ISKCON Faces Protest / 'ଅ-ତିଥିରେ ରଥଯାତ୍ରା ବନ୍ଦ କର'; ନହେଲେ ପୁରୀରେ ପଶି ପାରିବେନି ଇସ୍କନ ଅନୁଗାମୀ
·1 hour ago·2 min read

Key Points
ଅ-ତିଥିରେ ହେଉଥିବା ରଥଯାତ୍ରା, ସ୍ନାନଯାତ୍ରାକୁ ବନ୍ଦ କରୁ ଇସ୍କନ । ନହେଲେ ଶୀକ୍ଷେତ୍ରରେ ପଶି ପାରିବେନି ଇସ୍କନ ଅନୁଗାମୀ । ପୁରୀରେ ଇସ୍କନକୁ ବିରୋଧ କରି ପ୍ରତିବାଦ କରିଛନ୍ତି ଜଗନ୍ନାଥ ପ୍ରେମୀ ।
ପୁରୀ: ବାସ୍ ବହୁତ ହେଲା, ଆଉ ଚଳିବନି ଇସ୍କନର ମନମାନି । ଅ-ତିଥିରେ ହେଉଥିବା ରଥଯାତ୍ରା, ସ୍ନାନଯାତ୍ରାକୁ ବନ୍ଦ କରୁ ଇସ୍କନ । ନହେଲେ ଶୀକ୍ଷେତ୍ରରେ ପଶି ପାରିବେନି ଇସ୍କନ ଅନୁଗାମୀ । ପୁରୀରେ ଇସ୍କନକୁ ବିରୋଧ କରି ପ୍ରତିବାଦ କରିଛନ୍ତି ଜଗନ୍ନାଥ ପ୍ରେମୀ । ଆଉ ଇସ୍କନକୁ ରଥଯାତ୍ରା ପୂର୍ବରୁ ଦେଇଛନ୍ତି ଚେତାବନୀ ।
ଇସ୍କନ ପକ୍ଷରୁ ବିଦେଶରେ ଅ-ତିଥିରେ ରଥଯାତ୍ରା ଆୟୋଜନ କରାଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତିକୁ ବିକୃତ କରୁଛି ଇସ୍କନ । ଯାହାକୁ ନେଇ ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବ କ୍ଷୋଭ ପ୍ରକାଶ ସହ ବାରମ୍ବରା ଇସ୍କନକୁ ଚିଠି ଲେଖିଛନ୍ତି । ତଥାପି ବିଦେଶରେ ଇସ୍କନ ଅ-ତିଥିରେ ଆୟୋଜନ କରୁଛି ରଥଯାତ୍ରା ।
ଏଥିସହ ପଢ଼ନ୍ତୁ: ଅ-ତିଥିରେ ରଥ, ଅମାନିଆ ଇସ୍କନ; କ୍ଷୋଭ ପ୍ରକାଶ କଲେ ଗଜପତି ଦିବ୍ୟସିଂହ ଦେବ
ଯାହାକୁ ପୁରୀରେ ତୀବ୍ର ବିରୋଧ କରାଯାଇଛି । ଗଜପତି ମହାରାଜାଙ୍କୁ ଇସ୍କନ ଅପମାନ କରିବା କେବେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ସହରର ବିଭିନ୍ନ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଇସ୍କନର ମନମାନିକୁ ବିରୋଧ କରିବା ସହିତ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଇସ୍କନ ତୁରନ୍ତ ଅଦିନିଆ ରଥଯାତ୍ରା ବନ୍ଦ କରୁ । ଗଜପତି ମହାରାଜାଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି ହୋଇଛି । ମହାପ୍ରଭୁ ହେଉଛନ୍ତି ବିଶ୍ଵର ଦେବତା । ଗଜପତି ମହାରାଜା ହେଉଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ । ତେଣୁ ମହାପ୍ରଭୁଙ୍କ ପରମ୍ପରାକୁ ଉଲ୍ଲଂଘନ କରି ଇସ୍କନ ଯେଉଁଭଳି କାର୍ଯ୍ୟ କରୁଛି ତାହା ଜଗନ୍ନାଥ ପ୍ରେମୀ କେବେ ବି ଗ୍ରହଣ କରିପାରିବେ ନାହିଁ ।
ତୁରନ୍ତ ଇସ୍କନ ମନମାନି ବନ୍ଦ କରି ମହାପ୍ରଭୁଙ୍କ ସଂସ୍କୃତି ଓ ପରମ୍ପରାକୁ ଉଚିତ ସମ୍ମାନ ଦେଉ । ନଦେଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବା ସହ ଇସ୍କନ ଅନୁଗାମୀଙ୍କୁ ପୁରୀ ମାଟି ମଡ଼ାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଜଗନ୍ନାଥ ପ୍ରେମୀ ।
ଏଥିସହ ପଢ଼ନ୍ତୁ: ଜ୍ୱରରୁ ଉଠି ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି ବିଶ୍ଵ ନିଅନ୍ତା, ମଙ୍ଗଳବାର ନବଯୌବନ ଦର୍ଶନ ଦେବେ ଶ୍ରୀଜିଉ
ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବହୁବାର ଇସ୍କନ ସହ ଆଲୋଚନା କରିଛି । ତଥାପି ଅ-ଦିନରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ଯାହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତୀବ୍ର ବିରୋଧ କରାଯାଇଛି । ଅ-ତିଥିରେ ଇସ୍କନ କରୁଥିବା ରଥଯାତ୍ରାକୁ ବିରୋଧ କରିଛି ପରିଚାଳନା କମିଟି ।
ଶାସ୍ତ୍ରଗତ ପ୍ରମାଣ ପରେ ଇସ୍କନ ମାନୁ ନଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବାକୁ ପରିଚାଳନା କମିଟି ପରାମର୍ଶ ଦେଇଛି । ନୀଳାଦ୍ରି ବିଜେ ପରେ ସରକାରଙ୍କୁ ଏ ବାବଦରେ ଅବଗତ କରାଇବାକୁ ଯିବେ ପ୍ରତିନିଧି ମଣ୍ଡଳୀ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories