ଧରାପଡିଲେ ଇରାନୀ ମୁସଲିମ ଗ୍ୟାଙ୍ଗ, ପୋଲିସ କହି କରୁଥିଲେ ଅପରାଧ

ଅର୍ଗସ ବ୍ୟୁରୋ : କମିଶନରେଟ ପୋଲିସ ଦେଖାଉଥିବା ଏ ଭିଜୁଆଲ ଦେଖନ୍ତୁ, ନିଜକୁ ସିବିଆଇ ଓ ଅନ୍ୟ ରାଜ୍ୟର ପୋଲିସ ବୋଲି କହିବା ପରେ ଲୋକଙ୍କୁ ଠିକ ଏଭିଭଳି ଲୁଟିଥାନ୍ତି ଇରାନୀ ମୁସଲିମ ଗ୍ୟାଙ୍ଗ। ଗ୍ୟାଙ୍ଗର ୭ ଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ସାଢ଼େ ୩ ଲକ୍ଷ ଟଙ୍କା, ସୁନା ଅଳଙ୍କାର, କାର, ୨ ଟି ମଟର ସାଇକେଲ, କିଛି ରତ୍ନ ପଥର, ୬ ଟି ମୋବାଇଲ ଓ କିଛି ଫେକ ଆଇକାର୍ଡ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ। ଇରାନ ରୁ ଆସି ବିଗତ ୯ ପିଢ଼ି ହେଲା ସେମାନେ ମଧ୍ୟପ୍ରଦେଶରେ ରହୁଥିଲେ । ଦିନ ବେଳା ରତ୍ନପଥର ଓ ଚଷମା ବିକ୍ରି କରିବା ସହ ହିନ୍ଦୀ ଓ ପାର୍ସି ଭାଷାରେ କଥା ହେଉଥିଲେ। ସୁଯୋଗ ମିଳିଲେ ନିଜକୁ ପୋଲିସ ବୋଲି କହି ଚଞ୍ଚକତା ର ସହ ଲୁଟି ନେଉଥିଲେ ଟଙ୍କା ।
ଅଧିକ ପଢନ୍ତୁ ଓଡିଶା ଖବର
ମୁମ୍ବାଇ, ବିହାର, ୟୁପି, ଗୁଜୁରାଟ ଓ କର୍ଣ୍ଣାଟକ ରେ ସେମାନେ ରହି ଅପରାଧ ଘଟାଇଛନ୍ତି । ଓଡ଼ିଶାର ନୂଆପଡା ରେ ସେମାନଙ୍କର କିଛି ସମ୍ପର୍କୀୟ ରହୁଥିବା ଜାଣିବାକୁ ପାଇଛି ପୋଲିସ । ୮ ଭାଗରେ ବିଭକ୍ତ ହୋଇ ଯୁବତୀ, ମହିଳା ଓ ପ୍ରାପ୍ତ ବୟସ୍କଙ୍କୁ ଟାର୍ଗେଟ କରନ୍ତି । କାମ ସରିବା ପରେ ନିକଟସ୍ଥ ଢ଼ାବା ରେ ଖାଇ ହୋଟେଲ ରେ ରୁହନ୍ତି । ଏମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ ପୂର୍ବରୁ ଉତ୍ତରପ୍ରଦେଶ ଜେଲରେ ଥିଲେ । ଜାମିନରେ ଆସିବା ପରେ ପୁଣି ଅପରାଧ ଘଟାଉଥିବା କହିଛନ୍ତି କମିଶନର । ଅନ୍ୟ କେସ ମାନଙ୍କରେ ସେମାନଙ୍କ ସମ୍ପୃକ୍ତି ନେଇ ଖୁବଶୀଘ୍ର ଟିଆଇ ପରେଡ଼ କରିବ ପୋଲିସ । ଅଧିକ ତଥ୍ୟ ଓଗାରିବା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବ ସ୍ପେଶାଲ ସ୍କ୍ୱାର୍ଡ ।