Indian Coast Guard / ଗଭୀର ସମୁଦ୍ରରେ ମକ୍ ଡ୍ରିଲ୍, ଜାଣନ୍ତୁ କିପରି ଜୀବନ ବଞ୍ଚାଏ ଇଣ୍ଡିଆନ୍ କୋଷ୍ଟଗାର୍ଡ ?
·8 months ago·2 min read

Key Points
ମଝି ସମୁଦ୍ରରେ ବିଶାଳ ସର୍ଚ୍ଚ ଅପରେସନ । ଗଭୀର ସମୁଦ୍ରରେ କେମିତି ହୁଏ ରେସ୍କ୍ୟୁ ଅପରେସନ୍ । ଡେମୋ ଦେଖାଇଲା କୋଷ୍ଟ ଗାର୍ଡ ।
ଭାରତୀୟ ତଟ ରଖି ବାହିନୀ ପକ୍ଷରୁ ଦୁଇ ଦିନିଆ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନରେ ନିଜର ପରାକ୍ରମ ଦେଖାଇଥିଲା ଇଣ୍ଡିଆନ୍ କୋଷ୍ଟ ଗାର୍ଡ । ଯଦି ଗଭୀର ସମୁଦ୍ରରେ କିଛି ଅଘଟଣ ଘଟେ, ତେବେ କେମିତି ରେସ୍କ୍ୟୁ କରାଯିବ ତା'ର ଏକ ଡେମୋ ଦେଖାଇଥିଲା ଇଣ୍ଡିଆନ୍ କୋଷ୍ଟ ଗାର୍ଡ । ଏହା ସହ ଗଭୀର ସମୁଦ୍ରରେ ଏୟାର ଫୋର୍ସ କେମିତି ସର୍ଚ୍ଚ ଅପରେସନ କରେ ତା'ର ମଧ୍ୟ ମଗଡ୍ରିଲ୍ କରି ଦେଖାଇଥିଲେ ।
ମଝି ସମୁଦ୍ରରେ ହୋଇଥିବା ଏହି ସର୍ଚ୍ଚ ଅପରେସନରେ OSDMA, ପାରାଦୀପ ପୋର୍ଟ, ଭାରତୀୟ ନୌସେନା, ସାମୁଦ୍ରିକ ପୋଲିସ୍, ସିଆଇଏସ୍ଫ୍, ମତ୍ସ ବିଭାଗ, ଜଙ୍ଗଲ ବିଭାଗ ସାମିଲ ଥିଲେ । ଏହି ଅପରେସନରେ ଇଣ୍ଡିଆନ କୋଷ୍ଟଗାର୍ଡର ବିଜୟ, ଭରାଦ, ଅମୋଘ, ଅଦମ୍ୟ ସାମିଲ ଥିଲେ ।
ଆଜି ପାରାଦ୍ଵୀପ ଗଭୀର ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ଆରମ୍ଭ ହୋଇଥିଲା ଦୁଇ ଦିନିକିଆ ମକଡ୍ରିଲ । ଏହି ମକଡ୍ରିଲ୍ କୋଷ୍ଟଗାର୍ଡ ପକ୍ଷରୁ ଆୟୋଜିତ କରାଯାଇଥିଲା । ଗଭୀର ସମୁଦ୍ରରେ ପରାକ୍ରମ ଦେଖାଇଛି ଇଣ୍ଡିଆନ କୋଷ୍ଟ ଗାର୍ଡ । ଭାରତୀୟ ଜଳସୀମାକୁ କିପରି ୨୪ ଘଣ୍ଟିଆ ସୁରକ୍ଷା ଦିଆଯାଉଛି, ତାହା ସାରା ଦେଶ ଦେଖିଲା । ତେବେ ଏହି ମକଡ୍ରିଲର ଏହାର ଲକ୍ଷ୍ୟ ହେଉଛି ସାଧାରଣ ଲୋକମାନେ ଜାଣନ୍ତୁ କୋଷ୍ଟଗାର୍ଡ କାମ କ'ଣ ? କେମିତି ଜଳସୀମାକୁ ସୁରକ୍ଷା ଦିଆଯାଉଛି ।
ଭାରତୀୟ ତଟରକ୍ଷୀ ବାହିନୀ ସାମୁଦ୍ରିକ ଆଇନ ପ୍ରବର୍ତ୍ତନ, ସମୁଦ୍ର କରାଯାଉଥିବା ଚୋରା ଚାଲାଣକୁ ରୋକିବା, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଇଣ୍ଡିଆନ କୋଷ୍ଟଗାର୍ଡ ୯ଟି ଉପକୂଳବର୍ତ୍ତୀ ରାଜ୍ୟକୁ ସୁରକ୍ଷା ଦେଇଥାଏ । ଯଥା ଓଡ଼ିଶା, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ ଏବଂ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ଆଣ୍ଡାମାନ ନିକୋବର ଓ ପୁଡୁଚେରୀ । ବର୍ତ୍ତମାନ ଇଣ୍ଡିଆନ କୋଷ୍ଟଗାର୍ଡରେ ୧୫୭ଟି ଜାହାଜ, ୭୮ ଏୟାର ଏୟାରକ୍ରାଫ୍ଟ ଭାରତୀୟ ଜଳସୀମାକୁ ସୁରକ୍ଷା ଦେଉଛନ୍ତି ।
ମଝି ସମୁଦ୍ରରେ ହୋଇଥିବା ଏହି ସର୍ଚ୍ଚ ଅପରେସନରେ OSDMA, ପାରାଦୀପ ପୋର୍ଟ, ଭାରତୀୟ ନୌସେନା, ସାମୁଦ୍ରିକ ପୋଲିସ୍, ସିଆଇଏସ୍ଫ୍, ମତ୍ସ ବିଭାଗ, ଜଙ୍ଗଲ ବିଭାଗ ସାମିଲ ଥିଲେ । ଏହି ଅପରେସନରେ ଇଣ୍ଡିଆନ କୋଷ୍ଟଗାର୍ଡର ବିଜୟ, ଭରାଦ, ଅମୋଘ, ଅଦମ୍ୟ ସାମିଲ ଥିଲେ ।
ଆଜି ପାରାଦ୍ଵୀପ ଗଭୀର ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ଆରମ୍ଭ ହୋଇଥିଲା ଦୁଇ ଦିନିକିଆ ମକଡ୍ରିଲ । ଏହି ମକଡ୍ରିଲ୍ କୋଷ୍ଟଗାର୍ଡ ପକ୍ଷରୁ ଆୟୋଜିତ କରାଯାଇଥିଲା । ଗଭୀର ସମୁଦ୍ରରେ ପରାକ୍ରମ ଦେଖାଇଛି ଇଣ୍ଡିଆନ କୋଷ୍ଟ ଗାର୍ଡ । ଭାରତୀୟ ଜଳସୀମାକୁ କିପରି ୨୪ ଘଣ୍ଟିଆ ସୁରକ୍ଷା ଦିଆଯାଉଛି, ତାହା ସାରା ଦେଶ ଦେଖିଲା । ତେବେ ଏହି ମକଡ୍ରିଲର ଏହାର ଲକ୍ଷ୍ୟ ହେଉଛି ସାଧାରଣ ଲୋକମାନେ ଜାଣନ୍ତୁ କୋଷ୍ଟଗାର୍ଡ କାମ କ'ଣ ? କେମିତି ଜଳସୀମାକୁ ସୁରକ୍ଷା ଦିଆଯାଉଛି ।
ଅଧିକ ପଢ଼ନ୍ତୁ: ଷ୍ଟେସନ ପଛ ପଟୁ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଲା ପୋଲିସ; ବିହାର ଲମ୍ବିଛି ଲିଙ୍କ୍
ସୂଚନା ଅନୁସାରେ, ୧୯୭୭ ମସିହାରେ ଭାରତୀୟ ତଟରକ୍ଷୀ ବାହିନୀ (ICG) ପ୍ରତିଷ୍ଠା କରାଯାଇଥିଲା । ଫେବୃଆରୀ ୧ ତାରିଖରେ ୪୯ତମ ଭାରତୀୟ ତଟରକ୍ଷୀ ବାହିନୀ ଦିବସ ପାଳନ କରିବ । ଏହା ଭାରତର ସାମୁଦ୍ରିକ ସ୍ୱାର୍ଥ, ଯେପରିକି ଉପକୂଳ ସୁରକ୍ଷା, ସନ୍ଧାନ, ଉଦ୍ଧାର କାର୍ଯ୍ୟ ଏବଂ ପରିବେଶ ସୁରକ୍ଷା କରିଥାଏ । ଭାରତୀୟ ତଟରକ୍ଷୀ ବାହିନୀର ମୂଳମନ୍ତ୍ର ହେଉଛି ଭୟମ୍ ରକ୍ଷାମଃ ଅର୍ଥାତ୍ "ଆମେ ସୁରକ୍ଷା କରୁ"।ଭାରତୀୟ ତଟରକ୍ଷୀ ବାହିନୀ ସାମୁଦ୍ରିକ ଆଇନ ପ୍ରବର୍ତ୍ତନ, ସମୁଦ୍ର କରାଯାଉଥିବା ଚୋରା ଚାଲାଣକୁ ରୋକିବା, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଇଣ୍ଡିଆନ କୋଷ୍ଟଗାର୍ଡ ୯ଟି ଉପକୂଳବର୍ତ୍ତୀ ରାଜ୍ୟକୁ ସୁରକ୍ଷା ଦେଇଥାଏ । ଯଥା ଓଡ଼ିଶା, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ ଏବଂ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ଆଣ୍ଡାମାନ ନିକୋବର ଓ ପୁଡୁଚେରୀ । ବର୍ତ୍ତମାନ ଇଣ୍ଡିଆନ କୋଷ୍ଟଗାର୍ଡରେ ୧୫୭ଟି ଜାହାଜ, ୭୮ ଏୟାର ଏୟାରକ୍ରାଫ୍ଟ ଭାରତୀୟ ଜଳସୀମାକୁ ସୁରକ୍ଷା ଦେଉଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories