Videos
|
Odisha

International Rugby in Odisha / ୮ ବର୍ଷ ପରେ ଓଡ଼ିଶାକୁ ଫେରିଲା ଅନ୍ତର୍ଜାତୀୟ ରଗବୀ; ଭାରତୀୟ ଦଳରେ ୮ ଓଡ଼ିଆ ଖେଳାଳି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
୮ ବର୍ଷ ପରେ ଓଡ଼ିଶାକୁ ଫେରିଲା ଅନ୍ତର୍ଜାତୀୟ ରଗବୀ; ଭାରତୀୟ ଦଳରେ ୮ ଓଡ଼ିଆ ଖେଳାଳି
International Rugby Returns to Odisha After 8 Years

Key Points

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏସିଆ ରଗବୀ ଅଣ୍ଡର-୨୦ ଚାମ୍ପିୟନସିପ୍
୮ ବର୍ଷ ପରେ ଓଡ଼ିଶାକୁ ଫେରିଲା ଅନ୍ତର୍ଜାତୀୟ ରଗବୀ
ଭାଗ ନେବେ ଭାରତ ସମେତ ୧୦ ଦେଶର ୧୭ଟି ଦଳ
ଭୁବନେଶ୍ଵର: ଆଜିଠୁ ପୁଣି କମ୍ପିବ ଭୁବନେଶ୍ୱରର ଆଇକନିକ୍ କଳିଙ୍ଗ ଷ୍ଟାଡିୟମ୍ । ଦୀର୍ଘ ୮ ବର୍ଷ ପରେ ଓଡ଼ିଶାକୁ ଫେରିଛି ଅନ୍ତର୍ଜାତୀୟ ରଗବୀ । ନଭେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ 'ଏସିଆ ରଗବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍'। ରଗବୀ ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ରଗବୀ ଫୁଟବଲ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେଉଛି ।

  • ଖେଳିବେ ୧୦ଦେଶର ୧୭ଟି ଦଳ
ସବୁଠାରୁ ଗର୍ବର ବିଷୟ ହେଉଛି, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ୮ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ଏଥିରେ ଭାରତ ସମେତ ମୋଟ ୧୦ଟି ଦେଶର ୧୭ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଭାରତ, ହଙ୍ଗକଙ୍ଗ ଚାଇନା, ଉଜବେକିସ୍ତାନ, ଚାଇନିଜ୍ ତାଇପେଇ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଓ ଜୋର୍ଡାନରୁ ୧୦ଟି ପୁରୁଷ ଏବଂ ୭ଟି ମହିଳା ଦଳ ଟାଇଟଲ୍ ପାଇଁ ଲଢ଼େଇ କରିବେ ।

  • ଟିମ୍ ଇଣ୍ଡିଆରେ୮ ଓଡ଼ିଆ
ଓଡ଼ିଶା ପାଇଁ ଖୁସିର ଖବର ହେଉଛି, ଭାରତୀୟ ପୁରୁଷ ଓ ମହିଳା ଦଳରେ ମୋଟ ୮ ଜଣ ଓଡ଼ିଆ ପ୍ରତିଭା ସାମିଲ ହୋଇଛନ୍ତି । ପୁରୁଷ ଦଳରେ ଭରତ କିଷାନ୍, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ, ରାହୁଲ ମାଝୀ ଓ ସୁବାସ ହାଁସଦା ରହିଥିବା ବେଳେ, ମହିଳା ଦଳରେ ମାମାଲି ସିଂ, ଅନିତା ମୁର୍ମୁ ଏବଂ ସୁମିତ୍ରା ମୁର୍ମୁ ଦେଶ ପାଇଁ ପ୍ରତିନିଧିତ୍ୱ କରିବେ।

ପଢନ୍ତୁ ଏହି ଖବର: ପୁଣି ଭାରତ-ପାକିସ୍ତାନ ମହାମୁକାବିଲା; ଅଣ୍ଡର-୧୯ ଏସିଆ କପ୍ ୨୦୨୬ ପାଇଁ ଲଢେଇ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଟ୍ରଫି ଲୋଗୋରେ ଓଡ଼ିଆ ସଂସ୍କୃତି ଛାପ
ସମସ୍ତ ଦଳର ଅଧିନାୟକଙ୍କ ଉପସ୍ଥିତିରେ ଚାମ୍ପିୟନସିପ୍ ଟ୍ରଫି ଅନାବରଣ କରିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଟ୍ରଫିର ଲୋଗୋରେ ଓଡ଼ିଶାର ପାରମ୍ପରିକ ଝୋଟି ଚିତା ସ୍ଥାନ ପାଇଛି, ଯାହା ବିଦେଶୀ ଖେଳାଳିଙ୍କୁ ଓଡ଼ିଆ କଳା ଓ ସଂସ୍କୃତି ସହ ଯୋଡ଼ିବ । ଦୀର୍ଘ ୮ ବର୍ଷ ପରେ ଅନ୍ତର୍ଜାତୀୟ ରଗବୀ ଓଡ଼ିଶାକୁ ଫେରିଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି। ଖେଳାଳିଙ୍କ ଆତିଥେୟତା, ସୁରକ୍ଷିତ ରହଣି, ପାନୀୟ ଜଳ ଏବଂ ଅଗ୍ନି ନିରାପତ୍ତା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଏଠାରେ କହିରଖୁଛୁ କି, ରଗବି ହେଉଛି ଏକ ଦଳଗତ ଏବଂ ଶାରୀରିକ ସଂଘର୍ଷପୂର୍ଣ୍ଣ ଖେଳ, ଯାହା ଏକ ଅଣ୍ଡାକାର (oval) ବଲ୍ ସାହାଯ୍ୟରେ ଆୟତାକାର ଘାସ ପଡ଼ିଆରେ ଖେଳାଯାଏ । ଏହି ଖେଳରେ ବଲ୍‌କୁ ହାତରେ ଧରି ଦୌଡ଼ିବା, ପଛକୁ ପାସ୍ କରିବା ଏବଂ ଗୋଡ଼ରେ କିକ୍ ମାରି ପ୍ରତିପକ୍ଷର ଗୋଲ୍ ଲାଇନ ପାର୍ କରି ସ୍କୋର କରିବାକୁ ଚେଷ୍ଟା କରାଯାଏ । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ବଲ୍‌କୁ କେବଳ ହାତରେ ପଛକୁ କିମ୍ବା ପାର୍ଶ୍ୱକୁ ପାସ୍ କରାଯାଇପାରିବ । ହାତରେ ବଲ୍‌କୁ ଆଗକୁ ପାସ୍ କରିବା ନିଷେଧ । କିନ୍ତୁ ଗୋଡ଼ରେ ବଲ୍‌କୁ ଆଗକୁ କିକ୍ ମରାଯାଇପାରିବ ।