Videos
|
Odisha

Puri Rath Yatra / ରୁଷି ରୁଷି ରଥକୁ ଆସିଲେ କଳା ସାଆନ୍ତ… ମଥାରେ ନଥିଲା ଟାହିଆ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ରୁଷି ରୁଷି ରଥକୁ ଆସିଲେ କଳା ସାଆନ୍ତ… ମଥାରେ ନଥିଲା ଟାହିଆ
Jagannath Seen Without Tahia on Way to Chariot

Key Points

ସାତ ପାହାଚ ଦେଇ ଆସିଲା ବେଳେ ଅଝଟ କରିଛି । ଆଉ ଜଗାର ମଥାରୁ ଖସି ଯାଇଛି ସୁସଜ୍ଜିତ ଟାହିଆ ।
ପୁରୀ: ରୁଷିଛି କାଳିଆ, ରଥକୁ ଯିବାକୁ ବିଳମ୍ବ କରୁଛି । ସାତ ପାହାଚ ଦେଇ ଆସିଲା ବେଳେ ଅଝଟ କରିଛି । ଆଉ ଜଗାର ମଥାରୁ ଖସି ଯାଇଛି ସୁସଜ୍ଜିତ ଟାହିଆ । ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ଧାଡ଼ି ପହଣ୍ଡିରେ ଆସିଛନ୍ତି ଜଗତର ନାଥ ପ୍ରଭୁ ଜଗନ୍ନାଥ ।

ପ୍ରବଳ ବର୍ଷା ଭିତରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି । ପ୍ରତିଟି ଲୋତକ ତାର ପ୍ରାଣ ପ୍ରିୟ ଠାକୁରକୁ ଚାହିଁ ରହିଛନ୍ତି । ସିଂହଦ୍ଵାର ଦେଇ ରଥକୁ ଜଗତର ନାଥ ଜଗନ୍ନାଥ ଆସିବା ବେଳେ ମଥାରେ ଟାହିଆ ନଥିବା ଦେଖିବାକୁ ମିଳିଛି । ବିନା ଟାହିଆରେ ସେବାୟତ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ଆଣିଛନ୍ତି ।

ଏଥିସହ ପଢ଼ନ୍ତୁ: ବ୍ରହ୍ମ ହିଁ ଜଗତର ଏକମାତ୍ର ସତ୍ୟ ଓ ଅପରିବର୍ତ୍ତନୀୟ ତତ୍ତ୍ଵ 

ଟାହିଆ କୁଆଡ଼େ ଗଲା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମିଳିଥିବା ସୂଚନା ଅନୁସାରେ, ପହଣ୍ଡି ବେଳେ କଳା ସାଆନ୍ତଙ୍କୁ ଟାହିଆ ପିନ୍ଧା ଯାଇଥିଲା । ତେବେ ସାତ ପାହାଚ ନିକଟରେ ଜଗା ମଥାରୁ କୌଣସି କାରଣରୁ ଟାହିଆ ଖସିପଡ଼ିଛି । ତେବେ, କେଉଁ କାରଣରୁ କଳା ଠାକୁରଙ୍କ ଟାହିଆ ଖସିପଡ଼ିଲା ତାହା ସ୍ପଷ୍ଟ ହୋଇନାହିଁ ।

ବିନା ଟାହିଆରେ କଳା ଠାକୁର ଝୁଲି ଝୁଲି ରଥକୁ ଆସିଛ । ଗୋଟିଏ ପାହୁଣ୍ଡ ଆସିବା ପରେ କ୍ଷଣିକ ଅଟକି ଯାଉଥିଲେ କଳା ସାଆନ୍ତ । ବଡ଼ ଦାଣ୍ଡରେ ବଡ଼ ବଡ଼ ଆଖିରେ ଜଗା ତାର ଭକ୍ତମାନଙ୍କୁ ଦେଖିବା ସହ ବର୍ଷାରେ ଭିଜିଛି ।

ଯାହାକୁ ଦେଖି ଜଗନ୍ନାଥ ପ୍ରେମୀ କହୁଛନ୍ତି, "ଆମ କାଳିଆ ବୋଧେ ଆଜି ରୁଷିଛି । ସେଥିପାଇଁ ବୋଧ ହୁଏ ନାଟୁଆ ଠାକୁର ନାଟ ଲଗାଇ ଟାହିଆ ଖସାଇ ଦେଇଛି । ସବୁ ତାଙ୍କ ଇଚ୍ଛା, ତାଙ୍କ ଲୀଳା । ସେ ବୋଧେ ଆଉ ଏକ ନାଟ ଲଗାଇବାକୁ ଚାହୁଁଛି ।"

ଏଥିସହ ପଢ଼ନ୍ତୁ: ବଡ଼ଦାଣ୍ଡରେ ଦିବ୍ୟ ତିନି ରଥ; କେଉଁ ରଥ ଦର୍ଶନ କଲେ ମିଳେ କେଉଁ ଲାଭ ? 

ଜଗା ମଥାରେ ଟାହିଆ ନଥିବା ବେଳେ କେବଳ ତୁଳସୀ ମଣ୍ଡିତ ହୋଇ ଠାକୁର ରଥକୁ ଆସିଛନ୍ତି । ଜଗନ୍ନାଥ ରଥକୁ ଆସୁଥିବା ବେଳେ ଆକାଶରୁ ଇନ୍ଦ୍ରଦେବ ବର୍ଷା ବୃଷ୍ଟି କରିଛନ୍ତି । କାଳିଆ ଭକ୍ତିରେ ଶୀକ୍ଷେତ୍ର ତଲ୍ଲୀନ ହୋଇ ଯାଇଛି । ପ୍ରତିଟି ମନ, ପ୍ରତିଟି ପ୍ରାଣ ଚାହିଁ ରହିଛି ଚକା ନୟନକୁ । 

ନିର୍ଦ୍ଧାରିତ ସମୟରେ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା । ଦିନ ୧୧ଟା ସୁଦ୍ଧା ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ଝୁଲି ଝୁଲି ଟାହିଆ ଖସାଇ ଦେଇ ଆସିଛନ୍ତି କଳା ସାଆନ୍ତ ।

ଟାହିଆ କ'ଣ ?

ଟାହିଆ ହେଉଛି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଲାଗୁଥିବା ଏକ ବିଶେଷ ଶୋଭାମୟ ଅଳଙ୍କାର । ଏହା ଅର୍ଦ୍ଧବୃତ୍ତାକାର (ପଖା ଆକୃତି) ହୋଇଥାଏ । ରଥଯାତ୍ରା ଓ ସମ୍ବନ୍ଧିତ ନୀତିଗୁଡ଼ିକରେ ଟାହିଆର ବିଶେଷ ମହତ୍ତ୍ୱ ରହିଛି । ଏହା ଶ୍ରୀବିଗ୍ରହଙ୍କ ଐଶ୍ୱର୍ଯ୍ୟ, ମହିମା ଓ ରାଜବେଶର ପ୍ରତୀକ ବୋଲି ବିବେଚିତ । ଟାହିଆ ବାଉଁଶ କାଠି, ଶୋଳା, ଜରି, ରଙ୍ଗୀନ କାଗଜ, ଚୁମକି, ସୋଲା ଫୁଲ ଏବଂ ପାରମ୍ପରିକ ସଜ୍ଜା ସାମଗ୍ରୀରେ ତିଆରି । 
Jagannath's Tahia Falls During Pahandi at Puri Rath Yatra | Argus News | Argus News