Videos
|
Odisha

Father Son Racket / ଧରାପଡ଼ିଲେ ବାପ-ପୁଅ; ଟ୍ରକ୍ ଚୋରିର ଏମିତି ରାକେଟ୍, ଜାଣିଲେ ଉଡ଼ିଯିବ ହୋସ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଧରାପଡ଼ିଲେ ବାପ-ପୁଅ; ଟ୍ରକ୍ ଚୋରିର ଏମିତି ରାକେଟ୍, ଜାଣିଲେ ଉଡ଼ିଯିବ ହୋସ୍
Truck Theft Racket Busted in Bhubaneswar

Key Points

ମଞ୍ଚେଶ୍ୱର ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଟ୍ରକ୍ ଚୋର
ବାପା-ପୁଅ ମିଶି କରୁଥିଲେ ଟ୍ରକ୍ ଚୋରି
ଅନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିଲା ମଞ୍ଚେଶ୍ୱର ପୋଲିସ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ଏକ ବଡ଼ଧରଣର ଆନ୍ତଃରାଜ୍ୟ ଟ୍ରକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଆଶ୍ଚର୍ଯ୍ୟର କଥା ହେଉଛି, ବାପା ଓ ଦୁଇ ପୁଅ ମିଶି ଏହି ସମାନ୍ତରାଳ ଚୋରି ସାମ୍ରାଜ୍ୟ ଚଲାଉଥିଲେ। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ପୋଲିସ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଂଚଳରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

  • କେମିତି ଧରାପଡ଼ିଲେ ବାପ-ପୁଅ ?
ପୋଲିସ ସୂଚନା ମୁତାବକ, ୨୦୧୯ ମସିହାରୁ ଏହି ଗ୍ୟାଙ୍ଗ ସକ୍ରିୟ ରହି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଟ୍ରକ୍ ଚୋରି କରିଆସୁଥିଲେ । ଗତ ଅଗଷ୍ଟ ମାସରେ ମଞ୍ଚେଶ୍ୱର ଅଞ୍ଚଳରୁ ଏକ ଟ୍ରକ୍ ଚୋରି କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଏହି ଗ୍ୟାଙ୍ଗ ବିରୋଧରେ ଭଞ୍ଜନଗର, ପିପିଲି, କଟକ ବାଦାମବାଡ଼ି ଏବଂ ବୌଦ୍ଧ ଥାନାରେ ଏକାଧିକ ମାମଲା ରହିଛି । ଏହି ଗ୍ୟାଙ୍ଗର ମୁଖ୍ୟ ଟାର୍ଗେଟ୍ ଥିଲା ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ଗୁଡ଼ିକୁ ଚୋରି କରିବା । ପ୍ରାୟ ୩୦ଟି ଟ୍ରକ୍ ଚୋରି କରିଥିବା ଜଣାପଡ଼ିଛି । ମଞ୍ଚେଶ୍ଵର ଥାନା ପୋଲିସ ବାପ-ପୁଅଙ୍କୁ ଧରିବା ପରେ ଖୋଲୁଛି ଟ୍ରକ୍ ଚୋରିର ଗୁମର । 

  • ଚୋରି ଟ୍ରକ୍‌କୁ ରାଜ୍ୟ ବାହାରେ ବିକୁଥିଲେ
ଚୋରି କରିବା ପରେ ଟ୍ରକ୍‌ଗୁଡ଼ିକୁ ରାଜ୍ୟ ବାହାରକୁ ନେଇ ବିକ୍ରି କରିଦିଆଯାଉଥିଲା । ଘଟଣାର ତଦନ୍ତ ବେଳେ ଅଭିଯୁକ୍ତଙ୍କ ୧୫ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା କାରବାର ହୋଇଥିବା ପୋଲିସ ହାତରେ ସୁରାକ୍ ଲାଗିଛି । ଏପରିକି ବାପପୁଅ କିଛି ଗାଡ଼ି ମାଲିକଙ୍କଠାରୁ ଏଗ୍ରିମେଣ୍ଟ କରି ଟ୍ରକ୍ ନେଉଥିଲେ ଓ ପରେ ତାକୁ ବାହାର ରାଜ୍ୟରେ ବିକ୍ରି କରୁଥିଲେ । ବାପା ନିରଞ୍ଜନ ମହାପାତ୍ର ଗାଡ଼ି ବିକ୍ରି କରିବାର ଡିଲ୍ କରୁଥିବାବେଳେ ବଡ଼ ପୁଅ ଅଶୋକ ମହାପାତ୍ର ଟ୍ରକ୍ ନେଇ ଫେରାର ହେଉଥିଲେ । ସେପଟେ ସାନପୁଅ ମନୋଜ ମହାପାତ୍ର ଗାଡ଼ି ମାଲିକଙ୍କ ସହ ସମ୍ପର୍କରେ ରହୁଥିଲେ ଓ ସେମାନଙ୍କ ବିଶ୍ଵାସ ଜିତିବାକୁ ପ୍ରୟାସ କରୁଥିଲେ । ଗତ ଅଗଷ୍ଟ ମାସରେ ମଞ୍ଚେଶ୍ୱର ଅଞ୍ଚଳରୁ ଏକ ଟ୍ରକ୍ ଚୋରି ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଚୋରଙ୍କ ନିକଟରେ ପହଞ୍ଚିଛି ପୋଲିସ । ତେବେ ଏହି ଚୋରି ନେଟୱର୍କରେ ଆଉ କାହାର ସଂପୃକ୍ତି ରହିଛି ଏବଂ କେଉଁ କେଉଁ ସ୍ଥାନରେ ଚୋରି ଟ୍ରକ୍ ବିକ୍ରି କରାଯାଉଥିଲା, ସେ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି । 

ପଢନ୍ତୁ ଏହି ଖବର: ଖେଳ ଛୁଟି ବେଳେ ଡାକୁଥିଲେ; ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଶିକ୍ଷକଙ୍କ ଖରାପ ଦୃଷ୍ଟି
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: