|
logo
Live

Argus News - ୨୫ ବର୍ଷ ସରକାର ଛଡେଇ ନେଇଛି ଜୀବିକା

Odisha

୨୫ ବର୍ଷ ସରକାର ଛଡେଇ ନେଇଛି ଜୀବିକା

Jitendra Dash
Browse all articles by Jitendra Dash
·1 year ago·2 min read
୨୫ ବର୍ଷ ସରକାର ଛଡେଇ ନେଇଛି ଜୀବିକା

ଅର୍ଗସ ବ୍ୟୁରୋ : ବନ୍ଦ ହୋଇଗଲା କଟକ ଜିଲ୍ଲାବାସୀଙ୍କ ଭାତ ହାଣ୍ଡି । ଶିଳ୍ପହୀନ ହୋଇଯାଇଛି କଟକ ଜିଲ୍ଲା । ରୋଜଗାର ହରେଇଛନ୍ତି ହଜାର ହଜାର କଟକ ଜିଲ୍ଲାବାସୀ । ରାଜ୍ୟର ପ୍ରଥମ ରାଜଧାନୀ କଟକ । ଏହି କଟକ ଜିଲ୍ଲାରେ ଥିଲା ସୂତା, ଲୁଗା, ଚିନି, କାଚ, କାର୍ପେଟ, ଟାଇଲ୍ସ ଭଳି ଅନେକ ବଡ଼ ବଡ଼ କାରଖାନା । ଏ ସବୁ କାରଖାନା ଦିନେ ଓଡ଼ିଶା ସମେତ ରାଜ୍ୟ ବାହାରକୁ ଚିନି, ସୂତା, ଲୁଗା, କାଚ ଦ୍ରବ୍ୟ, କାର୍ପେଟ, କାଗଜ ଆଦି ଯୋଗାଉଥିଲେ । ହେଲେ ଏ ସବୁ କାରଖାନା ଏବେ ଭୂତ କୋଠିରେ ପରିଣତ ହୋଇଯାଇଛି । ଟିକେ ନଜର ପକାନ୍ତୁ କଟକ ଜିଲ୍ଲାରେ ବନ୍ଦ ହୋଇଥିବା କିଛି ବଡ଼ ବଡ଼ କାରଖାନା ଉପରେ । 

କଟକ ଚୌଦ୍ଵାରରେ ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶାର ପ୍ରଥମ ଲୁଗାକଳ ଓଟିଏମ । ଏହା ଉନ୍ନତ ମାନର କପଡ଼ା ତିଆରି କରି ଏସିଆ ଆୱାର୍ଡ଼ ପାଇଥିଲା । ହେଲେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା ଦେବାଳିଆ ହେବାରୁ ୨୦୦୦ ମସିହାରେ ସରକାର ଏଥିରେ ତାଲା ପକେଇ ଦେଲେ । ସେହି ଚୌଦ୍ଵାରରେ ୧୯୫୫ ମସିହାରେ କାଗଜ କଳ ପ୍ରତିଷ୍ଠା ହୋଇଥିଲା । ଏହା ୧୯୯୦ ପର୍ଯ୍ୟନ୍ତ ଚାଲିବା ପରେ ବିଭିନ୍ନ କାରଣ ପାଇଁ ବନ୍ଦ ହୋଇଗଲା । ୧୯୯୧ ମସିହାରେ ରାଜ୍ୟ ସରକାର ଅନ୍ୟ ଏକ ସଂସ୍ଥାକୁ ୧୦ ବର୍ଷ ପାଇଁ ଏହାକୁ ଟେକି ଦେଲେ । ହେଲେ ୨୦୦୧ ମସିହାରେ ଏହି କାଗଜ କଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । କେବଳ ଏତିକି ନୁହେଁ ଏହି ଚୌଦ୍ଵାରରେ ଟାଇଲ କାରଖାନା ମଧ୍ୟ କାର୍ଯ୍ୟକାରୀ ହେଉଥିଲା । ହେଲେ ତାହା ମଧ୍ୟ କିଛି ଦିନ ପରେ ବନ୍ଦ ହୋଇଗଲା । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ଗୋଟିଏ ଝଲକ ଥିଲା । ଏପଟେ ଆଠଗଡ଼, ବଡମ୍ବା ନରସିଂହପୁର ଓ ବାରଙ୍ଗ ଅଞ୍ଚଳରେ ଥିବା ଅନେକ ବୃହତ ବୃହତ କାରଖାନା ବନ୍ଦ ହୋଇଛି । ଲୋକ ରୋଜଗାର ହରେଇଛନ୍ତି । ଚାଷୀ ଜୀବିକା ହରେଇଛନ୍ତି । ବେରୋଜଗାରୀଙ୍କ ସଂଖ୍ୟା ବଢ଼ିଛି । ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଲକ ନୂଆ ପାଟଣା ଠାରେ ଥିବା ଜଗନ୍ନାଥ ସୂତାକଳ ୧୯୮୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏଠି ୧୨୦୦ ରୁ ଉର୍ଦ୍ଧ୍ବ ବୁଣାକାର ପରିବାର ଜୀବିକା ପାଇବା ସହ ରୋଜଗାର ପାଇଥିଲେ । ଏହା ୧୦ ବର୍ଷ ଚାଲିବା ପରେ ରାଜନୈତିକ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏଥିରେ ତାଲା ପଡ଼ିଗଲା । ବର୍ତ୍ତମାନ ଏହା ଭୂତ କୋଠିରେ ପରିଣତ ହୋଇଯାଇଛି । 

ଅଧିକ ପଢନ୍ତୁ ଓଡିଶା ଖବର

ସେହିପରି, ସେହି ଆଠଗଡ଼ରେ ୧୯୮୪ ରେ ମାଁ ବାଉତି ପାୱାରଲୁମ ପ୍ରତିଷ୍ଠା ହୋଇଥିଲା । ଏଥିରେ ୨୦୦ ରୁ ଉର୍ଦ୍ଧ୍ବ ଲୋକ ରୋଜଗାର ପାଇଥିଲେ । ଏହା ମଧ୍ୟ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବା ପରେ ବନ୍ଦ ହୋଇଗଲା । ୧୯୭୯ ମସିହାରେ ଦାରୋଡ ସୂତାରଙ୍ଗ କାରଖାନା ପ୍ରତିଷ୍ଠା ହୋଇଥିଲା । ୫୦ ରୁ ଉର୍ଦ୍ଧ୍ବ ଲୋକ ଏଠି କାମ କରୁଥିଲେ । ଏହା ମଧ୍ୟ ୧୦ ବର୍ଷ ପରେ ବନ୍ଦ ହୋଇଗଲା । ଅନ୍ୟପଟେ ବଡମ୍ବା ନରସିଂହପୁରରେ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା ଚିନିକଳ । ୫ ହଜାର ଚାଷୀଙ୍କ ଅଂଶଧନରେ ଏହା ଗଢି ଉଠିଥିଲା । ହେଲେ କିଛି ବର୍ଷ ଏହା ମଧ୍ୟ ବନ୍ଦ ହୋଇଗଲା । ଲୋକ ରୋଜଗାର ହରେଇଲେ । ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେ । ତଥାପି ବନ୍ଦ ପଡ଼ିଥିବା କାରଖାନାକୁ ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ଯାହାକୁ ନେଇ ଲୋକ ପ୍ରଶ୍ନ ଉଠେଇଲେଣି । 
 

Sponsored
୨୫ ବର୍ଷ ସରକାର ଛଡେଇ ନେଇଛି ଜୀବିକା | Argus News