Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇପିଏସ ଅଧିକାରୀ କରୁଛନ୍ତି ବିଜେଡି ପାଇଁ ନିର୍ବାଚନ ପରିଚାଳନା !

Odisha

ଆଇପିଏସ ଅଧିକାରୀ କରୁଛନ୍ତି ବିଜେଡି ପାଇଁ ନିର୍ବାଚନ ପରିଚାଳନା !

Jitendra Dash
Browse all articles by Jitendra Dash
·2 years ago·1 min read
ଆଇପିଏସ ଅଧିକାରୀ କରୁଛନ୍ତି ବିଜେଡି ପାଇଁ ନିର୍ବାଚନ ପରିଚାଳନା !

ଅର୍ଗସ ବ୍ୟୁରୋ : ଆଇପିଏସ ଅଧିକାରୀ କରୁଛନ୍ତି ବିଜେଡି ପାଇଁ ନିର୍ବାଚନ ପରିଚାଳନା ! ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଡି.ଏସ. କୁଟ୍ଟେଙ୍କ ନାଁରେ ବିଜେପିର ସାଙ୍ଘାତିକ ଅଭିଯୋଗ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । 

କୁଟ୍ଟେ ପୂର୍ବରୁ ସମସ୍ତ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିଲେ । କିନ୍ତୁ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ଦିଲ୍ଲୀରୁ ଚିଠି ଲେଖିଛନ୍ତି ଯେ କୌଣସି ସରକାରୀ ଅଧିକାରୀ ଦଳୀୟ ନିର୍ବାଚନ କାମରେ ସଂପୃକ୍ତ ହୋଇପାରିବେ ନାହିଁ । କିନ୍ତୁ କୁଟ୍ଟେ ନିର୍ବାଚନରେ ବିଜେଡିର ଟଙ୍କା ପରିବହନ କରିବା ଓ ବାଣ୍ଟିବା ପାଇଁ ଆଇଆଇସି ଓ ଏସପି ମାନଙ୍କୁ ଧମକାଉଥିବା ଅଭିଯୋଗ କରିଛି ବିଜେପି । 

ବିରୋଧୀ ଦଳଙ୍କ ଏତଲା ପୋଲିସ ରଖୁନି କିନ୍ତୁ ବିଜେଡି ନେତାଙ୍କ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରିଛି ବିଜେପି । ଏହାସହ ରାଜନୈତିକ ଲୋକ ମାନଙ୍କୁ ଫୋନ କରି କୁଟ୍ଟେ ଦଳୀୟ ଆଧାରରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ଦଳ । ବିଜେପିର ଅଭିଯୋଗ ପରେ ସରକାରୀ ଅଧିକାରୀଙ୍କ ସପକ୍ଷରେ ଓକିଲାତି କରିବାକୁ ସାମ୍ନାକୁ ଆସିଛି ଶାସକ ଦଳ । ନିର୍ବାଚନ ହାରିବା ଭୟରେ ବିଜେପି ସରକାରୀ ଅଧିକାରୀଙ୍କ ଉପରେ ମିଛ ଆରୋପ ଲଗାଉଥିବା କରିଛି ଅଭିଯୋଗ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଭିନ୍ନ ଅଭିଯୋଗ ଆଧାରରେ କିଛି ଦିନ ଭିତରେ ରାଜ୍ୟର ୬ ଜଣ ଆଇପିଏସ ଓ ୨ ଜଣ ଆଇଏଏସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ନିର୍ବାଚନ କମିଶନ । ଏବେ ପ୍ରଶ୍ନ ବିଜେପିର ଏଭଳି ସଙ୍ଗୀନ ଅଭିଯୋଗ ପରେ ଡି.ଏସ. କୁଟ୍ଟେଙ୍କ ବିରୋଧରେ ବି ହେବ କି ସମାନ ଆକ୍ସନ ? 

Sponsored
IPS officers are conducting elections for BJD ! | Argus News