁ ତଥ୍ୟ
·1 hour ago·3 min read

Key Points
ଦ୍ୱିତୀୟ ପର୍ଯ୍ୟାୟ ଜନଗଣନାରେ ଦେବାକୁ ପଡିବ 40 ପ୍ରଶ୍ନର ଉତ୍ତର
୨୦୧୧ ଜନଗଣନା ତୁଳନାରେ ଏଥର ସାମିଲ ୧୧ ଅଧିକ ପ୍ରଶ୍ନ
ଦୁର୍ଗମ ଓ ବରଫ ପଡୁଥିବା ଅଞ୍ଚଳର ଆଗୁଆ ଜନଗଣନା

ସ୍ୱାଧୀନତା ପରେ ଏଥର ପ୍ରଥମ ଥର ସବୁ ସମ୍ପ୍ରଦାୟର ଜାତି ଗଣନା । ନିଜର ଧର୍ମ ଠାରୁ ନେଇ ଜାତି ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ରଖିବେ ଦେଶବାସୀ । ୨୦୨୭ ଜନଗଣନାକୁ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ୪୦ଟି ପ୍ରଶ୍ନର ତାଲିକା । ପ୍ରଥମଥର ପାଇଁ ଜନଗଣନାରେ ଜାତି ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ । ଏହା ସହ ଶିକ୍ଷା, ରୋଜଗାର, ପ୍ରବାସ, ମହିଳାଙ୍କ ସ୍ଥିତି, ଡିଜିଟାଲ ସାକ୍ଷରତା ଓ ପରିଚୟପତ୍ର ସମ୍ପର୍କିତ ତଥ୍ୟ ମାଗିବେ ସରକାର । ସେପଟେ ଶୀତପ୍ରବଣ ଅଞ୍ଚଳରେ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ଜନଗଣନାର ଜନସଂଖ୍ୟା ଗଣନା ପର୍ଯ୍ୟାୟ ।
ଆପଣ କୋଭିଡ ଟୀକା ନେଇଛନ୍ତି ତ ? ଯଦି ନେଇଥିଲେ କେତୋଟି ନେଇଥିଲେ ଆଉ କେଉଁଠି ନେଇଥିଲେ ? ଆପଣଙ୍କ ଜାତି କ'ଣ ? ଆପଣଙ୍କ ରୋଜଗାର କେତେ ? ଏଭଳି ୪୦ ପ୍ରଶ୍ନ । ଦ୍ୱିତୀୟ ପର୍ଯ୍ୟାୟ ଜନଗଣନାରେ ଆପଣଙ୍କୁ ଦେବାକୁ ପଡ଼ିବ ଏହିସବୁ ପ୍ରଶ୍ନର ଉତ୍ତର । ପ୍ରଥମଥର ପାଇଁ ଜାତିଭିତ୍ତିକ ଜନଗଣନା ହେଉଥିବାରୁ ଦେଶବାସୀଙ୍କୁ ନିଜର ଜାତି ସମେତ ଆହୁରି ୪୦ ପ୍ରଶ୍ନର ଉତ୍ତର ମାଗିବେ ଜନଗଣନା ଅଧିକାରୀ ।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରଶ୍ନ ତାଲିକାରେ ସବୁଠୁ ଅଧିକ ପ୍ରଶ୍ନ ରହିଛି ରୋଜଗାର ଏବଂ କାମକୁ ନେଇ । ଏଥିରେ ବ୍ୟକ୍ତିଙ୍କ ପରିଚୟ, ପରିବାର, ଶିକ୍ଷା, ପ୍ରବାସ, ମହିଳାଙ୍କ ସ୍ଥିତି, ଆର୍ଥକ ସ୍ଥିତି ଏବଂ ଡିଜିଟାଲ ପରିଚୟ ବାବଦରେ ତଥ୍ୟ ମଗାଯାଇଛି । ଏଥିସହ ମୋବାଇଲ ନମ୍ବର, ଆଧାର, ଭୋଟର ଆଇଡି, କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିଛି ତାହା ମଧ୍ୟ ଏହି ତାଲିକାରେ ରହିଛି । ତେବେ ଜନଗଣନାରେ ପରିଚୟ ବାବଦରେ ପ୍ରଶ୍ନ ମଧ୍ୟରେ ବ୍ୟକ୍ତିଙ୍କ ନାମ, ପରିବାର ମୁଖ୍ୟଙ୍କ ସହ କ'ଣ ସମ୍ପର୍କ, ଲିଙ୍ଗ, ଜନ୍ମତିଥି, ବୟସ ଆଦି ରହିଛି ।
ସେହିଭଳି ରୋଜଗାର, ଚାକିରି ନେଇ ରହିଛି ୮ ପ୍ରଶ୍ନ । ଏଥିସହ ପିତାମାତା, ବୈବାହିକ ସ୍ଥିତି, ବିବାହ ସମୟର ବୟସ, ଜାତୀୟତା, ଧର୍ମ, ଜାତି ବାବଦ ପ୍ରଶ୍ନ ଅନ୍ତର୍ଭୁକ୍ତ । ଶିକ୍ଷା ଏବଂ ଭାଷା ବାବଦରେ ମାତୃଭାଷା, ଅନ୍ୟ ଭାଷା, ସାକ୍ଷରତା, ଡିଜିଟାଲ ସାକ୍ଷରତା ବାବଦରେ ତଥ୍ୟ ମଗାଯାଇଛି ।
ଏଥର ଜନଗଣନାର ଆଉ ଏକ ବଡ଼ ବିଶେଷତା ହେଉଛି ଡିଜିଟାଲ୍ ପ୍ରକ୍ରିୟା । ଭାରତରେ ପ୍ରଥମଥର ପାଇଁ ଜନଗଣନା ତଥ୍ୟ ମୋବାଇଲ୍ ଆପ୍ ମାଧ୍ୟମରେ ଡିଜିଟାଲ୍ ଭାବେ ସଂଗ୍ରହ କରାଯିବ । ଏଥିସହ ପ୍ରଥମଥର ପାଇଁ ସ୍ୱୟଂ-ଗଣନାର ସୁବିଧା ମଧ୍ୟ ରହିବ । ସରକାରଙ୍କ ଅଧିକୃତ ଜନଗଣନା ପୋର୍ଟାଲରେ ୨୦୨୭ ଜନଗଣନା ସମ୍ପର୍କିତ ଅଧିସୂଚନା ଏବଂ ପ୍ରଥମ ପର୍ଯ୍ୟାୟର ହାଉସ୍-ଲିଷ୍ଟିଂ ପ୍ରଶ୍ନାବଳୀ ପ୍ରକାଶିତ ହୋଇଛି । ବର୍ତ୍ତମାନ ବିବାହିତ, ବିଧବା, ଛାଡ଼ପତ୍ର ପାଇଥିବା କିମ୍ବା ଅଲଗା ରହୁଥିବା ମହିଳାଙ୍କୁ ସନ୍ତାନ ସମ୍ପର୍କିତ ତଥ୍ୟ ମଧ୍ୟ ପଚରାଯିବ । କେବଳ ସେତିକି ନୁହେଁ ଜନ୍ମସ୍ଥାନ, ପୂର୍ବ ବାସସ୍ଥାନ, ମାଇଗ୍ରେସନର କାରଣ ଏବଂ ସେଠାରେ ରହିବା ଅବଧିକୁ ନେଇ ଉତ୍ତର ରଖିବେ ଦେଶବାସୀ । ସ୍ଥାୟୀ ବାସସ୍ଥାନ ଠିକଣା, ମହିଳାଙ୍କଠାରୁ ଜନ୍ମିତ ଜୀବିତ ପିଲା, ଅଦ୍ୟାବଧୂ ଜନ୍ମିତ ପିଲା ଏବଂ ଗତ ବର୍ଷକ ମଧ୍ୟରେ ଜନ୍ମିତ ପିଲାଙ୍କ ସଂଖ୍ୟା ବାବଦ ପ୍ରଶ୍ନ ରହିଛି ।
୨୦୧୧ ଜନଗଣନା ତୁଳନାରେ ଏଥର ୧୧ଟି ଅଧିକ ପ୍ରଶ୍ନ ସାମିଲ କରାଯାଇଛି । ଦୁର୍ଗମ ଓ ବରଫ ପଡୁଥିବା ଅଞ୍ଚଳର ଆଗୁଆ ଜନଗଣନା ପରେ ଦେଶର ଅନ୍ୟ ଅଞ୍ଚଳରେ ଫେବ୍ରୁଆରୀ ୨୦୨୭ରେ ଜନସଂଖ୍ୟା ଗଣନା କରାଯିବ । ଏହି ପ୍ରକ୍ରିୟା ମାର୍ଚ୍ଚ ୧, ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି ।
୨୦୨୭ ଜନଗଣନା ଭାରତର ୧୬ତମ ଜନଗଣନା ଏବଂ ସ୍ୱାଧୀନତା ପରେ ୮ମ ଜନଗଣନା ହେବ । ସେପଟେ ଲଦାଖ ଏବଂ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ତୁଷାରପ୍ରବଣ ଅଞ୍ଚଳରେ ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ ଜନସଂଖ୍ୟା ଗଣନା ହେବ। ଏହା ପୂର୍ବରୁ ଅଗଷ୍ଟ ୧୭ରୁ ୩୧ ପର୍ଯ୍ୟନ୍ତ ସ୍ୱୟଂ-ଗଣନା ବା Self-Enumeration ପାଇଁ ସୁଯୋଗ ରହିଛି। ଦେଶର ଅନ୍ୟ ଅଞ୍ଚଳରେ ଜନସଂଖ୍ୟା ଗଣନା ପରବର୍ତ୍ତୀ ବର୍ଷ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ: ୨୫ ବର୍ଷ ଭିତରେ ରାଜ୍ୟରେ ରେକର୍ଡ ଭାଙ୍ଗିଲା ବର୍ଷା, ମାତ୍ର ୩ ମାସରେ ବର୍ଷିଲା ୧୧ ଶହ ମିଲିମିଟର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories